ETV Bharat / state

ବଡ଼ଟେମରା ପଞ୍ଚାୟତରେ ସମସ୍ୟାର ସମୀକ୍ଷା କଲେ ନବରଙ୍ଗପୁର ସାଂସଦ - ସାଂସଦ ରମେଶ ମାଝୀ

ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ଝରିଗାଁ ବ୍ଲକର ବଡ଼ଟେମରା ପଞ୍ଚାୟତ ଗସ୍ତ । ପଞ୍ଚାୟତବାସୀଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚି ପାରୁନଥିବାରୁ ବ୍ଲକର ସବୁ ବିଭାଗୀୟ ଅଧିକାରୀଙ୍କୁ ତାଗିତ କରିଛନ୍ତି ସାଂସଦ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Sep 15, 2019, 4:45 AM IST

ନବରଙ୍ଗପୁର: ସମସ୍ୟା ଘେରରେ ଝରିଗାଁ ବ୍ଲକ ବଡ଼ଟେମରା ପଞ୍ଚାୟତବାସୀ । ପଞ୍ଚାୟତରେ ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ ଓ ପାନୀୟ ଜଳ ଆଦି ସରକାରୀ ଯୋଜନା ଭୁଶୁଡ଼ି ପଡିଛି । ଏନେଇ ଶନିବାର ନବରଙ୍ଗପୁର ସାଂସଦ ରମେଶ ମାଝୀ ପଞ୍ଚାୟତରେ ପହଞ୍ଚି ବିଭିନ୍ନ ଯୋଜନାର ସମୀକ୍ଷା କରିବା ସହ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି । ଏଥିସହ ସାଂସଦ ମାଝୀ ପଞ୍ଚାୟତବାସୀଙ୍କୁ ବଡ଼ଟେମରା ପଞ୍ଚାୟତକୁ ମଡେଲ ପଞ୍ଚାୟତ କରିବା ପାଇଁ ସ୍ବପ୍ନ ଦେଖାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଏକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ବଡ଼ଟେମରା । ଏହି ପଞ୍ଚାୟତରେ ସାଧାରଣ ଜନତା ସରକାରୀ ଯୋଜନାରୁ ବଞ୍ଚିତ । ଏନେଇ ପଞ୍ଚାୟତବାସୀ ଗତ ୧୧ ତାରିଖରେ ପ୍ରତିବାଦ କରିବା ସହ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇ ଥିଲେ । ପରେ ଝରିଗାଁ ପୋଲିସ ପହଞ୍ଚି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଉଦ୍ଧାର କରିଥିଲେ । ତେବେ ବଡ଼ଟେମରା ପଞ୍ଚାୟତର ୧୦୦ରୁ ଉର୍ଦ୍ଧ୍ବ ଜନସାଧାରଣ ସାଂସଦଙ୍କ ବାସଭବନକୁ ଯାଇ ସମସ୍ୟା ବିଷୟରେ ଅବଗତ କରାଇଥିଲେ ।

ସାଂସଦ ଏହି ସମସ୍ୟାର ସମାଧାନ କରିବା ପାଇଁ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ପଞ୍ଚାୟତବାସୀଙ୍କ ସହ ବ୍ଲକର ସବୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ସମସ୍ୟାର ସମୀକ୍ଷା କରିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ସରକାରୀ ଯୋଜନା ସବୁ ସ୍ଥାଣୁ ପାଲଟୁଥିବା ଜାଣି ଅଧିକାରୀମାନଙ୍କୁ ସାଂସଦ ତାଗିଦ କରିଛନ୍ତି । ଲୋକେ ଯେପରି ଠିକ ସମୟରେ ସରକାରୀ ଯୋଜନା ପାଇପାରିବେ ଏବଂ ଲୋକଙ୍କ ସମସ୍ୟା ୩ ମାସ ମଧ୍ୟରେ ସମାଧାନ କରିବା ପାଇଁ ସାଂସଦ ନିର୍ଦ୍ଦେଶ ଦେଇଛନ୍ତି ।

ପଞ୍ଚାୟତବାସୀ ନୂତନ ପଞ୍ଚାୟତ କାର୍ଯ୍ୟାଳୟ, ଗୋଦାମ ଗୃହ , ଭତ୍ତା, ରାସନକାର୍ଡ଼, ଅଙ୍ଗନବାଡୀ ଗୃହ ନିର୍ମାଣ ଏବଂ ଦୀର୍ଘ ଦିନ ହେବ ମହିଳା ସ୍ୱାସ୍ଥ୍ୟକର୍ମୀ ନଥିବା ଆଦି ବିଷୟ ପ୍ରତି ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏନେଇ ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବା ସହ ବଡ଼ଟେମରା ପଞ୍ଚାୟତକୁ ଏକ ମଡେଲ ପଞ୍ଚାୟତ କରିବା ପାଇଁ ସାଂସଦ ରମେଶ ମାଝୀ ପ୍ରତିଶ୍ରୁତି ଦେଇଛନ୍ତି । ଏହାପରେ ସାଂସଦ ମାଝି ଟେମରା ହାଇସ୍କୁଲ, ଚାଚା ହାଇସ୍କୁଲ ଓ ହାତୀବାଡ଼ି ସ୍କୁଲ ଗସ୍ତ କରି ସମସ୍ୟା ଓ ଶିକ୍ଷା ବ୍ୟବସ୍ଥାକୁ ନେଇ ଅନୁଧ୍ୟାନ କରିଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Slug ବଡ଼ଟେମରା ପଞ୍ଚାୟତ ର ସମସ୍ୟାର ସମୀକ୍ଷା କଲେ ନବରଙ୍ଗପୁର ସାଂସଦ
ତା-୧୪.୦୯.୨୦୧୯
ସ୍ଥାନ -ନବରଙ୍ଗପୁର
ରିପୋର୍ଟର-ତପନ ବିଶୋଇ
Anchor ବିଭିନ୍ନ ସମସ୍ୟା ଦେଇ ଗତି କରି ଚାଲୁଛନ୍ତି ବଡ଼ଟେମରା ପଞ୍ଚାୟତ ବାସୀ ।ଏଠି ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ, ପାନୀୟ ଜଳ ଆଦି ସରକାରୀ ଯୋଜନା ଭୁଶୁଡ଼ି ପଡିଛି ।ଏନେଇ ଆଜି ନବରଙ୍ଗପୁର ସାଂସଦ ରମେଶ ମାଝୀ ପହଞ୍ଚି ବିଭିନ୍ନ ଯୋଜନା ର ସମୀକ୍ଷା କରିବା ସହ ବିଭାଗୀୟ ଅଧିକାରୀ ଙ୍କୁ ତାଗିଦ କରିଛନ୍ତି ।ଏବଂ ପଞ୍ଚାୟତ ବାସୀ ଙ୍କୁ ବଡ଼ଟେମରା ପଞ୍ଚାୟତ କୁ ମଡେଲ ପଞ୍ଚାୟତ ବିଲ୍ଡିଂଗ କରିବା ପାଇଁ ସ୍ବପ୍ନ ଦେଖାଇଛନ୍ତି ।
ବଡ଼ଟେମରା ହେଉଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ର ଏକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ।ଏହି ପଞ୍ଚାୟତ ରେ ଦିନ କୁ ଦିନ ସରକାରୀ ଯୋଜନା ସବୁ ଭୁଶୁଡ଼ି ପଡ଼ୁଥିବା ବେଳେ ସାଧାରଣ ଜନତା ସରକାରୀ ଯୋଜନା ରେ ବଞ୍ଚିତ ହେଉଛନ୍ତି ।ଏନେଇ ଗତ ୧୧ତାରିଖରେ ପ୍ରତିବାଦ କରି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ତାଲା ପକାଇ ଥିଲେ ପରେ ଝରିଗାଁ ପୋଲିସ ପହଞ୍ଚି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଉଦ୍ଧାର କରିଥିଲେ ।ତେବେ ବଡ଼ଟେମରା ପଞ୍ଚାୟତ ର ୧୦୦ରୁ ଉର୍ଦ୍ଧ୍ବ ଜନସାଧାରଣ ସାଂସଦ ଙ୍କ ବାସଭବନ କୁ ଯାଇ ସମସ୍ୟା ବିଷୟରେ ଅବଗତ କରାଇଥିଲେ ।ସାଂସଦ ଏହି ସମସ୍ୟାର ସମାଧାନ କରିବା ପାଇଁ ଏକ ସମୀକ୍ଷା ବୈଠକ ଜରୁରୀ ମନେ କରି ଏକ ସମୀକ୍ଷା ବୈଠକ କରିଥିଲେ ।ଏହି ସମୀକ୍ଷା ବୈଠକ ରେ ପଞ୍ଚାୟତ ବାସୀ ଙ୍କ ସହ ବ୍ଲକ ର ସବୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
ସମସ୍ୟା ର ସମୀକ୍ଷା କରିବା ବେଳେ ବିଭାଗୀୟ ଅଧିକାରୀ ଙ୍କ ଅବହେଳା ଯୋଗୁଁ ସରକାରୀ ଯୋଜନା ସବୁ ସ୍ଥାଣୁ ପାଲୁଟୁ ଥିବା ଜାଣି ବିଭାଗୀୟ ଅଧିକାରୀ ଙ୍କୁ ତାଗିଦ କରିବା ସହ ଲୋକ ଯେପରି ଠିକ ସମୟରେ ସରକାରୀ ଯୋଜନା ପାଇ ପାରିବେ ଏବଂ ଲୋକଙ୍କ ସମସ୍ୟା ୩ମାସ ମଧ୍ୟରେ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ପଞ୍ଚାୟତ ବାସୀ ନୂତନ ପଞ୍ଚାୟତ କାର୍ଯ୍ୟାଳୟ, ଗୋଦାମ ଗୃହ ,ଭତ୍ତା, ରାସନକାର୍ଡ଼, ଅଙ୍ଘନବଡୀ ଗୃହ ନିର୍ମାଣ ଏବଂ ଦୀର୍ଘ ଦିନ ହେବ ମହିଳା ସ୍ୱାସ୍ଥ୍ୟ କର୍ମୀ ନଥିବାରୁ ମହିଳା ସ୍ୱାସ୍ଥ୍ୟ କର୍ମୀ ପାଇଁ ସାଂସଦ ଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ।ଏନେଇ ସାଂସଦ ରମେଶ ମାଝୀ ମଧ୍ୟ ଯଥା ଶୀଘ୍ର ସମସ୍ୟା ର ସମାଧାନ କରା ଯିବା ସହ ବଡ଼ଟେମରା ପଞ୍ଚାୟତ କୁ ଏକ ମୋଡେଲ ପଞ୍ଚାୟତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।ଏହା ପରେ ସାଂସଦ ଟେମରା ହାଇସ୍କୁଲ, ଚାଚା ହାଇସ୍କୁଲ ଓ ହାତୀବାଡ଼ି ସ୍କୁଲ ଗସ୍ତ କରି ସମସ୍ୟା ଓ ଶିକ୍ଷା ବ୍ୟବସ୍ଥା କୁ ନେଇ ଅନୁଧ୍ୟାନ କରିଥିଲେ ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.