ETV Bharat / state

ପ୍ରକୃତି ପ୍ରେମରେ ସରକାରୀ ବାବୁ, ରାସ୍ତାରୁ ଶ୍ମଶାନ ସବୁଠି ଲଗାନ୍ତି ଗଛ - job

ପେଶାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଧିକାରୀ । ହେଲେ ନିଶା ଗଛ ଲଗାଇବା । ଏଭଳି କାମ ପାଇଁ ନବରଙ୍ଗପୁରର ପୂର୍ଣ୍ଣଚନ୍ଦ୍ର ବାଘ ଆଜି ଗଛ ମଣିଷ ଭାବେ ପରିଚିତ । ଶତାଧିକ ଗଛ ଲଗାଇ ପ୍ରକୃତି ସୁରକ୍ଷା କରୁଥିବାକୁ ତାଙ୍କୁ ବନ ବିଭାଗ ପକ୍ଷରୁ ପ୍ରକୁତି ବନ୍ଧୁ ପୁରସ୍କାର ମଧ୍ୟ ଦିଆଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର
author img

By

Published : Jun 27, 2019, 6:49 PM IST

ନବରଙ୍ଗପୁର: ପେଶାରେ ସରକାରୀ କର୍ମଚାରୀ, ନିଶା କିନ୍ତୁ ପ୍ରକୃତି ସୁରକ୍ଷା । ‘ଗଛ ଲଗାଅ , ପରିବେଶ ବଞ୍ଚାଅ’ ଏହି ନାରା ନେଇ ସମେସ୍ତେ ସଚେତନତାର ବାର୍ତ୍ତା ଦିଅନ୍ତି । ହେଲେ ପ୍ରକୃତରେ ଏପରି କରି ଅନ୍ୟ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି ନବରଙ୍ଗପୁରର ପୂର୍ଣ୍ଣଚନ୍ଦ୍ର ବାଘ । ସେ ଯେ କେବଳ ନିଜ ଘରେ ନୁହେଁ ରାସ୍ତା କଡ, ଛକ, ଶ୍ମଶାନ ଓ ମନ୍ଦିର ଗୁଡିକରେ ମଧ୍ୟ ସେ ବର ଓ ଅଶ୍ବସ୍ତ ଭଳି ବଡ ବଡ ଗଛ ଲଗାଇଥାନ୍ତି ।

ଭିଡିଓସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର । ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ସହ ସେ ‘ଗଛ ମଣିଷ’ ଭାବେ ପରିଚିତ । ଛୁଆଟିଏ ଭଳି ସେ ପ୍ରତିଟି ଗଛ ଲଗାଇବା ପରେ ବଡ ହେବା ପର୍ଯ୍ୟନ୍ତ ତାହାର ଯତ୍ନ ନେଇଥାନ୍ତି ।

ଛୁଟି ଦିନ ଓ ଅଫିସ ସାରିବା ପରେ ପ୍ରତିଦିନ ଗଛ ଲଗାଇ ସେମାନଙ୍କ ଯତ୍ନ ନେବା ଦୈନନ୍ଦିନ ଜୀବନରେ ଯେପରି ପୂର୍ଣ୍ଣଙ୍କ ପାଇଁ ଏକ ପ୍ରକାର ବ୍ରତ ପାଲଟିଛି ।

ଶତାଧିକ ଗଛ ଲଗାଇଥିବାରୁ ବନ ବିଭାଗ ପକ୍ଷରୁ ତାଙ୍କୁ ପ୍ରକୁତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି । ଜଣେ ସରକାରୀ କର୍ମଚାରୀ ହିସାବରେ ମଧ୍ୟ ବେଶ କାର୍ଯ୍ୟ ଦକ୍ଷତା ସହ କାମ କରୁଥିବା ବେଳେ ପୂର୍ଣ୍ଣଙ୍କୁ ନେଇ ବେଶ ଗର୍ଵ କରନ୍ତି ତାଙ୍କ ଅଫିସ ସହକର୍ମୀ ।

ଆଜିକା ଯୁଗରେ ପରିବେଶ ପ୍ରଦୂଷଣ ଏକ ବଡ ସମସ୍ୟ ଭାବେ ମୁଣ୍ଡ ଟେକିଛି । ଆଉ ଏପରି ସ୍ଥିତିରେ କେବଳ କଥା ନୁହେଁ ପ୍ରକୃତିକୁ ସରସ , ସୁନ୍ଦର କରିବା ପଥରେ ପୂର୍ଣ୍ଣ । କୁହନ୍ତି ଗୋଟିଏ ଗଛ ଜଣେ ସନ୍ତାନ ସମାନ । ଯଦି ଏହି ଉକ୍ତି ସତ୍ୟ ତେବେ ପୂର୍ଣ୍ଣଙ୍କ ଆଜି ଶହ ଶହ ସନ୍ତାନ । ଆଉ ତାଙ୍କ ବଳରେ ବହୁ ଲୋକ ନିର୍ଦ୍ବନ୍ତରେ ନିଶ୍ବାସ ନେଇପାରୁଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:Body:

sdg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.