ETV Bharat / state

ବେଆଇନ ଦେଶୀ ମଦ ରାକେଟରେ ଚଢ଼ାଉ, 60 ଲିଟର ଦେଶୀ ମଦ ଜବତ - Nabarangpur illegal indigenous liquor racket

ବେଆଇନ ଦେଶୀ ମଦ କାରବାର ରୋକିବା ପାଇଁ ନବରଙ୍ଗପୁର ଅବକାରୀ ବିଭାଗ ପାପଡାହାଣ୍ଡିର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି 60 ଲିଟର ଦେଶୀ ମଦ ଜବତ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

60 ଲିଟର ଦେଶୀ ମଦ ଜବତ
60 ଲିଟର ଦେଶୀ ମଦ ଜବତ
author img

By

Published : May 8, 2020, 10:57 PM IST

ନବରଙ୍ଗପୁର: କୋରୋନା ମହାମାରୀ ଯୋଗୁଁ ଲକ୍‌ଡାଉନ ଚାଲିଥିବାରୁ ସରକାର ଦେଶୀ ଓ ବିଦେଶୀ ମଦ ଦୋକାନ ଗୁଡ଼ିକୁ ମଦ ବିକ୍ରି ନିଷେଧ କରିଛନ୍ତି । ଏହାର ସୁଯୋଗ ନେଇ ମଦ ମାଫିଆମାନେ ବିଭିନ୍ନ ଜଙ୍ଗଲ ଓ ନଦୀ ତଟବର୍ତ୍ତୀ ସ୍ଥାନ ମାନଙ୍କରେ ଅବୈଧରେ ଦେଶୀ ମହୁଲ ମଦ ରନ୍ଧା କାର୍ଯ୍ୟ ଜାରି ରଖିଛନ୍ତି । ବର୍ତ୍ତମାନ ଗ୍ରାମାଞ୍ଚଳରେ ମହୁଲ ସୁବିଧାରେ ମିଳୁ ଥିବାରୁ ମଦ ମାଫିଆମାନଙ୍କୁ ମଦ ବେପାର ପାଇଁ ଭରପୁର ସୁଯୋଗ ସୃଷ୍ଟି ହୋଇଛି । ତେବେ ବେଆଇନ ଦେଶୀ ମଦ କାରବାର ରୋକିବା ପାଇଁ ନବରଙ୍ଗପୁର ଅବକାରୀ ବିଭାଗ ପାପଡାହାଣ୍ଡିର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି 60 ଲିଟର ଦେଶୀ ମଦ ଜବତ କରିଛି ।

ନବରଙ୍ଗପୁର ଜିଲ୍ଲାପାଳ ଡ଼ ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଦେଶୀ ମଦ କାରବାର ରୋକିବା ପାଇଁ ଅବକାରୀ ଅଧିକ୍ଷକ ପ୍ରଦୀପ ପଟ୍ଟନାୟକ ତତ୍ତ୍ବାବଧାନରେ ପାପଡାହାଣ୍ଡିର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି 60 ଲିଟର ଦେଶୀ ମଦ ଓ 14 କିଲୋ ଗଞ୍ଜେଇ ଜବତ କରିବା ସହିତ 4ଜଣକୁ ଗିରଫ କରାଯାଇଛି । ଏହି କାରବାରରେ ବ୍ୟବହୃତ ୨ଜଣଙ୍କ ବାଇକ ଜବତ କରିଛନ୍ତି ଅବକାରୀ ବିଭାଗ । ନବରଙ୍ଗପୁର ଇନ୍ସପେକ୍ଟର ବିପ୍ରଚରଣ ମଣ୍ଡଳଙ୍କ ନେତୃତ୍ବରେ ସବଇନ୍ସପେକ୍ଟର ଜଗବନ୍ଧୁ ଜାନୀ, ଏସଆଇ ସୁବ୍ରତ ହରିଜନ, ସଦାଶିବ ଭତରା ସମେତ ଅନ୍ୟ କର୍ମଚାରୀ ଉମେଶ ହରିଜନ, ସଦାଶିବ ଭତରା, ଶ୍ରୀକାନ୍ତ ବିଷୋୟୀ, ମହେନ୍ଦ୍ର ଭତରା ପ୍ରମୁଖ ଏହି ଚଢ଼ାଉରେ ସାମିଲ ଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.