ETV Bharat / state

Nabarangpur Covid Case: ସମସ୍ତଙ୍କ ସହଯୋଗ କାମନା କଲେ ଜିଲ୍ଲାପାଳ - ନବରଙ୍ଗପୁର କୋରୋନା ସ୍ଥିତି

ନବରଙ୍ଗପୁର ଜିଲ୍ଲାରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଡ଼ଃ କମଲ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ

nabarangpur covid case: ସମସ୍ତଙ୍କ ସହଯୋଗ କାମନା କଲେ ଜିଲ୍ଲାପାଳ

author img

By

Published : Jan 13, 2022, 8:58 PM IST

ନବରଙ୍ଗପୁର: ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଜି(ଗୁରୁବାର) ନବରଙ୍ଗପୁର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଡ଼ଃ କମଲ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଭିନ୍ନ ଧର୍ମାନୁଷ୍ଠାନ ସହିତ ଜଡିତ ହୋଇ ରହିଥିବା ବ୍ୟକ୍ତିବିଶେଷ ଏବଂ ପୂଜକ ଯୋଗ ଦେଇଥିଲେ। ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳ ଡ଼ଃ ମିଶ୍ର ସମସ୍ତଙ୍କ ସହଯୋଗ କାମନା କରିବା ସହିତ ଜିଲ୍ଲାରେ ଥିବା ସମସ୍ତ ମନ୍ଦିର, ମସଜିଦ ଏବଂ ଗୀର୍ଜା ମାନଙ୍କରେ କେବଳ ପ୍ରତି ଦିନର ଯାହା ନୀତିକାନ୍ତି ରହିଛି, ତାହା ଚାଲିବ ବୋଲି କହିଛନ୍ତି ।

nabarangpur covid case: ସମସ୍ତଙ୍କ ସହଯୋଗ କାମନା କଲେ ଜିଲ୍ଲାପାଳ
nabarangpur covid case: ସମସ୍ତଙ୍କ ସହଯୋଗ କାମନା କଲେ ଜିଲ୍ଲାପାଳ

କେବଳ ଆସନ୍ତା ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଭକ୍ତଙ୍କ ପ୍ରବେଶକୁ ବାରଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବଟିକୁ ସର୍ବସମ୍ମତି କ୍ରମେ ପାଳିତ ହୋଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଦର ତହସିଲଦାର ରବୀନ୍ଦ୍ର କୁମାର ରାଉତ, ଡେପୁଟି ଜିଲ୍ଲାପାଳ ମୌସୁମୀ ନାୟକ, ରାଜ ପୁରୋହିତ ନରସିଂହ ତ୍ରିପାଠୀ, ନବରଙ୍ଗପୁର ଥାନା ଆଇଆଇସି ତାରିକ ଅହମ୍ମଦଙ୍କ ସମେତ ନବରଙ୍ଗପୁରର ସମସ୍ତ ମନ୍ଦିର, ନବରଙ୍ଗପୁର ଚର୍ଚ୍ଚର ନିରୂପ ରାଜ ସୁକୁଦୁଲାରୀ ଏବଂ ମସଜିଦ କମିଟି ପକ୍ଷରୁ କେ.ପି. ନାସିର ପ୍ରମୁଖ ଉପସ୍ଥିତ ରହିଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.