ETV Bharat / state

ଅନୁସୂଚିତ ଜାତି ଯୁବ ସଂଗଠନ ବୈଠକ, ବହୁ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋଚନା

ଅନୁସୂଚିତ ଜାତି ଯୁବ ସଂଗଠନ ତରଫରୁ ଉମରକୋଟ ଠାରେ ଅନୁଷ୍ଠିତ ହୋଇଯାଇଛି ଏକ ଜରୁରୀ ବୈଠକ । ଉମରକୋଟ ବ୍ଲକ ଯୁବ ସଂଗଠନର ବ୍ଲକ ସମ୍ପାଦକ ବୈଷ୍ଣବ ନାୟକ ଏହି ସଭାରେ ସଭାପତିତ୍ବ କରିଥିଲେ l ତେବେ ଏହି ବୈଠକରେ ଉମରକୋଟ ମୁନିସିପାଲଟି କମିଟି ଗଠନ ପାଇଁ ସମସ୍ତେ ମତ ରଖିଥିଲେ l ଅଧିକ ପଢନ୍ତୁ...

An emergency meeting was organized by SC Youth Organization
ଅନୁସୂଚିତ ଜାତି ଯୁବ ସଂଗଠନ ତରଫରୁ ଜରୁରୀ ବୈଠକ
author img

By

Published : Oct 31, 2020, 11:03 AM IST

ନବରଙ୍ଗପୁର: ଅନୁସୂଚିତ ଜାତି ଯୁବ ସଂଗଠନ ତରଫରୁ ଉମରକୋଟ ଠାରେ ଅନୁଷ୍ଠିତ ହୋଇଯାଇଛି ଏକ ଜରୁରୀ ବୈଠକ । ସାମାଜିକ ଦୂରତା ତଥା କୋରୋନା କଟକଣାକୁ ଦୃଷ୍ଟିରେ ରଖି ଏହି ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ନବରଙ୍ଗପୁର ଜିଲ୍ଲା ଅନୁସୂଚିତ ଜାତି ଯୁବ ସଂଗଠନର ଜିଲ୍ଲା ସଭାପତି ରାଜେନ୍ଦ୍ର ଭକ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ନବରଙ୍ଗପୁର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଧନଞ୍ଜୟ ନାଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l

ଅନୁସୂଚିତ ଜାତି ଯୁବ ସଂଗଠନ ତରଫରୁ ଜରୁରୀ ବୈଠକ

ଏହି ବୈଠକରେ ସମସ୍ତଙ୍କ ସହମତି କ୍ରମେ ଗଣେଶ ସୁନାଙ୍କୁ ସଭାପତି, ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କୁ ସମ୍ପାଦକ ଏବଂ ବୋଳି ମଙ୍ଗରାଜଙ୍କୁ କୋଷାଧକ୍ଷ ଓ ଶଙ୍କର ନାୟକଙ୍କୁ ଉପ ସଭାପତି ଭାବେ ମନୋନୀତ କରାଯାଇଥିଲା l

ଅନୁସୂଚିତ ଜାତି ସଂଘର ଜନ ସାଧାରଣ ଆଗାମୀ ଦିନରେ ନିଜର ମୌଳିକ ଅଧିକାର ଯଥା:- ଶିକ୍ଷା, ସ୍ବାସ୍ଥ୍ୟ, ଆବାସ ଯୋଜନା ଆଦିରୁ କିଭଳି ଭାବେ ବଞ୍ଚିତ ନହେବେ ସେଥି ପ୍ରତି ଧ୍ୟାନ ଦେବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ବିଷୟରେ ଉପସ୍ଥିତ ଜନ ସାଧାରଣ ନିଜ ନିଜର ଅଭିଭାଷଣ ରଖିଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.