ETV Bharat / state

Vision Nabarangpur: ବଦଳିବ ଜିଲ୍ଲାର ରୂପରେଖ - ଭିଜନ ନବରଙ୍ଗପୁର

ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ସକାଶେ ଜିଲ୍ଲାରେ ଆରମ୍ଭ ହୋଇଛି ଭିଜନ ନବରଙ୍ଗପୁର । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସହ ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ ଅଣାଯିବ ବ୍ୟାପକ ଉନ୍ନତି । ଅଧିକ ପଢନ୍ତୁ

Vision Nabarangpur
Vision Nabarangpur
author img

By

Published : Jul 16, 2022, 1:20 PM IST

ନବରଙ୍ଗପୁର: ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ସକାଶେ ଜିଲ୍ଲାରେ ଆରମ୍ଭ ହୋଇଛି ଭିଜନ ନବରଙ୍ଗପୁର । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସହ ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ ଅଣାଯିବ ବ୍ୟାପକ ଉନ୍ନତି । ଏହି କାର୍ଯ୍ୟକ୍ରମ ନବରଙ୍ଗପୁର ସହରରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳଙ୍କ ସହ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପଛୁଆ ହେବାର କାରଣ ଖୋଜା ଯିବା ସହ ବୁଦ୍ଧିଜୀବୀଙ୍କ ମତ ଜିଲ୍ଲାପାଳଙ୍କ ଆଗରେ ଉପସ୍ଥାପନା କରାଯାଇଥିଲା l

Vision Nabarangpur

ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସହ ଅନ୍ୟାନ୍ୟ ମୌଳିକ ସୁବିଧା ଆଜି ମଧ୍ୟ ନବରଙ୍ଗପୁର ଜିଲ୍ଲାରେ ଅପହଞ୍ଚ ହୋଇଛି l ଅଧିକାଂଶ ଅଧିବାସୀ ଚାଷ ଉପରେ ନିର୍ଭର କରୁଥିବା ବେଳେ ଚାଷୀଙ୍କ ପାଇଁ କିଛି ସୁବିଧା ନାହିଁ l ଧାନ, ମକା ଓ ଆଖୁ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଜିଲ୍ଲାରେ ଆଜି ଯାଏଁ କଳାକାରଖାନାଟିଏ ସ୍ଥାପନ ହୋଇ ପାରିନାହିଁ l ଶିକ୍ଷା, ସ୍ୱାସ୍ଥ୍ୟ କଥା ନ କହିବା ଭଲ l ଦୂର ସ୍ଥାନକୁ ଯିବା ପାଇଁ ସରକାରୀ ବସଟିଏ ମଧ୍ୟ ଜିଲ୍ଲାରୁ ଯାଉନାହିଁ ଯଦ୍ୱାରା ଘରୋଇ ବସ ଉପରେ ସମସ୍ତେ ନିର୍ଭର କରି ଆସୁଛନ୍ତି ।

ଏ ସମସ୍ତ ବିଷୟ ପ୍ରତି ବୁଦ୍ଧିଜୀବୀମାନେ ପ୍ରଶାସନ ପାଖରେ ନିଜ ନିଜ ମତ ରଖିଥିଲେ ଏବଂ ପ୍ରଶାସନ ମଧ୍ୟ ସେମାନଙ୍କ ଦାବିକୁ ଶୁଣି ଆଗାମୀ ଦିନରେ ପୂରଣ କରିବାର ପ୍ରତିଶୃତି ଦେଇଥିଲେ l ଆଜିର ଆଲୋଚନା ପ୍ରକୃତରେ ଯଦି କିଛି ଫଳପ୍ରଦ ହୁଏ ତାହେଲେ ନବରଙ୍ଗପୁରର ଚିତ୍ର ଆଗାମୀ ଦିନରେ ନିଶ୍ଚୟ ବଦଳିବ ବୋଲି ସାଧାରଣରେ ମତବ୍ୟକ୍ତ କରିଥିବା ବେଳେ ପ୍ରଶାସନ କେବେ ଜିଲ୍ଲାର ଉନ୍ନତି ପାଇଁ ତତ୍ପରତା ଦେଖାଉଛି ତାହା ହିଁ ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.