ETV Bharat / state

ନବରଙ୍ଗପୁରରେ ପୁଣି ଉପରମୁହାଁ କୋରୋନା, ଦିନକରେ 362 ନୂଆ ପଜିଟିଭ ଚିହ୍ନଟ

author img

By

Published : May 14, 2021, 3:57 PM IST

ଜିଲ୍ଲାରେ କୋଭିଡ୍ ସଂକ୍ରମଣ ଥମିବାର ନାଁ ଧରୁନାହିଁ । କୋରୋନା ସଂକ୍ରମଣ କମ କରିବାକୁ ପ୍ରଶାସନର ପଦକ୍ଷେପ । ଅଧିକ ପଢନ୍ତୁ....

ନବରଙ୍ଗପୁର ଜିଲ୍ଲାରେ ପୁଣି ଉପରମୁହାଁ କୋରୋନା, ଦିନକରେ 362 ନୂଆ ପଜିଟିଭ୍ ଚିହ୍ନଟ l

ନବରଙ୍ଗପୁର: ଜିଲ୍ଲାରେ ଦିନକୁ ଦିନ ଥମିବାର ନାଁ ନେଉ ନାହିଁ କୋରୋନା । ଗତ ଗୁରୁବାର ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଥିବା ବେଳେ ଶୁକ୍ରବାର ପୁଣି ଉପରମୁହାଁ ହେବା ଫଳରେ ଜିଲ୍ଲାରୁ 362 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

ଶୁକ୍ରବାର ଚିହ୍ନଟ ହାେଇଥିବା 362 ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଉମରକୋଟ ବ୍ଲକରୁ 71 ଏବଂ ଉମରକୋଟ ପୌରାଞ୍ଚଳରୁ 44, ଚନ୍ଦାହାଣ୍ଡି ବ୍ଲକରୁ 36, ନବରଙ୍ଗପୁର ପୌରାଞ୍ଚଳରୁ ଓ ଝରିଗାଁ ବ୍ଲକରୁ 34 ଜଣ ଲେଖାଏଁ, କୋଷାଗୁମୁଡା ବ୍ଲକରୁ 29, ନନ୍ଦାହାଣ୍ଡି ବ୍ଲକରୁ 27, ଡାବୁଗାଁ ବ୍ଲକରୁ 25 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଇଘର ବ୍ଲକରୁ 20, ତେନ୍ତୁଳିଖୁଣ୍ଟି ବ୍ଲକରୁ 19, ନବରଙ୍ଗପୁର ବ୍ଲକରୁ 14 ଜଣ ଏବଂ ପାପଡାହାଣ୍ଡି ବ୍ଲକରୁ 9 ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

ସୂଚନାନୁଯାୟୀ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 14 ହଜାର 678ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ 11 ହଜାର 380 ଜଣ ସୁସ୍ଥ ହୋଇଛନ୍ତି । ଏବଂ 3 ହଜାର 194 ଜଣ ସକ୍ରିୟ ଆକ୍ରାନ୍ତଙ୍କ ମାମଲା ଥିବାବେଳେ ସେଥିମଧ୍ୟରୁ 3 ହଜାର 13 ଜଣ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରେ ଆଜକୁ ପ୍ରାୟ 2 ଲକ୍ଷ 55 ହଜାର 720 ଜଣଙ୍କର ନମୁନା ସଂଗ୍ରହ କରାଯାଇ କରୋନା ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.