ETV Bharat / state

ଜୀବନ ନେଉଛି ଝାଡାବାନ୍ତି, ନବରଙ୍ଗପୁରର ଆଉ ଏକ ବ୍ଲକକୁ ବ୍ଯାପିଲା - cholera in maidalpur

ନବରଙ୍ଗପୁରର ଆଉ ଏକ ବ୍ଲକକୁ ବ୍ଯାପିଲା ଝାଡାବାନ୍ତି । ପାପଡାହାଣ୍ଡି ତୁଳସୀ ପଦର ଗ୍ରାମରେ ଝାଡାବାନ୍ତି ବ୍ୟାପୁଥିବା ସୂଚନା । ଅଧିକ ପଢନ୍ତୁ

medical team in nabarangpur
ନବରଙ୍ଗପୁର ଜିଲ୍ଲାରେ ବ୍ୟାପିବାରେ ଲାଗିଛି ଝାଡାବାନ୍ତି
author img

By

Published : Aug 5, 2022, 4:45 PM IST

ନବରଙ୍ଗପୁର: କାଶୀପୁର ଭଳି ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଝାଡାବାନ୍ତି ବ୍ୟାପିବାରେ ଲାଗିଛି । କିଛି ଦିନ ତଳେ ନନ୍ଦାହାଣ୍ଡି ଓ ରାଇଘର ବ୍ଲକରେ ଝାଡାବାନ୍ତି ବ୍ୟାପିଥିଲା । ବର୍ତ୍ତମାନ ଏହା ଆଉ ଗୋଟିଏ ବ୍ଲକ ଅର୍ଥାତ ପାପଡାହାଣ୍ଡି ବ୍ଳକ୍‌କୁ ବ୍ୟାପିଛି । ଏହି ବ୍ଳକ୍‌ର ମୈଦଲପୁର ପଞ୍ଚାୟତ ଅନ୍ତର୍ଗତ ତୁଳସୀ ପଦର ଗ୍ରାମରେ ବ୍ୟାପିବାରେ ଲାଗିଛି । ଅସ୍ବାସ୍ଥ୍ୟକର ପରିବେଶ ଓ ନାଳପାଣିର ବ୍ୟବହାର କାରଣୁ ଝାଡାବାନ୍ତି ହୋଇଥିବା ନେଇ ଅନୁମାନ କରାଯାଉଛି । ଏଥିରେ ଗ୍ରାମର ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ଜଣଙ୍କର ମୃତ୍ୟୁ ଘଟିଛି ।

ଆଉ ଏକ ବ୍ଲକକୁ ବ୍ଯାପିଲା ଝାଡାବାନ୍ତି

ମୃତକ ଜଣକ ହେଲେ ଗୁଆଇ ସାନ୍ତା । ବୁଧବାର ତାଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ତୁଳସୀ ପଦର ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି । ସେଠାରେ ବର୍ତ୍ତମାନ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଯାଇ ୨୪ ଘଣ୍ଟିଆ ୧୦ଜଣିଆ ଡାକ୍ତରୀ ଟିମକୁ ରଖାଯାଇଛି । ଡାକ୍ତରୀ ଦଳ ଘର ଘର ବୁଲି ଚିକିତ୍ସା କରିବା ସହ ସଚେତନତା କରୁଛନ୍ତି । ଏଥିସହ ସେଠାକାର ଆବର୍ଜନାରେ ବ୍ଲିଚିଂ ପକାଇବା ସହ ନଳକୂପ ଓ ନାଳ ଜଳର ନମୂନା ସଂଗ୍ରହ କରି ଟେଷ୍ଟ ନିମନ୍ତେ ପଠାଯାଇଛି ।

ତେବେ ଝାଡାବାନ୍ତିକୁ ନେଇ ଗ୍ରାମରେ ଭୟର ବାତାବରଣ ଦେଖା ଦେଉଥିବାବେଳେ ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । ମେଡିକାଲ ଯିବା ପାଇଁ ରାସ୍ତାର ସୁବିଧା ନଥିବା ଯୋଗୁଁ ଆମ୍ବୁଲାନ୍ସ ପହଞ୍ଚିପାରୁ ନାହିଁ । ତେଣୁ ରୋଗୀଙ୍କୁ ମେଡିକାଲ ଅଟୋ ସାହାର୍ଯ୍ୟରେ ନେଉଥିବା ଦେଖିବାକୁ ମିଳିଥିଲା । ତେବେ ସରକାର ରାସ୍ତା ଓ କୋଲଭର୍ଟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏ ଦୁର୍ଗମ ଅଞ୍ଚଳବାସୀଙ୍କ ପାଇଁ ମୌଳିକ ସୁବିଧା ଯୋଗାଇବା ସମ୍ଭବ ହୋଇ ପାରୁନାହିଁ । ଜନ ସ୍ବାସ୍ଥ୍ୟ ଅଧିକାରୀ ମଳୟ ରଞ୍ଜନ ତ୍ରିପାଠୀ କହିଛନ୍ତି, "ବର୍ତ୍ତମାନ ସ୍ଥିତିରେ ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି । ବର୍ତ୍ତମାନ ସ୍ବାସ୍ଥ୍ୟ ବିଭାଗର ଗୋଟିଏ ଦଳ ରହି ସେଠାରେ ଚିକିତ୍ସା କରୁଛନ୍ତି ।"

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.