ନବରଙ୍ଗପୁର: ଭାରତର ୧୫ତମ ନୂତନ ରାଷ୍ଟ୍ରପତି ହେଲେ ଦ୍ରୌପଦୀ ମୁର୍ମୁ । ତାଙ୍କୁ ନେଇ ସାରା ଦେଶ ଗର୍ବ ଅନୁଭବ କରୁଛି । ଦେଶର କୋଣ ଅନୁକୋଣରୁ ତାଙ୍କୁ ଅଭିନନ୍ଦନର ଶୁଅ ଛୁଟିଥିବା ବେଳେ ନବରଙ୍ଗପୁର ଜିଲ୍ଲା ବିଜେଡ଼ି ପକ୍ଷରୁ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛି ।
ମୁର୍ମୁ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବ ବୋଲି କହିବା ସହ ନବରଙ୍ଗପୁର ଜିଲ୍ଲା ବିଜେଡ଼ି ଦଳ ନେତା ଓ କର୍ମୀ ମାନେ ଖୁସିରେ ବିଭିନ୍ନ ନାରା ଦେଇ ସହର ପରିକ୍ରମା କରି ମିଠା ବଣ୍ଟନ କରିଛନ୍ତି । ଏହି ସମୟରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମତିରାମ ନାୟକ, ମଞ୍ଜୁଳା ମାଝୀ, ପ୍ରଦୀପ ମାଝୀ ପ୍ରମୁଖଙ୍କ ସହ ବହୁ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ନବରଙ୍ଗପୁର