ETV Bharat / state

ନବରଙ୍ଗପୁରରୁ 319 ନୂଆ କାେରୋନା ସଂକ୍ରମିତ ଚିହ୍ନଟ - ଛତିଶଗଡ ସୀମାନ୍ତ

24 ଘଣ୍ଟା ମଧ୍ୟରେ 319 ନୂଆ କୋରୋନା ପଜିଟିଭ ଚିହ୍ନଟ । 2 ଲକ୍ଷ 44 ହଜାର 361 ଜଣଙ୍କର ସ୍ୱାବ୍ ସଂଗ୍ରହ କରାଯାଇଥିବାବେଳେ ଛତିଶଗଡ ସୀମାନ୍ତରେ ବ୍ଲକ୍ ଗୁଡିକରେ କୋରୋନା ସ୍ଥିତି ଉଦବେଗଜନକ ରହିଛି । ଅଧିକ ପଢନ୍ତୁ...

ନବରଙ୍ଗପୁର ଜିଲ୍ଲାରେ 319 ନୂଆ କାେରୋନା ସଂକ୍ରମିତ ଚିହ୍ନଟ

author img

By

Published : May 4, 2021, 4:52 PM IST

ନବରଙ୍ଗପୁର: ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ 319 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l କୋରୋନା ସଂକ୍ରମଣକୁ ନେଇ ଜିଲ୍ଲା ପ୍ରଶାସନ ଓ ସରକାର ଅନେକ ସଚେତନତା କାର୍ଯ୍ୟକ୍ରମ ତଥାପି ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ପରିସ୍ଥିତି ଅସମ୍ଭାଳ ହେବାରେ ଲାଗିଛି ।

ନବରଙ୍ଗପୁର ଜିଲ୍ଲାରେ 319 ନୂଆ କାେରୋନା ସଂକ୍ରମିତ ଚିହ୍ନଟ
ନବରଙ୍ଗପୁର ଜିଲ୍ଲାରେ 319 ନୂଆ କାେରୋନା ସଂକ୍ରମିତ ଚିହ୍ନଟ

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 44 ହଜାର 361 ଜଣଙ୍କର ସ୍ୱାବ୍ ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଥିବା ବେଳେ ଛତିଶଗଡ ସୀମାନ୍ତରେ ଥିବା ଉମରକୋଟ, ରାଇଘର, ଚନ୍ଦାହାଣ୍ଡି, ଝରିଗାଁ ବ୍ଲକରେ କୋରୋନା ସ୍ଥିତି ଉଦବେଗଜନକ ରହିଛି । ଗତ 14 ଦିନ ହେବ କେବଳ ସୀମାନ୍ତରେ ଥିବା ଏହି ବ୍ଲକ ଗୁଡିକ ରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯାହାକି ପ୍ରଶାସନର ଚିନ୍ତା ବଢ଼ାଇଦେଇଛି ।

ମଙ୍ଗଳବାର ଜିଲ୍ଲାରେ 319 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 11 ହଜାର 380ରେ ପହଞ୍ଚିଛି । ସେଥିମଧ୍ୟରୁ 8 ହଜାର 131ଜଣ ସୁସ୍ଥ ହୋଇଥିବା ବେଳେ 3 ହଜାର 131 ଜଣ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ 3 ହଜାର 41 ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି ।

ଜିଲ୍ଲାରେ ମଙ୍ଗଳବାର ଚିହ୍ନଟ 319 ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଚନ୍ଦାହାଣ୍ଡି ବ୍ଲକରୁ 52, ଉମରକୋଟ ବ୍ଲକରୁ 49, ରାଇଘର ବ୍ଲକରୁ 44, ଝରିଗାଁ ବ୍ଲକରୁ 40, ଉମରକୋଟ ପୌରାଞ୍ଚଳରୁ 38 ଓ ନବରଙ୍ଗପୁର ପୌରାଞ୍ଚଳରୁ 37 ଜଣ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଡାବୁଗାଁ, କୋଷାଗୁମୁଡା, ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକରୁ 12 ଜଣ ଲେଖାଏଁ, ପାପଡାହାଣ୍ଡି ବ୍ଲକରୁ 10 ଜଣ ଏବଂ ନବରଙ୍ଗପୁର ବ୍ଲକରୁ ଜଣେ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.