ETV Bharat / state

ଅଳିଆ ଗଦାରୁ ନବଜାତ ଶିଶୁ ଉଦ୍ଧାର

author img

By

Published : Mar 30, 2021, 10:06 PM IST

ନବଜାତ ଶିଶୁପୁତ୍ରକୁ ମୃତ୍ୟୁମୁଖରୁ ଉଦ୍ଧାର କଲେ ମହିଳା । ଅଳିଆଗଦାରୁ ଶିଶୁରୁ ଉଦ୍ଧାର କରି ମେଡିକାଲକୁ ଚିକିତ୍ସା ପାଇଁ ନେଇଥିବା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

ଅଳିଆ ଆବର୍ଜନାରୁ ନବଜାତ ଶିଶୁ ଉଦ୍ଧାର
ଅଳିଆ ଆବର୍ଜନାରୁ ନବଜାତ ଶିଶୁ ଉଦ୍ଧାର

ନବରଙ୍ଗପୁର: ନବଜାତ ଶିଶୁପୁତ୍ରକୁ ମୃତ୍ୟୁମୁଖରୁ ଉଦ୍ଧାର କଲେ ମହିଳା । ଅଳିଆଗଦାରୁ ଶିଶୁରୁ ଉଦ୍ଧାର କରି ମେଡିକାଲକୁ ଚିକିତ୍ସା ପାଇଁ ନେଇଥିବା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଟିଚର କଲୋନୀରେ ।

ଅଳିଆ ଆବର୍ଜନାରୁ ନବଜାତ ଶିଶୁ ଉଦ୍ଧାର

ସୂଚନା ଅନୁସାରେ ଉମରକୋଟ ଟିଚର କଲୋନୀରେ ନବଜାତ ଶିଶୁପୁତ୍ରଟିକୁ ପିଆଜ ବସ୍ତାରେ ଭର୍ତ୍ତି କରି ସ୍ଥାନୀୟ ଅଳିଆଗଦାରେ କେହି ଫୋପାଡ଼ି ଚାଲିଯାଇଥିଲା । ଆଖପାଖରେ ଥିବା ଲୋକେ ସେଇ ଅଳିଆ ଗୋଦାରେ ଅଳିଆ ଫିଙ୍ଗିବାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ମହିଳା ସେଇ ଅଳିଆଗଦାରେ ପାଣି ଫିଙ୍ଗିବାରୁ ଛୁଆଟି ଜୋରରେ କାନ୍ଦିବାକୁ ଆରମ୍ଭ କରିଥିଲା । ସଙ୍ଗେ ସଙ୍ଗେ ଛୁଆଟିକୁ ବସ୍ତା ଭିତରୁ ବାହାର କରିବାରୁ ଶିଶୁପୁତ୍ର ଦେହରେ ପିମ୍ପୁଡି ଭର୍ତ୍ତି ଦେଖି ଚିକିତ୍ସା ପାଇଁ ଉମରକୋଟ ମେଡିକାଲକୁ ନେଇଥିଲେ ।

ବର୍ତ୍ତମାନ ଉମରକୋଟ ମେଡିକାଲରେ ଶିଶୁର ଚିକିତ୍ସା ଚାଲିଛି । ସେ ସୁସ୍ଥ ଥିବା ଜଣାପଡିଛି । ମାତ୍ର ଏହି ଛୁଆ କାହାର ଓ କେଉଁ ମାନେ ଏଭଳି ଅମାନବିକ କାମ କରିଛନ୍ତି ସେମାନଙ୍କୁ ଉଚିତ ଦଣ୍ଡ ଦିଆଯାଉବୋଲି ସ୍ଥାନୀୟ ବାସିନ୍ଦାଙ୍କ ଦାବି ରହିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.