ETV Bharat / state

ନବରଙ୍ଗପୁରରୁ ପୁଣି 19 କୋରୋନା ଆକ୍ରାନ୍ତ ଚିହ୍ନଟ - କୋରୋନା ଆକ୍ରାନ୍ତ ନବରଙ୍ଗପୁର

ରାଜ୍ୟ ସହ ତାଳଦେଇ ନବରଙ୍ଗପୁରରେ ମଧ୍ୟ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟା ମଧ୍ୟରେ 19 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ...

ନବରଙ୍ଗପୁରରୁ ପୁଣି 19 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Apr 8, 2021, 5:34 PM IST

ନବରଙ୍ଗପୁର: ରାଜ୍ୟରେ କୋରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି । ଲଗାତର ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛ । ସେହିପରି ଧିରେ ଧିରେ ନବରଙ୍ଗପୁର ଜିଲ୍ଲାରେ ମଧ୍ଯ ମହାମାରୀ କୋରୋନା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଯାହା ଜିଲ୍ଲା ପ୍ରଶାସନ ମୁଣ୍ଡବ୍ୟଥାର କାରଣ ପାଲଟିଛି l

ନବରଙ୍ଗପୁରରୁ ପୁଣି 19 କୋରୋନା ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁରରୁ ପୁଣି 19 କୋରୋନା ଆକ୍ରାନ୍ତ ଚିହ୍ନଟ

ସୂଚନା ଅନୁଯାୟୀ ଆଜି(ଗୁରୁବାର) ଜିଲ୍ଲାରୁ 19 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଏମାନଙ୍କ ମଧ୍ୟରୁ ସର୍ବାଧିକ ନବରଙ୍ଗପୁର ପୌରାଞ୍ଚଳରୁ 5 ଜଣ, ରାଇଘର ବ୍ଲକରୁ 5 ଏବଂ ଝରିଗାଁ ବ୍ଲକରୁ 4 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ତେନ୍ତୁଳିଖୁଣ୍ଟି, ଡାବୁଗାଁ, ଚନ୍ଦାହାଣ୍ଡି, ଉମରକୋଟ ବ୍ଲକ ଓ ପୌରାଞ୍ଚଳରୁ ଜଣେ ଲେଖାଏଁ ବ୍ୟକ୍ତି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l

ତେବେ ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 5 ହଜାର 988କୁ ବୃଦ୍ଧି ପାଇଛି l ସେଥିମଧ୍ୟରୁ 5 ହଜାର 827 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଥିବାବେଳେ 115 ଜଣ ସକ୍ରିୟ ମାମଲା ରହିଥିବା ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.