ETV Bharat / state

ସ୍କଚ ଆୱାର୍ଡରେ ସମ୍ମାନୀତ ହେଲା ନବରଙ୍ଗପୁର ଜିଲ୍ଲା

author img

By

Published : Jun 21, 2020, 7:33 AM IST

ନବରଙ୍ଗପୁର ଜିଲ୍ଲାକୁ ବିଜ୍ଞାନ ଓ କାରିଗରୀ ଜ୍ଞାନ କୌଶଳ ବିନିଯୋଗରେ ଜିଲ୍ଲାର ବିକାଶ ମଡେଲକୁ ଦେଶର ଶ୍ରେଷ୍ଠ ମଡେଲ ଭାବେ ଚୟନ କରାଯାଇ ଜିଲ୍ଲା ସ୍କଚ ଆୱାର୍ଡ ପ୍ରଦାନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ।

nabarangpur-district-get-skoch-award-for-development-model
ନବରଙ୍ଗପୁର ଜିଲ୍ଲାକୁ ମିଳିଲା ସ୍କଚ ଆୱାର୍ଡ

ନବରଙ୍ଗପୁର: ଜିଲ୍ଲାକୁ ମିଳିଲା ସ୍କଚ ଆୱାର୍ଡ । ବିଜ୍ଞାନ ଓ କାରିଗରୀ ଜ୍ଞାନ କୌଶଳ ବିନିଯୋଗରେ ଜିଲ୍ଲାର ବିକାଶ ମଡେଲକୁ ଦେଶର ଶ୍ରେଷ୍ଠ ମଡେଲ ଭାବେ ଚୟନ କରାଯାଇଛି ।

ନବରଙ୍ଗପୁର ଜିଲ୍ଲାକୁ ବିଜ୍ଞାନ ଓ କାରିଗରୀ ଜ୍ଞାନ କୌଶଳ ବିନିଯୋଗରେ ଜିଲ୍ଲାର ବିକାଶ ମଡେଲକୁ ଦେଶର ଶ୍ରେଷ୍ଠ ମଡେଲ ଭାବେ ଚୟନ କରାଯାଇ ସ୍କଚ ଆୱାର୍ଡ଼ର ସର୍ବ ଶ୍ରେଷ୍ଠ ପୁରସ୍କାର ପ୍ଲାଟିନମ ଆୱାର୍ଡ ଭାବେ ପୁରସ୍କୃତ କରାଯାଇଛି । ଏକ ବେସରକାରୀ ସଂସ୍ଥା ତରଫରୁ ଜାତୀୟ ସ୍ତରରେ ଦେଶର ସମସ୍ତ ରାଜ୍ୟ ଗୁଡିକର ବିଭିନ୍ନ ଜିଲ୍ଲାର ଭିନ୍ନ ଭିନ୍ନ କ୍ଷେତ୍ରରେ ଜିଲ୍ଲା ଗୁଡିକର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦକ୍ଷତା ମପା ଯାଇଥିଲା ।

ଅନଲାଇନ ମଧ୍ୟରେ ଏହି ଭୋଟିଂ କରାଯାଇଥିଲା । ଏହି ଭୋଟିଂରେ ଦେଶର ଅନେକ ସାଧାରଣ ଜନତା ଭାଗ ନେଇ ସର୍ବଶ୍ରେଷ୍ଠ ଜିଲ୍ଲା ଭାବେ ନବରଙ୍ଗପୁରକୁ ଚୟନ କରିଥିଲେ । ଅନ୍ୟ ରାଜ୍ୟର ଜିଲ୍ଲାଗୁଡିକୁ ପଛରେ ପକାଇ ପଛୁଆ ଜିଲ୍ଲା ନବରଙ୍ଗପୁର ଏହି ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଗତ ଛଅ ମାସ ପୂର୍ବରୁ ଏହି ପ୍ରତିଯୋଗିତା ହେବାର ଥିଲା କିନ୍ତୁ କୋରୋନା ଜନିତ ଲକଡାଉନ ଯୋଗୁଁ କାର୍ଯ୍ୟକ୍ରମ ସ୍ଥଗିତ ରହିଯାଇଥିଲା ଏବଂ ଆଜି ଅନଲାଇନ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ନବରଙ୍ଗପୁର ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.