ETV Bharat / state

ନବରଙ୍ଗପୁରର ବାଜିଗର କିଏ?

ଆସନ୍ତା ନିର୍ବାଚନରେ ବିଜେଡି ତାର ପ୍ରାର୍ଥୀ ପରିର୍ବତ୍ତନ କରି ସଦାଶିବ ପ୍ରଧାନୀଙ୍କୁ ଟିକେଟ ଦେଇଥିବାବେଳେ ବିଜେପି ଆରଏସଏସ ସଦସ୍ୟ ତଥା ନବରଙ୍ଗପୁର ପୋଲିସ କନେଷ୍ଟବଳ ସଂଘର ସଭାପତି ଗୌରି ଶଙ୍କର ମାଝିଙ୍କ ଉପରେ ଆସ୍ଥା ପ୍ରକଟ କରିଛି ।

author img

By

Published : Mar 24, 2019, 9:47 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଏବେ ରାଜ୍ୟ ରାଜନୀତି ସରଗରମ ହୋଇପଡିଥିବାବେଳେ ଆଦିବାସୀ ବହୁଳ ନବରଙ୍ଗପୁରରେ ମଧ୍ୟ ଏହାର ଜୋରଦାର ପ୍ରଭାବ ପଡିଛି । ନବରଙ୍ଗପୁରର ଗାଁରରୁସହରରଯାଏଁ ଏବେ ଗୋଟିଏ ଚର୍ଚ୍ଚାକିଏ ହେବ ନବରଙ୍ଗପୁରର ବାଜିଗର । ସେପଟେ ନବରଙ୍ଗପୁରର ସବୁ ରାଜନୈତିକ ଦଳ ଭୋଟ ହାତେଇବା ପାଇଁ ଜନତାଙ୍କ ଦୁଆର ମୁହାଁ ହେବାରେ ଲାଗିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

କଂଗ୍ରେସ ଦଳର ଗଡ ହୋଇରହିଥିବା ଆଦିବାସୀ ବହୁଳ ନବରଙ୍ଗପୁର ସମୟ କ୍ରମେ ଅଣକଂଗ୍ରେସରେ ପରିଣତ ହୋଇଛି । ଏହି ମାଟିରେ ଜନ୍ମ ଗ୍ରହଣ କରି କଂଗ୍ରେସ ନେତା ସ୍ୱର୍ଗତ ସଦାଶିବ ତ୍ରିପାଠୀ 1965-1967ପର୍ଯ୍ୟନ୍ତ ଓଡିଶାର ପଞ୍ଚମ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଦିନଥିଲା ଏହି ଆଦିବାସୀ ବହୁଳ ଜିଲ୍ଲା କଂଗ୍ରେସର ଗଡ ହୋଇରହିଥିଲା । ଗତ 2009 ମସିହାରେ ନବରଙ୍ଗପୁର ଆସନଟି ଆଦିବାସୀଙ୍କ ଲାଗି ସଂରକ୍ଷିତ ହେବାପରେ ବିଜେଡିରୁ ପ୍ରାର୍ଥୀ ହୋଇ ମନୋହର ରନ୍ଧାରୀ ଲଗାତାର ବିଜୟୀ ହୋଇ ଆସୁଛନ୍ତି ।

ସେପଟେ ଆସନ୍ତା ନିର୍ବାଚନରେ ବିଜେଡି ତାର ପ୍ରାର୍ଥୀ ପରିର୍ବତ୍ତନ କରି ସଦାଶିବ ପ୍ରଧାନୀଙ୍କୁ ଟିକେଟ ଦେଇଥିବାବେଳେ ବିଜେପି ଆରଏସଏସ ସଦସ୍ୟ ତଥା ନବରଙ୍ଗପୁର ପୋଲିସ କନେଷ୍ଟବଳ ସଂଘର ସଭାପତି ଗୌରି ଶଙ୍କର ମାଝିଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ଅନ୍ୟପଟେ କଂଗ୍ରେସ ନିଜ ଦଳର ପୁରୁଖା ନେତା ତଥା ଗତ ନିର୍ବାଚନରେ ପରାସ୍ତ ହୋଇଥିବା ସଦନ ନାୟକଙ୍କ ଉପରେ ପୁଣିଥରେ ଆଶା ରଖିଛି ।

ନବରଙ୍ଗପୁର ମାଟି ଅନେକ ପ୍ରତିଷ୍ଠିତ ରାଜନେତାଙ୍କୁ ଜନ୍ମଦେଇଥିବାବେଳେ ଏହି ମାଟିର ଯେତିକି ବିକାଶ ହେବା କଥା ଆଜି ପର୍ଯ୍ୟନ୍ତ ହୋଇନାହିଁ । ଏବେ ନିର୍ବାଚନ ଥିବାରୁ ନବରଙ୍ଗପୁର ଜନତା କାହାକୁ ନିଜ ବିଧାୟକ ଭାବେ ନିର୍ବାଚନ କରୁଛନ୍ତି ତାହାକୁ ଅପକ୍ଷା ।

ନବରଙ୍ଗପୁରରୁ ତପନ ବିଷୋୟୀ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.