ETV Bharat / state

ପୌର ଫାଇଟ୍: ଟିକଟ ନପାଇ ତିନି ଦଳର ପ୍ରାର୍ଥୀଙ୍କ ପଟ ପରିବର୍ତ୍ତନ - ନବରଙ୍ଗପୁରରେ ନେତାଙ୍କ ଦଳ ପରିବର୍ତ୍ତନ ଖବର

ନବରଙ୍ଗପୁର ସହର ପୌରାଧ୍ୟକ୍ଷ ପଦ ପାଇଁ ଚାଲିଛି ଜୋରଦାର ଲଢେଇ । କଂଗ୍ରେସରୁ ଯାଇ ବିଜେଡିରେ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ଯାଇ ବିଜେପିରେ ପ୍ରାର୍ଥୀ ହୋଇଛନ୍ତି । ସେହିପରି ବିଜେପିର ଆଗ ଧାଡିର ତିନି ନେତା ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇଛନ୍ତି । ଅଧିକ ପଢନ୍ତୁ

ଟିକଟ ନପାଇ ତିନି ଦଳର ପ୍ରାର୍ଥୀଙ୍କ ପଟ ପରିବର୍ତ୍ତନ

author img

By

Published : Mar 11, 2022, 9:16 PM IST

ନବରଙ୍ଗପୁର: ନବରଙ୍ଗପୁର ସହରରେ ଏବେ ଚାରିଆଡ଼େ ଚାଲିଛି ରାଜନୀତି ଚର୍ଚ୍ଚା । ପୌର ଅଧ୍ୟକ୍ଷ ପାଇଁ କିଏ ଉପଯୁକ୍ତ ? କାହାର ପଲ୍ଲା ହେବ ଭାରି ? କେଉଁ ଦଳ କିଭଳି ଲୋକ ସମ୍ପର୍କ ରଖି ଭବିଷ୍ୟତରେ କାର୍ଯ୍ୟ କରିବେ, ତାହାକୁ ନେଇ ଏବେ ସହରର ଛକ ଛକରେ ଆଲୋଚନା ।

ଟିକଟ ନପାଇ ତିନି ଦଳର ପ୍ରାର୍ଥୀଙ୍କ ପଟ ପରିବର୍ତ୍ତନ

ଗତ ୭ ତାରିଖରେ ନବରଙ୍ଗପୁର ପୌରାଧ୍ୟକ୍ଷ ପଦ ପାଇଁ ୭ ଜଣ ନାମାଙ୍କନ ଦାଖଲ କରିଛନ୍ତି । ଚଳିତଥର ନବରଙ୍ଗପୁର ପୌର ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । କିନ୍ତୁ, ଆଶାୟୀମାନେ ନିଜ ଦଳରୁ ଟିକେଟ ପାଇନାହାନ୍ତି । ଦଳ ବଦଳ କରି କେତେଜଣ ନୂଆ ଦଳରୁ ଟିକଟ ପାଇଥିବା ବେଳେ ଆଉ କେତେଜଣ ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଏଣୁ, ଏବେ ବ୍ୟକ୍ତିଙ୍କ ଭାବମୂର୍ତ୍ତି ଓ ଲୋକଙ୍କ ସହ ସମ୍ପର୍କ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି ।

ବିଜେଡି ଟିକଟ ପାଇଁ ଆଶାବାଦୀ ରହିଥିବା ପ୍ରାର୍ଥୀ ଏବେ ସ୍ବାଧୀନ ଭାବେ ଲଢୁଛନ୍ତି । ଜଣେ ପ୍ରାର୍ଥୀ ଭାଜପା ପକ୍ଷରୁ ଲଢ଼ୁଛନ୍ତି । ବିଜେଡି ରଣନୀତି ପ୍ରୟୋଗ କରି କଂଗ୍ରେସର ଟାଣୁଆ ନେତା ଭୀମ ହରିଜନଙ୍କୁ ନିଜ ଦଳରେ ସାମିଲ କରି ଟିକେଟ ଦେଇଛି । ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀ କଂଗ୍ରେସ ଛାଡି ବିଜେଡିରେ ଯୋଗଦେବା ପରେ ତାଙ୍କ ଲିଙ୍କ୍‌ରେ ଥିବା ଭୀମ ହରିଜନ ମଧ୍ୟ ପୌର ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡିଥିଲେ । ସେ ବିଜେଡିରେ ମିଶିବା ପରେ ଦଳୀୟ ଟିକଟ ପାଇଁ ଅଧ୍ୟକ୍ଷ ପଦରେ ପ୍ରାର୍ଥୀ ହୋଇଛନ୍ତି । ଭୀମ କଂଗ୍ରେସ ଛାଡ଼ିବା ପରେ ଦଳ ନିଲମ ହରିଜନଙ୍କୁ ପ୍ରାର୍ଥୀ କଲା । ଏସ୍‌ବିଆଇର ଅବସରପ୍ରାପ୍ତ କର୍ମଚାରୀ କୁନୁ ନାୟକ ବିଜେଡି ଟିକଟ ପାଇଁ ଆଶାବାଦୀ ହୋଇ ନିରାଶ ହେବା ପରେ ସେ ଏବେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ତେଣୁ, ବିଜେପିରୁ ଟିକେଟ ଆଶା କରିଥିବା ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ ପୂଜାରୀ ଦଳରୁ ଟିକେଟ ନପାଇ ଏବେ ସ୍ବାଧୀନ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଛନ୍ତି ।

ସେହିଭଳି ବିଜେପିର ଯୁବନେତା ସରୋଜ କୁମାର ବେହେରା ଓ ମନୋଜ ସଗରିଆ ମଧ୍ୟ ନିରାଶ ହୋଇ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇଛନ୍ତି । ସେମାନଙ୍କ ବ୍ୟତୀତ ସାଗର ନାୟକ ମଧ୍ୟ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି । ମନୋଜଙ୍କର ଠିକା ବ୍ୟବସାୟ, ଶ୍ରମିକ ସଙ୍ଗଠନ ସହ ସୁସମ୍ପର୍କ ରହିଆସିଛି । ସାଗର ଶ୍ରମିକଙ୍କ ସହ ସୁସମ୍ପର୍କ ରଖିଥାନ୍ତି । ବିଜେଡିରୁ ଟିକଟ ପାଇଁ ଆଶା ରଖିଥିବା କୁନୁ ନାୟକ ବିଜେପିରୁ ପ୍ରାର୍ଥୀ ହେବାଦ୍ୱାରା ବିଜେଡିକୁ ମଧ୍ୟ କିଛି ଝଟକା ଲାଗିଛି । ଭାଜପା, କଂଗ୍ରେସ ଓ ବିଜେଡି ପ୍ରମୁଖ ତିନି ଦଳ ପାଇଁ ସ୍ବାଧୀନ ପ୍ରାର୍ଥୀମାନେ ନିର୍ଣ୍ଣାୟକ ହେବେ । ବିଜେପି ଦଳରେ ରହି ସ୍ବାଧୀନ ପ୍ରାର୍ଥୀ ହୋଇଥିବା ୩ ଜଣ ବିଜେପି ପାଇଁ ଅଲଗା ବାର୍ତ୍ତା ଦେବା ସହ ଭୋଟରଙ୍କ ମଧ୍ୟରେ ଅଡୁଆ ସୃଷ୍ଟି କରିବ ବୋଲି ସହରରେ ଚର୍ଚ୍ଚା ହେଉଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.