ETV Bharat / state

ରକ୍ତଦାନ କରି ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କଲେ ନବରଙ୍ଗପୁର ଜିଲ୍ଲାପାଳ

author img

By

Published : Apr 1, 2022, 10:49 PM IST

ରକ୍ତଦାନ ଶିବିରରେ ନବରଙ୍ଗପୁର ଜିଲ୍ଲାପାଳ ରକ୍ତଦାନ କରି ସହିତ ଜିଲ୍ଲାର ଯୁବ ଗୋଷ୍ଠୀଙ୍କୁ ଉତ୍ସାହିତ କରିଛନ୍ତି । ଅଧିକ ପଢ଼ନ୍ତୁ

ରକ୍ତଦାନ କରି ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କଲେ ନବରଙ୍ଗପୁର ଜିଲ୍ଲାପାଳ
ରକ୍ତଦାନ କରି ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କଲେ ନବରଙ୍ଗପୁର ଜିଲ୍ଲାପାଳ

ନବରଙ୍ଗପୁର: ଉତ୍କଳ ଦିବସ ଅବସରରେ ନବରଙ୍ଗପୁର ସହରାଞ୍ଚଳ ଡାକ୍ତରଖାନାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ରକ୍ତଦାନ କରି ସହିତ ଜିଲ୍ଲାର ଯୁବ ଗୋଷ୍ଠୀଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଛନ୍ତି । ଏଭଳି ମହତ୍‌ କାର୍ଯ୍ୟ କରି ଜିଲ୍ଲାପାଳ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

ବିଶେଷ କରି ନବରଙ୍ଗପୁର ଜିଲ୍ଲା ଭଳି ଉପାନ୍ତ ଅଞ୍ଚଳରେ ହୋଇ ଥିବାରୁ ଏଠାରେ ମାସକୁ ହଜାର ୟୁନିଟ ରକ୍ତର ଆବଶ୍ୟକତା ପଡ଼େ । ସଚେତନତା ଅଭାବରୁ ରକ୍ତ ସଂଗ୍ରହ ହୋଇ ପାରୁନାହିଁ l ଗରିବ ଶ୍ରେଣୀର ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୁବ ଗୋଷ୍ଠୀ ଆଗେଇ ଆସି ରକ୍ତଦାନ ଶିବିର ମାଧ୍ୟମରେ ରକ୍ତଦାନ କରିବାକୁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି ।

ଏହି ରକ୍ତଦାନ ଶିବିରରେ ଜିଲ୍ଲାପାଳଙ୍କ ସହିତ ନବରଙ୍ଗପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ ପଟ୍ଟନାୟକ ମଧ୍ୟ ରକ୍ତଦାନ କରିଥିଲେ । କୋରୋନା ମହାମାରୀ ଯୋଗୁଁ ଗତ ଦୁଇବର୍ଷ ଧରି ଆଖି ଦୃଶିଆ ରକ୍ତ ସଂଗ୍ରହ ହୋଇ ପାରିନାହିଁ । ତେବେ ନବରଙ୍ଗପୁର ଜିଲ୍ଲାପାଳଙ୍କ ଏଭଳି ଉଦ୍ୟମ ପରେ ରକ୍ତଦାନ ପାଇଁ ଯୁବଗୋଷ୍ଠୀ ଆଗେଇ ଆସିବେ ଆଶା କରାଯାଉଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.