ନବରଙ୍ଗପୁର: ଲେମନ ଗ୍ରାସ ଚାରା ରୋଇଲେ ନବରଙ୍ଗପୁର ଜିଲ୍ଲାପାଳ । ସୋମବାର ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ଅନ୍ତର୍ଗତ ଡେଙ୍ଗାତଟାଗୁଡା ଗାଁରେ ଲେମନଗ୍ରାସ ଚାରା ରୋଇଛନ୍ତି ଜିଲ୍ଲାପାଳ ଅଜିତ କୁମାର ମିଶ୍ର ।
ସୋମବାର ଚାଷୀଭାଇମାନଙ୍କୁ ଲେମନ ଗ୍ରାସ ଚାରା ବଣ୍ଟନ କରାଯିବା ସହ ଗ୍ରାମର ଜଣେ ଚାଷୀଙ୍କ ଜମିରେ ଚାରା ଗୁଡିକୁ ଧାଡ଼ିରେ ଲଗାଇଥିଲେ ଜିଲ୍ଲାପାଳ । ପ୍ରଥମ ଥର ପାଇଁ ନବରଙ୍ଗପୁର ଜିଲ୍ଲାରେ ଲେମନଗ୍ରାସ ଚାରା ଲଗାଯାଇଛି ।
ତେବେ କିଭଳି ଚାଷ କରାଯିବ ଏବଂ ଅମଳ ପରେ ଲେମନ ଗ୍ରାସରୁ କିପରି ତେଲ ବାହାରିବ ଏନେଇ ଚାଷୀଙ୍କୁ ଜିଲ୍ଲାପାଳ ବୁଝାଇଥିଲେ । ଏଥିସହ ଏହି ଚାଷ କଲେ ଚାଷୀମାନେ ଅଧିକରୁ ଅଧିକ ଲାଭ ପାଇପାରିବେ ବୋଲି ସେ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଉପ କୃଷି ଅଧିକାରୀ ବଜ୍ରକିଶୋର ଲେଙ୍କା, ସିଆରଏମ ଆଇପି ବୈଜ୍ଞାନିକ ବିକାଶ ଯାଦବ, ଜିଲ୍ଲାଯୋଜନା ଅଧିକାରୀ ଏମ.ଆନନ୍ଦ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।
ନବରଙ୍ଗପୁରରୁ ତପନ ବିଶୋୟୀ, ଇଟିଭି ଭାରତ