ETV Bharat / state

ଅତିରିକ୍ତ ଜିଲ୍ଲାପାଳଙ୍କ ବେନାମି ଆକାଉଣ୍ଟ ଠାବ କଲା ଭିଜିଲାନ୍ସ

author img

By

Published : Jun 23, 2023, 9:58 AM IST

Updated : Jun 23, 2023, 8:19 PM IST

ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଚଢାଉରେ ଏକ ବେନାମୀ ଆକାଉଣ୍ଟ ଠାବ ହୋଇଥିବାବେଳେ ସେ 2019 ମସିହାରୁ ଏଥିରେ ଟଙ୍କା ଜମା କରିଆସୁଥିବା ଜଣାପଡିଛି। ଅଧିକ ପଢନ୍ତୁ

ଅତିରିକ୍ତ ଜିଲ୍ଲାପାଳଙ୍କ ବେନାମି ଆକାଉଣ୍ଟ ଠାବ

ନବରଙ୍ଗପୁର: ଅତିରିକ୍ତ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଚଢାଉ ବେଳେ ଏକ ବେନାମୀ ଆକାଉଣ୍ଟ ଠାବ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ବାସଭବନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ l ଆଜି (ଶୁକ୍ରବାର) ସକାଳୁ ଭିଜିଲାନ୍ସର ଟିମ୍ ଭାରପ୍ରାପ୍ତ ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନରେ ଚଢାଉ କରିଥିଲେ । ନବରଙ୍ଗପୁର, ଭଦ୍ରକ, ଭୁବନେଶ୍ବର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢାଉରେ ମିଳିଛି ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ବେନାମୀ ଆକାଉଣ୍ଟ। ଭୁବନେଶ୍ୱର ଇଣ୍ଡସଇଣ୍ଡ ବ୍ୟାଙ୍କରେ ୨୬ଲକ୍ଷ ୨୭ହଜାର ଟଙ୍କା ଠାବ କରିଛି ଭିଜିଲାନ୍ସ। ଯେଉଁ ଆକାଉଣ୍ଟ ରେ ୨୦୧୯ ମସିହାରୁ ଟଙ୍କା ଡିପୋଜିଟ ହୋଇ ଆସୁଛି ।

ଉପଜିଲ୍ଲାପାଳଙ୍କ ନାଁରେ ଏହିପରି ଅନେକ ବେନାମି ଆକାଉଣ୍ଟ ଥିବା ଭିଜିଲାନ୍ସ ସନ୍ଦେହ କରୁଛି । ଏହି ବେନାମି ଆକାଉଣ୍ଟ ଜରିଆରେ ସେ ଆୟ ବହିର୍ଭୂତ ସମ୍ପତ୍ତି କାରବାର କରୁଥାଇପାରନ୍ତି ବୋଲି ସନ୍ଦେହ କରିଛି ଭିଜିଲାନ୍ସ। ଏନେଇ ଭିଜିଲାନ୍ସ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ପାସବୁକ ,ଏଟିଏମ୍,ବ୍ୟାଙ୍କ ଡକୁମେଣ୍ଟ ଜବତ କରିଛି। ଏଯାବତ୍ ମୋଟ ୨କୋଟି ୯୧ଲକ୍ଷ ୯୩ହଜାର ଟଙ୍କା ନଗଦ କ୍ୟାସ ଭୁବନେଶ୍ୱର ଓ ନବରଙ୍ଗପୁର ରୁ ଜବତ ହୋଇଥିବା ଭିଜିଲାନ୍ସ ସୁଚନା ଦେଇଛି।

କଟକ ଭିଜିଲାନ୍ସ ଅଫିସ ନିର୍ଦ୍ଦେଶକ୍ରମେ ନବରଙ୍ଗପୁର, ଭୁବନେଶ୍ବର, ଭଦ୍ରକ ସମେତ ୯ଟି ଠିକଣାରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ପ୍ରଶାନ୍ତ ରାଉତଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଆସୁଥିବାରୁ ଚଢାଉ କରିଥିଲା ଭିଜିଲାନ୍ସ । ତେବେ ପ୍ରଶାନ୍ତ ପୂର୍ବରୁ ସୁନ୍ଦରଗଡ ଜିଲ୍ଲା ବିଶ୍ରାରେ ବିଡ଼ିଓ ଥିବା ସମୟରେ 1 ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହୋଇଥିଲେ । ଚଢାଉରେ ଭିଜିଲାନ୍ସ ବିଭାଗର ୯ଟି ଟିମ୍ ସାମିଲ ରହିଥିଲେ । ସେ ନବରଙ୍ଗପୁର ଉପ ଜିଲ୍ଲାପାଳ ଦାୟିତ୍ବରେ ରହିବା ପରେ ତାଙ୍କର ଦୁର୍ନୀତିରେ ଅତିଷ୍ଠ ହୋଇପଡ଼ିଥିଲେ ଜନସାଧାରଣ । ଉପଜିଲ୍ଲାପାଳଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିବାବେଳେ ପରିଶେଷରେ ପୁଣିଥରେ ସେ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ।

ଏହାମଧ୍ୟ ପଢନ୍ତୁ: Vigilance Raid: ରୁପା ଚାମଚରେ ଖାଉଥିଲେ, ଅୟସ ଜୀବନ ବିତାଉଥିଲେ W&CD ଅଧିକାରିଣୀ ଜୟନ୍ତୀ ବେହେରା

ପ୍ରକାଶ ଥାଉକି, ଦିନକ ତଳେ ଭଦ୍ରକର ପୂର୍ବତନ ଜିଲ୍ଲା ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିଲା । ତାଙ୍କର ୧୧ଟି ଠିକଣାରେ ରେଡ୍ କରିଥିଲା ଭିଜିଲାନ୍ସ ବିଭାଗ । ରେଡ୍ ବେଳେ ବାଲେଶ୍ବରରେ ୩ଟି ସୁଉଚ୍ଚ କୋଠାଘର ସମେତ ଭୁବନେଶ୍ବରରେ ଦୁଇଟି ଫ୍ଲାଟ ଓ ୪ଟି ପ୍ଲଟ ଠାବ ହୋଇଥିଲା । ସେହିପରି ୫୩ ଲକ୍ଷର ଇନସୁରାନ୍ସ ଡିପୋଜିଟ ସମେତ ଘରୁ ନଗଦ ୨ ଲକ୍ଷ ୭୯ ହଜାର ଟଙ୍କା ପାଇଥିଲା ଭିଜିଲାନ୍ସ ଟିମ୍ । ବାଲେଶ୍ବର ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଗଣେଶପୁର ସିଦ୍ଧେଶ୍ବର କଲୋନିରେ ମଧ୍ୟ ଜୟନ୍ତୀଙ୍କ ଗୋଟିଏ ଘର ରହିଛି । ଭୁବନେଶ୍ବର କଳ୍ପନା ଛକ ନିକଟ ଗୌତମ ନଗର ସ୍ଥିତ ରୟାଲ ରେସିଡେନ୍ସିରେ ଫ୍ଲାଟ ଥିବା ଜଣାପଡିଛି ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Jun 23, 2023, 8:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.