ETV Bharat / state

ନବରଙ୍ଗପୁରରୁ 61 ନୂଆ ପଜିଟିଭ ଚିହ୍ନଟ

author img

By

Published : Oct 4, 2020, 4:08 PM IST

ନବରଙ୍ଗପୁରରେ ରବିବାର ନୂଆ 61 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା 3,973 କୁ ବୃଦ୍ଧି ପାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ନବରଙ୍ଗପୁରରେ 61 ନୂଆ ପଜିଟିଭ
ନବରଙ୍ଗପୁରରେ 61 ନୂଆ ପଜିଟିଭ

ନବରଙ୍ଗପୁର: ସହରରୁ ଗାଁ ସବୁଠି କୋରୋନା ପ୍ରକୋପ । ସଂକ୍ରମଣରେ ଲାଗୁନି ବ୍ରେକ୍। ଦିନକୁ ଦିନ ବଢି଼ ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ନବରଙ୍ଗପୁର ଜିଲ୍ଲାରେ ରବିବାର ନୂଆ 61 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3,973 ବୃଦ୍ଧି ପାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଶନିବାର ନବରଙ୍ଗପୁରରୁ 14 ପଜିଟିଭ ଚିହ୍ନଟ ହୋଇଥିଲେ । ଯାହା ଜିଲ୍ଲାବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଥିଲା । ହେଲେ ରବିବାର ପୁଣି 61 ସଂକ୍ରମିତ ଚିହ୍ନଟ ହୋଇ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ନବରଙ୍ଗପୁର ପୌରାଞ୍ଚଳରୁ ସର୍ବାଧିକ 20 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଉମରକୋଟ ପୌରାଞ୍ଚଳରୁ 8 ଜଣ, ଉମରକୋଟ ବ୍ଲକରୁ 7 ଜଣ, ଝରିଗାଁ ବ୍ଲକରୁ 6 ଜଣ, ଚନ୍ଦାହାଣ୍ଡି ବ୍ଲକରୁ 5 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 4 ଜଣ, ନନ୍ଦାହାଣ୍ଡି ବ୍ଲକରୁ 4 ଜଣ, ନବରଙ୍ଗପୁର ବ୍ଲକରୁ 3 ଜଣ, କୋଷାଗୁମୁଡା ବ୍ଲକରୁ 2 ଜଣ, ରାୟଗଡା ଓ ପାପଡାହାଣ୍ଡି ବ୍ଲକରୁ ଜଣେ ଲେଖାଏଁ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ଏହି ସୂଚନା ଦେଇଛି ।

ନବରଙ୍ଗପୁରରେ 61 ନୂଆ ପଜିଟିଭ
ନବରଙ୍ଗପୁରରେ 61 ନୂଆ ପଜିଟିଭ

ଜିଲ୍ଲାରେ ମୋଟ ସଂକ୍ରମଣ 3,973 ରେ ପହଞ୍ଚି ଥିବାବେଳେ ସେଥିମଧ୍ୟରୁ 3,310 ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଠାରେ 633 ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ଏବଂ 530 ଜଣ ଡାକ୍ତରଙ୍କ ପରାମର୍ଶକ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ଜିଲ୍ଲାରେ ଏ ଯାଏଁ ମୋଟ 70,505 କୋରୋନା ପରୀକ୍ଷା ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.