ETV Bharat / state

କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣା, ବନ୍ଦ ଡାକରା ବାତିଲ କଲା କଂଗ୍ରେସ - ନବରଙ୍ଗପୁର ଖବର

ଆଜି (ମଙ୍ଗଳବାର) କଂଗ୍ରେସ ପକ୍ଷରୁ ଡକାଯାଇଥିବା ବନ୍ଦ ଡାକରାକୁ ବାତିଲ କରାଯାଇଛି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ଭକ୍ତଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଡକାଯାଇଥିବା ବନ୍ଦ ଡାକରା ସ୍ଥଗିତ ରହିଛି । ଅଧିକ ପଢନ୍ତୁ

ବନ୍ଦ ଡାକରା ସ୍ଥଗିତ କଲା କଂଗ୍ରେସ
ବନ୍ଦ ଡାକରା ସ୍ଥଗିତ କଲା କଂଗ୍ରେସ
author img

By

Published : May 31, 2022, 2:15 PM IST

ନବରଙ୍ଗପୁର: ଆଜି (ମଙ୍ଗଳବାର) କଂଗ୍ରେସ ପକ୍ଷରୁ ଡକା ଯାଇଥିବା ବନ୍ଦ ଡାକରାକୁ ବାତିଲ କରାଯାଇଛି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ଭକ୍ତଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ତେନ୍ତୁଳିଖୁଣ୍ଟି ପୋଲିସ୍ 5ଜଣକୁ ଗିରଫ କରିଛି କିନ୍ତୁ ମୁଖ୍ୟ ଅଭିଯୁକ୍ତ ଗୋଲକ ନାୟକ ଫେରାର ଅଛନ୍ତି । ଏ ନେଇ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା । ମାତ୍ର ଜିଲ୍ଲା କଂଗ୍ରେସ ପକ୍ଷରୁ ଏହାକୁ ସ୍ଥଗିତ କରାଯାଇଛି ।

ବନ୍ଦ ଡାକରା ସ୍ଥଗିତ କଲା କଂଗ୍ରେସ

ଖବରଅନୁସାରେ, ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ଭକ୍ତଙ୍କୁ ଗତ ୨୪ ତାରିଖରେ କଂଗ୍ରା ପଞ୍ଚାୟତରେ ହୋଇଥିବା ରାସ୍ତା, ସ୍କୁଲ ଓ ପାଚେରୀ କାମର ବିଲ କରାଇଦେବାକୁ ନେଇ ମରଣାନ୍ତକ ଆକ୍ରମଣ ହୋଇଥିଲା । ଗୋଲକ ନାୟକ ଓ ତାଙ୍କ କିଛି ସହଯୋଗୀ ବ୍ଲକ ପରିସରରେ ନିଜ ଘରେ କାମ କରୁଥିବା ସମୟରେ କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ଭକ୍ତଙ୍କୁ ଘର ଡ଼ାକିଆଣି ଘେରି ଯାଇ ମୁଣ୍ଡରେ ବନ୍ଧୁକ ଦେଖାଇ ଆକ୍ରମଣ କରିଥିଲେ।

କନିଷ୍ଠ ଯନ୍ତ୍ରୀଙ୍କୁ ସ୍ଥାନୀୟ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ ଅବସ୍ଥା ଖରାପ ହେବାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ସେ ଚିକିତ୍ସାଧୀନ ଅଛନ୍ତି । 5ଜଣଙ୍କ ମଧ୍ୟରୁ ବିଘ୍ନ ମିତ ହିଆଲ ,ଶେଖର ହିଆଲ ,ମନୋଜ କୁମାର ନାୟକ , କେଶବ ବିଷୋୟୀ , କୈଳାସ ବିଷୋୟୀଙ୍କୁ ପୋଲିସ ଗିରଫ କରିଥିବା ନବରଙ୍ଗପୁର SDPO ଆଦିତ୍ୟ ସେନ ସୂଚନା ଦେଇଛନ୍ତି। ମୁଖ୍ୟ ଅଭିଯୁକ୍ତ ଫେରାର ଅଛି । ଅନ୍ୟ 6ରୁ7 ଜଣଙ୍କୁ ପଚରାଉଚୁରା ଜାରି ରହିଛି ।

ଘଟଣାକୁ ବିଜେପି ଓ କଂଗ୍ରେସ ତରଫରୁ ନିନ୍ଦା କରାଯାଇଥିଲା । ଗୋଲକ ଜଣେ ବିଜେଡି କର୍ମୀ ହୋଇଥିବାରୁ ବିଜେଡିର ଗୁଣ୍ଡା ଶାସନ ଚାଲିଛି କହି ନିନ୍ଦା କରିଥିଲେ ଦୁଇ ଦଳ । ଏହାର ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ତେନ୍ତୁଳିଖୁଣ୍ଟି ବନ୍ଦ ଡାକରା ଦିଆଯାଇଥିଲା ମାତ୍ର ଏହାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥଗିତ ରଖାଯାଇଥିବା ସୂଚନା ଦେଇଛନ୍ତି ସଭାପତି ମୁନା ତ୍ରିପାଠୀ । ଲୋକମାନଙ୍କ ହଇରାଣ ନ କରିବାକୁ ଏହି ବନ୍ଦ ଡାକରା ବନ୍ଦ ରହିଛି । ଏ ଦିଗରେ ସରକାର କାର୍ଯ୍ୟାନୁଷ୍ଠାନରେ ଅବହେଳା କଲେ ଆଗକୁ କାର୍ଯ୍ୟପନ୍ଥା ବିଷୟରେ ଜଣାଇବେ ବୋଲି କହିଛନ୍ତି କଂଗ୍ରେସ ଜିଲ୍ଲା ସଭାପତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.