ETV Bharat / state

କୋରୋନା ପାଇଁ ତିନି ମାସର ଦରମା ଦେଲେ ନବରଙ୍ଗପୁର ବିଧାୟକ - ନବରଙ୍ଗପୁର ବିଧାୟକ

କୋରୋନା ମୁକାବିଲା । ଜିଲ୍ଲାପାଳଙ୍କ ମାଧ୍ୟମରେ 1 ଲକ୍ଷ 5 ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପଠାଇଲେ ନବରଙ୍ଗପୁର ବିଧାୟକ । ଅଧିକ ପଢନ୍ତୁ

କୋରୋନା ପାଇଁ ତିନି ମାସର ଦରମା ଦେଲେ ନବରଙ୍ଗପୁର ବିଧାୟକ

author img

By

Published : Mar 27, 2020, 4:56 PM IST

ନବରଙ୍ଗପୁର: ଓଡିଶା ସରକାର ଯୁଦ୍ଧକାଳୀନ ଭିତ୍ତିରେ କୋରୋନା ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରୁଥିବାବେଳେ ସରକାରଙ୍କୁ ଆର୍ଥିକ ସହାୟତା ଯୋଗାଉଛନ୍ତି ମନ୍ତ୍ରୀ ଓ ବିଧାୟକ । କୋରୋନା ମୁକାବିଲା ପାଇଁ ନବରଙ୍ଗପୁର ସାଂସଦଙ୍କ ପରେ ବିଧାୟକ ସଦାଶିବ ପ୍ରଧାନୀ ନିଜ ତିନି ମାସର ଦରମା ପ୍ରଦାନ କରିଛନ୍ତି ।

ଜିଲ୍ଲାପାଳଙ୍କ ମାଧ୍ୟମରେ ସେ ତାଙ୍କର 1 ଲକ୍ଷ 5 ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପଠାଇଛନ୍ତି । ଏଭଳି ସ୍ଥିତିରେ ବିଧାୟକଙ୍କ ସହଯୋଗ ନିଶ୍ଚୟ ପ୍ରେରଣା ହେବ ଏବଂ ଅନ୍ୟ କର୍ମଚାରୀ ତଥା ସ୍ବଚ୍ଛଳ ନାଗରିକମାନେ ଏହିପରି ସହାୟତା କରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

କୋରୋନା ମୁକାବିଲାରେ ବିପୁଳ ଅର୍ଥର ଆବଶ୍ୟକ ରହୁଥିବାବେଳେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ଦଳୀୟ ନେତୃବୃନ୍ଦଙ୍କୁ 3 ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେବାକୁ ଆହ୍ବାନ କରିଥିଲେ । ଏହି କ୍ରମରେ ସମସ୍ତ ବିଧାୟକ ଓ ସାଂସଦ ସହଯୋଗ କରୁଥିବାର ଦେଖିବାକୁ ମିଳୁଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.