ETV Bharat / state

ନବରଙ୍ଗପୁରରେ ଆଉ 2 ବିଏସଏଫ ଯବାନଙ୍କୁ କୋରୋନା, 9 କୁ ଛୁଇଁଲା ସଂଖ୍ୟା - ମହରାଷ୍ଟ୍ର ଫେରନ୍ତା

2ଜଣଙ୍କୁ ମିଶାଇ ବିଏସଏଫ ଆକ୍ରାନ୍ତଙ୍କ ସଂଖ୍ୟା 9ରେ ପହଁଚିଛି । ସମସ୍ତ ଯବାନ ମହରାଷ୍ଟ୍ରରୁ ଫେରି କ୍ବାରେନଣ୍ଟାଇନରେ ରହିଥିଲେ ।

ନବରଙ୍ଗପୁରରେ ଆଉ 2 ବିଏସଏଫ ଯବାନଙ୍କୁ  କୋରୋନା,  9ରେ ପହଞ୍ଚିଲା ମୋଟ ଯବାନ ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Jun 25, 2020, 2:33 PM IST

ନବରଙ୍ଗପୁର: ଜିଲ୍ଲାରେ ପୁଣି ଚିହ୍ନଟ ହେଲେ ୨ କୋରୋନା ଆକ୍ରାନ୍ତ । ସମସ୍ତ ଆକ୍ରାନ୍ତ ବିଏସଏଫ ଯବାନ ବୋଲି ସୂଚନା ମିଳିଛି ।

ନବରଙ୍ଗପୁରରେ ଆଉ 2 ବିଏସଏଫ ଯବାନଙ୍କୁ କୋରୋନା, ମହାରାଷ୍ଟ୍ର ଫେରନ୍ତା

ପୂର୍ବରୁ ଜିଲ୍ଲାରେ ୭ ଜଣ ବିଏସଏଫ ଯବାନ ସଂକ୍ରମିତ ହୋଇଥିବା ବେଳେ ପ୍ରଥମେ ୪ ଜଣ ବିଏସଏଫ ଯବାନ ଆକ୍ରାନ୍ତ ହୋଇଥିଲେ ପୁଣି ୩ ଜଣ ବିଏସଏଫ ଯବାନ ଆକ୍ରାନ୍ତ ହେଲେ । ବର୍ତ୍ତମାନ ଏହି 2ଜଣଙ୍କୁ ମିଶାଇ ବିଏସଏଫ ଆକ୍ରାନ୍ତଙ୍କ ସଂଖ୍ୟା 9ରେ ପହଁଚିଛି । ସମସ୍ତ ଯବାନ ମହରାଷ୍ଟ୍ରରୁ ଫେରି କ୍ବାରେନଣ୍ଟାଇନରେ ରହିଥିଲେ । ସେମାନଙ୍କ ଠାରେ କିଛି ଲକ୍ଷଣ ଦେଖା ଦେଇଥିବାବେଳେ ସେମାନଙ୍କୁ ନବରଙ୍ଗପୁର ସ୍ଥିତ କୋଭିଡ ମେଡିକାଲକୁ ସ୍ଥାନାନ୍ତରିତ କରି ଚିକିତ୍ସା କରାଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଗୁରୁବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଁଚିଛି । ସେଥିମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲା କୁ ୧୪ ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଫେରିଥିବା ବେଳେ ୧୨ ହଜାର କ୍ବାରେନଣ୍ଟାଇନ ଅବଧି ଶେଷ କରି ଘରକୁ ଫେରିଥିବାବେଳେ ବର୍ତ୍ତମାନ ୨୦୦୦ ଜଣ କ୍ବାରେନଣ୍ଟାଇନରେ ରହିଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.