ETV Bharat / state

ନବରଙ୍ଗପୁର ନାବାଳିକା ହତ୍ୟା ଘଟଣାରେ ସଫଳତା: ଏସପିଙ୍କୁ କୋଷାଗୁମୁଡାବାସୀଙ୍କ ସମ୍ବର୍ଦ୍ଧନା

ନବରଙ୍ଗପୁର ନାବାଳିକା ହତ୍ୟା ଘଟଣାରେ ପର୍ଦ୍ଦାଫାଶ ହୋଇଛି । ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ନବରଙ୍ଗପୁର ଏସପି । ଯାହାକୁ ନେଇ ଆଜି କୋଷାଗୁମୁଡାବାସୀ ଏସପିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଛନ୍ତି ।

nabarngpur sp felicitated
ନବରଙ୍ଗପୁର ଏସପିଙ୍କୁ କୋଷାଗୁମୁଡାବାସୀଙ୍କ ସ୍ବାଗତ ସମ୍ବର୍ଦ୍ଧନା
author img

By

Published : Jan 6, 2020, 11:46 AM IST

ନବରଙ୍ଗପୁର: ବହୁ ଚର୍ଚ୍ଚିତ ନାବାଳିକା ହତ୍ୟା ଘଟଣାର ପର୍ଦ୍ଦାଫାଶ ପରେ ନବରଙ୍ଗପୁର ଏସପିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା । ହତ୍ୟା ଘଟଣାର ବହୁ ଦିନରେ ପରିବାରକୁ ନ୍ୟାୟ ମିଳିଥିବାରୁ କୋଷାଗୁମୁଡାବାସୀ ଏସପି ନୀତିନ କୁଶଲକରଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ତାଙ୍କ ସହ ନବରଙ୍ଗପୁର ଉପ-ଜିଲ୍ଲାପାଳ ଭାସ୍କର ରୋଇତ, କୋଷାଗୁମୁଡା ଥାନା ଅଧିକାରୀ ନଟବର ନନ୍ଦଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି ।

ନାବାଳିକା ହତ୍ୟା ଘଟଣାକୁ ନେଇ ରାଜ୍ୟବ୍ୟାପୀ ପ୍ରତିବାଦ ଦେଖିବାକୁ ମିଳିଥିଲା । ବିଳମ୍ବରେ ହେଉ ପଛେ ପୀଡିତାଙ୍କୁ ନ୍ୟାୟ ଦେଇଛନ୍ତି ନବରଙ୍ଗପୁର ଏସପି । ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ପୋଲିସ ସ୍କ୍ବାର୍ଡ ଗଠନ କରାଯାଇ ଅପରାଧିଙ୍କୁ ଧରାଯାଇଥିଲା । ବର୍ତ୍ତମାନ ମୁଖ୍ୟ ଅଭିଯୁକ୍ତ କୋଟପାଡ ଥାନା ଅନ୍ତର୍ଗତ ପଖାନାଗୁଡା ଗାଁର ଖାଡୀ ଭତରା ଓ ସହଯୋଗୀ ଗୁମଣ୍ଡଳୀ ଗାଁର ବଳି ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ନବରଙ୍ଗପୁର ଏସପିଙ୍କୁ କୋଷାଗୁମୁଡାବାସୀଙ୍କ ସ୍ବାଗତ ସମ୍ବର୍ଦ୍ଧନା

ନବରଙ୍ଗପୁର ଜିଲ୍ଲାରେ ଅପରାଧ ମୁକ୍ତ କରିବାକୁ ଏସପି ସର୍ବଦା ଚେଷ୍ଟିତ ଥିବାବେଳେ, ଲୋକଙ୍କ ହିତରେ କାମ କରିବେ ବୋଲି କହିଛନ୍ତି ଏସପି କୁଶଲକର । କୋଷାଗୁମୁଡା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ନବରଙ୍ଗପୁର କୋଷାଗୁମୁଡା ବ୍ଲକର ଆଦିବାସୀଙ୍କ ସମେତ ଖ୍ରୀଷ୍ଟିୟାନ ସମାଜ ହିମାଂଶୁ ଶେଖର ବାଘ ସୁନ୍ଦର ମୋହନ ସିସାକ, ଅଲବନ ସିସାକ, ୟୁଲୀୟମ ସିପା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ତୁଲାଇଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ-ଗୁମୁଣ୍ଡଳୀ ଗ୍ରାମର ନାବାଳିକା ହତ୍ୟା ଓ ଗଣଦୁଷ୍କର୍ମ ର ପର୍ଦ୍ଧାଫାସ ପରେ ନବରଙ୍ଗପୁର SP ନିତିନ କୁଶଲକର ଙ୍କୁ ବିପୁଳ ସମର୍ଦ୍ଧନା।
------------------------------------------
ଆଙ୍କର-ବହୁ ପ୍ରତୀକ୍ଷିତ ର ଅନ୍ତ ଘଟାଇ ବହୁ ଚର୍ଚ୍ଚିତ ନବରଙ୍ଗପୁର ଜିଲ୍ଲା କୋଷଗୁମୁଡ଼ା ବ୍ଲକ ଅନ୍ତର୍ଗତ ଗୁମୁଣ୍ଡଳୀ ଗ୍ରାମର ନାବାଳିକା ହତ୍ୟା ଓ ଦୁଷ୍କର୍ମ ର ଫର୍ଦ୍ଧାଫାସ କରି ପିଡ଼ିତା ଙ୍କ ପରିବାର କୁ ନ୍ୟାୟ ପ୍ରଦାନ କରିଥିବାରୁ ନବରଙ୍ଗପୁର SP ନୀତିନ କୁଶଲକର ଙ୍କୁ କୋଷଗୁମୁଡ଼ା ବ୍ଲକ ବାସୀଙ୍କ ତରଫରୁ ବିପୁଳ ସ୍ୱାଗତଂ ସମ୍ବର୍ଦ୍ଧନା ଦିଆଯାଇଛି।ତାଙ୍କ ସହ ନବରଙ୍ଗପୁର ଉପ ଜିଲ୍ଲାପାଳ ଭାସ୍କର ରୋଇତ, ଓ କୋଷଗୁମୁଡ଼ା ଥାନା ଅଧିକାରୀ ନଟବର ନନ୍ଦ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି।ଏହି ଘଟଣା ଦିନକୁ ଦିନ ଉଗ୍ର ରୂପ ଧାରଣ କରି ଦୋଷୀ ମାନଙ୍କୁ ଧରିବା ବହୁ କଷ୍ଟ ସାଧ୍ୟ ହେଉଥିବା ବେଳେ ନବରଙ୍ଗପୁର SP ଙ୍କ ବିଚକ୍ଷଣ ବୁଦ୍ଧି ବଳରେ ଅପରାଧୀ ମାନେ ତୁରିତ ଧରା ପଡ଼ିଥିଲେ।SP ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ପୋଲିସ ସ୍କ୍ୱାର୍ଡ ଗଠନ କରାଯାଇ ଅପରାଧୀ ମାନଙ୍କୁ ଧରାଯାଇ ଥିଲା।ବର୍ତ୍ତମାନ ମୁଖ୍ୟ ଅଭିଯୁକ୍ତ କୋଟପାଡ଼ ଥାନା ଅନ୍ତର୍ଗତ ପଖାନାଗୁଡା ଗାଁର ଖାଡୀ ଭତରା ଓ ସହଯୋଗୀ ଗୁମଣ୍ଡଳୀ ଗାଁର ବଳି ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଏହି ସମ୍ବର୍ଦ୍ଧନା ଉତ୍ସବରେ SP ନିତିନ କୁଶଲକର ଙ୍କ ପ୍ରତ୍ୟେକ୍ଷ ତତ୍ୱବାଧାନ ରେ ଗଠିତ ପୋଲିସ ଟିମ ସଠିକ ସମୟରେ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହେଇଥିଲେ ବୋଲି ସଭାରେ SP ଙ୍କୁ ବହୁ ପ୍ରସଂଶିତ କରାଯାଇଥିଲା।ନବରଙ୍ଗପୁର ଜିଲ୍ଲାରେ ଅପରାଧ ମୁକ୍ତ କରିବାକୁ ମୁଁ ସବୁବେଳେ ଚେଷ୍ଟା ଜାରି ରଖିଛି ଓ ଲୋକ ମାନଙ୍କ ହିତ ପାଇଁ କାମ କରିବି ବୋଲି SP କୁଶଲକର ସର୍ବ ସମ୍ମୁଖରେ ପ୍ରକାଶ କରିଛନ୍ତି।କୋଷଗୁମୁଡ଼ା ବ୍ଲକ କାର୍ଯ୍ୟଳୟରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ନବରଙ୍ଗପୁର କୋଶାଗୁମୁଡ଼ା ବ୍ଲକ ର ଅଧିବାସୀ ଙ୍କ ସମେତ ଖ୍ରୀଷ୍ଟିଆନ ସମାଜ ହିମାଂଶୁ ଶେଖର ବାଘ ସୁନ୍ଦର ମୋହନ ସିସାକ, ଅଲବନ ସିସାକ, ୟୁଲୀୟମ ସିପା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟ ତୁଲାଇ ଥିଲେ।
ଭିଜୁଆଲ-ରେପ ରେ ଯାଇଛି Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.