ETV Bharat / state

ନବରଙ୍ଗପୁରରେ ରାଷ୍ଟ୍ରୀୟ ଲୋକ ଅଦାଲତ, ୧୩୪ ମାମଲାର ଶୁଣାଣି

author img

By

Published : Feb 12, 2023, 1:16 PM IST

ନବରଙ୍ଗପୁରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩ ଅନୁଷ୍ଠିତ । ୧୩୪ ମାମଲାର ହେଲା ଶୁଣାଣି ହୋଇଥିବା ବେଳେ ୩୮୯୧ ରାଜସ୍ୱ ମାମଲାର ହେଲା ଫଇସଲା । ଅଧିକ ପଢନ୍ତୁ

national lok adalat 2023 held in nabrangpur

ନବରଙ୍ଗପୁର: ନବରଙ୍ଗପୁରରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଅଦାଲତ ପରିସରରେ ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଭରପ୍ରାପ୍ତ ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଜର୍ଜ ପ୍ରଣତୀ ସାହାଙ୍କ ନିର୍ଦ୍ଦେଶ କ୍ରମେ ଏହି ଲୋକ ଅଦାଲତର ଆୟୋଜନ କରାଯାଇଥିଲା । ଯେଉଁଥିରେ ମୋଟ ୧୩୪ ଗୋଟି କୋର୍ଟ କେସ ଓ ୩୮୯୧ଗୋଟି ରାଜସ୍ୱ କେସର ଫଇସଲା କରାଯାଇଥିଲା । ବ୍ୟାଙ୍କର ୩୦ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ୧୨,୭୩,୭୬୦ ଟଙ୍କା ଋଣ ଆଦାୟ କରାଯାଇଛି ।

ପରିବାର ବିଚାର ବିଭାଗୀୟ ଜର୍ଜ ଡକ୍ଟର ମୁନରାନୀ ମିଶ୍ର ୧୨ଟି ପାରିବାରିକ ବିବାଦ ମାମଲା ସମାଧାନ କରିଥିଲେ । ସେହିପରି ଅତିରିକ୍ତ ଜିଲ୍ଲା ଜର୍ଜ ଶିବ ପ୍ରସାଦ ମିଶ୍ର ଗୋଟିଏ ଏମଏସିଟି କେସ ଫଇସଲା କରି ୪,୩୦,୦୦୦ ଟଙ୍କା କ୍ଷତିପୂରଣ ରାଶି ଧାର୍ଯ୍ୟ କରିଥିଲେ। ବରିଷ୍ଠ ଦେବାନୀ ଜର୍ଜ ଅନ୍ନପୂର୍ଣ୍ଣା ନାୟକ ୪ଟି ବ୍ୟାଙ୍କ ଋଣ ଦେୟ ସମ୍ବନ୍ଧୀୟ ବିବାଦର ଫଇସଲା କରି ୭,୩୯,୨୪୦ଟଙ୍କା ଋଣ ଆଦାୟ କରିଥିଲେ ।

୨ଟି ଦେବାନି ମକଦ୍ଦମା ସମାଧାନ କରି ୫,୬୦,୦୦୦ ଟଙ୍କା ଆଦାୟ କରାଯାଇଥିଲା । ଜିଲ୍ଲା କୋର୍ଟର ରେଜିଷ୍ଟ୍ରାର ସୁକାନ୍ତ କିଶୋର ଜେନା ପ୍ରମୁଖ ଗୋଟିଏ ଫୌଜଦାରୀ ମକଦ୍ଦମାର ଫଇସଲା କରିଥିଲେ । ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ରାଜଶ୍ରୀ ଆର୍ଯ୍ୟବାଲା ତ୍ରିପାଠୀ ୫୪ଟି ଫୌଜଦାରୀ ମକଦ୍ଦମାର ଫଇସଲା କରିଥିଲେ ।

ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସର୍ବମୋଟ ୧୩୪ ଗୋଟି କୋର୍ଟ କେସ ଓ ୩୮୯୧ଗୋଟି ରାଜସ୍ୱ କେସର ଫଇସଲା କରାଯାଇଛି। ରାଷ୍ଟ୍ରୀୟ ଲୋକ ଅଦାଲତରେ, ଅତିରିକ୍ତ ଜିଲ୍ଲା ଜର୍ଜ ନିରଞ୍ଜନ ସାହୁ ଯୋଗ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଜନକ ରାଉତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ପରିଚାଳନା କରିଥିବା ବେଳେ କୋର୍ଟର ଆଇନଜୀବୀ ଓ କର୍ମଚାରୀ ସହଯୋଗ କରିଥିଲେ ।

୨୦୨୧ ମସିହାରେ ନବରଙ୍ଗପୁର ରାଷ୍ଟ୍ରୀୟ ଲୋକ ଅଦାଲତରେ ଜିଲ୍ଲା ଜଜ ତିନୋଟି ଏମଏସିଟି କେସ ଫଇସଲା କରି ୧୫ଲକ୍ଷ ୨୦ ହଜାର ଟଙ୍କା କ୍ଷତିପୂରଣ ରାଶି ଧାର୍ଯ୍ୟ କରିଥିଲେ । ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରି ସୁଦାମ ଚରଣ ଦାସ ୮ଟି ଜମାନତ ମକଦ୍ଦମାର ଫଇସଲା କରି ୧୦୦୦ ଟଙ୍କା ଜୋରିମାନା ଆଦାୟ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅନ୍ନପୂର୍ଣ୍ଣା ନାୟକ ୨ଟି ପ୍ରାକ ମକଦ୍ଦମା ଆପୋଷ ମିଳାମିଶା କରିଥିୱଲେ । ଏହିପରି ଭାବେ ଲୋକ ଅଦାଲତରେ ସର୍ବମୋଟ ୧୨୦ ଗୋଟି କୋର୍ଟ କେସର ଫଇସଲା କରାଯାଇଥିଲା ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.