ETV Bharat / state

ନବରଙ୍ଗପୁରରେ ନାହାନ୍ତି ବିଶେଷଜ୍ଞ ଡାକ୍ତର, ମାନସିକ ରୋଗୀଙ୍କୁ ମିଳୁନି ପ୍ରମାଣପତ୍ର - ନବରଙ୍ଗପୁରରେ ମାନସିକ ରୋଗୀଙ୍କୁ ମିଳୁନି ପ୍ରମାଣ ପତ୍ର

ବିଶେଷଜ୍ଞ ଡାକ୍ତର ଅଭାବରୁ ଦିବ୍ୟାଙ୍ଗଙ୍କୁ ମିଳିଲାନି ପ୍ରମାଣପତ୍ର । ହଟହଟା ହୋଇ ଫେରିଲେ ଦିବ୍ୟାଙ୍ଗ । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଦୃଶ୍ୟ । ଅଧିକ ପଢ଼ନ୍ତୁ

ନବରଙ୍ଗପୁରରେ ନାହାନ୍ତି ବିଶେଷଜ୍ଞ ଡାକ୍ତର, ମାନସିକ ରୋଗୀଙ୍କୁ ମିଳୁନି ପ୍ରମାଣପତ୍ର

author img

By

Published : Dec 7, 2021, 8:29 PM IST

ନବରଙ୍ଗପୁର: ବିଶେଷଜ୍ଞ ଡାକ୍ତର ଅଭାବରୁ ଦିବ୍ୟାଙ୍ଗଙ୍କୁ ମିଳିଲାନି ପ୍ରମାଣପତ୍ର । ହଟହଟା ହୋଇ ଫେରିଲେ ଦିବ୍ୟାଙ୍ଗ । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏଭଳି ଘଟଣାର ଆଜିର କିମ୍ବା କାଲିର ନୁହେଁ । ମାସ ମାସ ହେଲା ୩୦ରୁ ଅଧିକ ମାନସିକ ରୋଗୀ ମୁଖ୍ୟ ଚିକିତ୍ସାଳୟକୁ ପ୍ରମାଣପତ୍ର ପାଇଁ ଆସି ଖାଲି ହାତରେ ଫେରୁଛନ୍ତି ।

ନବରଙ୍ଗପୁରରେ ନାହାନ୍ତି ବିଶେଷଜ୍ଞ ଡାକ୍ତର, ମାନସିକ ରୋଗୀଙ୍କୁ ମିଳୁନି ପ୍ରମାଣପତ୍ର
ବିଶେଷଜ୍ଞ ଡାକ୍ତର ଅଭାବରୁ ଦିବ୍ୟାଙ୍ଗଙ୍କୁ ପ୍ରମାଣପତ୍ର ପାଇଁ ପଡ଼ୋଶୀ ଜିଲ୍ଲାର ବିଶେଷଜ୍ଞଙ୍କ ଉପରେ ନିର୍ଭର ହେବାକୁ ପଡ଼ୁଛି । କୋରାପୁଟ ଜିଲ୍ଲାର ଚିକିତ୍ସାଳୟରୁ ନିର୍ଦ୍ଧାରିତ ଦିନରେ ଆସି ବିଶେଷଜ୍ଞ ଡାକ୍ତରମାନେ ଦିବ୍ୟାଙ୍ଗଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରି ପ୍ରମାଣପତ୍ର ଦେଉଥିଲେ । ହେଲେ ଗତ ୩ ମାସ ହେଲା କୌଣସି ଜିଲ୍ଲାରୁ ମାନସିକ ରୋଗ ବିଶେଷଜ୍ଞ ଜିଲ୍ଲାକୁ ଆସୁନଥିବାରୁ ସମସ୍ୟାରେ ପଡ଼ୁଛନ୍ତି ଦିବ୍ୟାଙ୍ଗ । ଦୂରଦୂରାନ୍ତରୁ ନାହିଁ ନଥିବା ଖର୍ଚ୍ଚାନ୍ତ ହୋଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସେମାନଙ୍କ ପରିବାର ।

ଜଣେ ମାନସିକ ରୋଗୀଙ୍କୁ ନେବା ଆଣିବା କରିବା ବହୁ କାଠିକର ପାଠ । ସେମାନଙ୍କୁ ଚିକିତ୍ସାଳୟକୁ ଆଣିବାକୁ ନାନା କସରତ କରିବାକୁ ପଡ଼ିଥାଏ । ଏହି ସମସ୍ୟାର ସମାଧାନ କରିବା ପାଇଁ ଦାବି କରିଛନ୍ତି ମାନସିକ ରୋଗୀଙ୍କ ପରିବାର ଦାବି କରିଛନ୍ତି ।

ଏନେଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ CDMO ଡାକ୍ତର ଚୌଧୁରୀ ଶୋଭାରାଣି ମିଶ୍ରଙ୍କୁ ଅବଗତ କରାଯାଇଛି । ଜିଲ୍ଲାରେ ମାନସିକ ରୋଗ ବିଶେଷଜ୍ଞ କେହି ନାହାନ୍ତି । ପ୍ରତି ମାସରେ ଅନ୍ୟ ଜିଲ୍ଲାରୁ ଡାକ୍ତର ଆଣି କାମଚଳା ହୁଏ । କିନ୍ତୁ ଗତ କିଛି ଦିନ ହେଲା କେହି ଚିକିତ୍ସକ ଆସିନଥିବାରୁ ନାନା ସମସ୍ୟା ଦେଖିବାକୁ ମିଳିଛି । ଜଣେ ମାନସିକ ରୋଗ ବିଶେଷଜ୍ଞଙ୍କୁ ଡକାଯାଇଥିଲା । ଆସିବା ପାଇଁ ସେ ମଧ୍ଯ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବାତ୍ୟା ପାଇଁ ଟ୍ରେନ୍‌ ବାତିଲ୍‌ ହେବାରୁ ମାନସିକ ରୋଗ ବିଶେଷଜ୍ଞ ପହଞ୍ଚି ପାରି ନାହାଁନ୍ତି । ବୋଲି କହିଛନ୍ତି ନବରଙ୍ଗପୁର CDMO ।

ଆସନ୍ତା ମାସ ନିଶ୍ଚିତି ଭାବେ ବିଶେଷଜ୍ଞ ଡାକ୍ତର ଜିଲ୍ଲାରେ ପହଞ୍ଚିବେ । ଆଗାମୀ ଦିନରେ ମାନସିକ ରୋଗୀଙ୍କୁ ପ୍ରମାଣପତ୍ର ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବରଙ୍ଗପୁର CDMO ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.