ନବରଙ୍ଗପୁର: ମୋବାଇଲ ଦୋକାନରୁ ସଟର ତାଡି ଲୁଟିନେଲା ଦୁର୍ବୃତ୍ତ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ସଦର ମହକୁମା ଠାରେ ଥିବା ସାହିଲ ମୋବାଇଲ ଦୋକାନରୁ ଜଣେ ଦୁର୍ବୃତ୍ତ ସଟର ଭାଙ୍ଗି ମୋବାଇଲ ଚୋରି କରି ନେଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ରବିବାର ଚନ୍ଦାହାଣ୍ଡି ବ୍ଲକ ସମ୍ମୁଖରେ ଥିବା ସାହିଲ ମୋବାଇଲ ଦୋକାନରୁ କିଛି ଦୁର୍ବୃତ୍ତ ସଟର ଭାଙ୍ଗି ଦୋକାନରେ ଥିବା ପ୍ରାୟ ୩୦ଟି ମୋବାଇଲ ଫୋନ ଓ କିଛି ସ୍ପିକର ନେଇଯାଇଥିଲେ । ପ୍ରତିଦିନ ଭଳି ସାହିଲ ନିଜର ଦୋକାନ ଖୋଲିବାକୁ ଆସିଥିବା ବେଳେ ସଟର ଭାଙ୍ଗି ଯାଇଥିବା ସହ ଅଳ୍ପ ଖୋଲା ଥିବା ଦେଖି ଚନ୍ଦାହାଣ୍ଡି ଥାନାରେ ଏନେଇ ଅଭିଯୋଗ କରିଥିଲେ ।
ଚନ୍ଦାହାଣ୍ଡି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ସାହିଲ ଦୋକାନ ଖୋଲି ଦେଖିଥିଲେ ଯେ ର୍ୟାକ୍ ରେ ଥିବା ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ମୋବାଇଲ ଓ ସ୍ପିକର ଚୋରି ହୋଇଯାଇଛି ।
ଏହାପରେ ସାହିଲ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରେ ଚୋରିର ସମ୍ପୂର୍ଣ୍ଣ ଦୃଶ୍ୟ ପୋଲିସକୁ ଦେଖାଇଥିଲେ । ସିସିଟିଭି ଆଧାରରେ ପୋଲିସ ଛାନଭିନ୍ ଆରମ୍ଭ କରିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଶୋୟୀ, ଇଟିଭି ଭାରତ