ନବରଙ୍ଗପୁର: ସଦର ଥାନକୁ ପହଞ୍ଚିଲା କୋରୋନା । ନବରଙ୍ଗପୁର ସଦର ଥାନାର ଦୁଇ କର୍ମଚାରୀ କୋରୋନା ପଜିଟିଭ ବାହାରିଥିବା ଟୁଇଟ ମାଧ୍ୟମରେ ସୂଚନା ଦେଲେ ନବରଙ୍ଗପୁର ଏସପି ନୀତିନ କୁଶଲକର । ଏସପିଙ୍କ ସୂଚନା ଅନୁସାରେ ନବରଙ୍ଗପୁର ସଦର ଥାନାର ଦୁଇ କୋରୋନା ଯୋଦ୍ଧାଙ୍କର କୋରୋନା ପଜିଟିଭ ଚିହ୍ନଟ ହେବାପରେ ରବିବାରଠାରୁ ମାଝୀଗୁଡା ଚେକପୋଷ୍ଟ ଠାରେ ଥାନାକୁ ସିଲ କରାଯିବା ନେଇ ଟୁଇଟ କରି ଜଣାଇଛନ୍ତି ।
ନବରଙ୍ଗପୁର ସଦର ଥାନା ଉପର ମହଲାରେ ପ୍ରାୟ ୩୦ ଜଣ ଆଇଆରବି ଯବାନ ରହୁଥିବା ସୂଚନା ମିଳିଛି । ସମସ୍ତ କର୍ମଚାରୀଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଇଥିଲେ ସେଥିମଧ୍ୟରୁ ଦୁଇ ଜଣଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଥାନାକୁ ବନ୍ଦ କରାଯାଇ ନବରଙ୍ଗପୁର ସହର ଉପକଣ୍ଠରେ ମାଝୀଗୁଡା ଚେକପୋଷ୍ଟରେ ଅସ୍ଥାୟୀ ଥାନା ଚାଲିବା ନେଇ ଏସପି ସୂଚନା ଦେଇଛନ୍ତି ।
ଏଥିସହିତ ନବରଙ୍ଗପୁର ଥାନାକୁ ସାନିଟାଇଜ କରାଯାଇଛି । ରବିବାର ନବରଙ୍ଗପୁର ଜିଲ୍ଲାରୁ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୧୩ରେ ପହଞ୍ଚିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଥିସହ କୋରୋନା ଚିହ୍ନଟ ହୋଇଥିବା ସାହି ଏବଂ ଅଞ୍ଚଳକୁ କଣ୍ଟନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ