ETV Bharat / state

ନବରଙ୍ଗପୁରରେ ୯୭୩ ମାଟ୍ରିକ ପରୀକ୍ଷାର୍ଥୀ ଅନୁପସ୍ଥିତ - ମାଟ୍ରିକ ସମ୍ମେଟିଭ ୨ ପରୀକ୍ଷା

ଶୁକ୍ରବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ପ୍ରଥମ ଦିନରେ ନବରଙ୍ଗପୁରରେ ୯୭୩ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ । ଅଧିକ ପଢନ୍ତୁ

ନବରଙ୍ଗପୁରରେ ୯୭୩ ପରୀକ୍ଷାର୍ଥୀ ଅନୁପସ୍ଥିତ
ନବରଙ୍ଗପୁରରେ ୯୭୩ ପରୀକ୍ଷାର୍ଥୀ ଅନୁପସ୍ଥିତ
author img

By

Published : Mar 13, 2023, 12:57 PM IST

ନବରଙ୍ଗପୁରରେ ୯୭୩ ପରୀକ୍ଷାର୍ଥୀ ଅନୁପସ୍ଥିତ

ନବରଙ୍ଗପୁର: ଆସନ୍ତା ୧୦ ତାରିଖରୁ ଆରମ୍ଭ ହୋଇଛି ଚଳିତ ବର୍ଷର ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା । ପ୍ରଥମ ଦିନ ମାତୃଭାଷା ପରୀକ୍ଷା ରହିଥିଲା । ତେବେ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ କେତେକ ପରୀକ୍ଷାର୍ଥୀ ଫର୍ ପୂରଣ କରିଥିବା ସତ୍ତ୍ବେ ପରୀକ୍ଷା ଦେବାକୁ ପହଞ୍ଚି ନାହାନ୍ତି । ପ୍ରଥମ ଦିନ ମାତୃଭାଷା ପରୀକ୍ଷା ରହିଥିବା ବେଳେ ଫର୍ମ ଭରି ୯୭୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇନଥିବା ଜଣାପଡିଛି । ଜିଲ୍ଲାରେ ଭୁଶୁଡି ଯାଉଥିବା ଶିକ୍ଷା ବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ।

ଶୁକ୍ରାବାରଠାରୁ ଆରମ୍ଭ ହୋଇଥିବା ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ନବରଙ୍ଗପୁର ଜିଲ୍ଲାରେ ୯୭୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ସୂଚନା ମିଳିଛି l ଗତବର୍ଷ ୨୦୨୨ ମାଟ୍ରିକ୍ ପରୀକ୍ଷାରେ ୨୧୫୫ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇନଥିଲେ। ଗତବର୍ଷ ଅପେକ୍ଷା ଚଳିତ ମାଟ୍ରିକ୍ ପରୀକ୍ଷାରେ ଡ୍ରପ୍‌ ଆଉଟ ହାରରେ ପରିବର୍ତ୍ତନ ଆସିଥିଲେ ମଧ୍ୟ ଶିକ୍ଷା ବିଭାଗ ଅନୁପସ୍ଥିତ ଥିବା ପରୀକ୍ଷାର୍ଥୀଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରିବା ନେଇ ଚିନ୍ତାରେ ପଡିଛି । ଚଳିତ ବର୍ଷ ମାଟ୍ରିକ୍ ବୋର୍ଡ ପରୀକ୍ଷା ପାଇଁ ଜିଲ୍ଲାର ୧୫ ହଜାର ୫୩୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ l ସେଥିମଧ୍ୟରୁ ରେଗୁଲାର ପରୀକ୍ଷାର୍ଥୀ ୯୬୩ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ବେଳେ ମୁକ୍ତ ବିଦ୍ୟାଳୟରୁ ୧୦ ଜଣ ଅନୁପସ୍ଥିତ ରହିଥିବା ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ: ପୂର୍ବତନ ସାଂସଦଙ୍କ ପୋଷ୍ୟ ପଞ୍ଚାୟତର ବିକଳ ଚିତ୍ର, ରାସ୍ତା ନଥିବାରୁ ମୃତଦେହ ଖଟିଆରେ ବୋହିଲେ ସମ୍ପର୍କୀୟ

ସେହିଭଳି ପୂର୍ବରୁ ସମେଟିଭ୍-୧ ପରୀକ୍ଷା ବେଳେ ବି ଜିଲ୍ଲାରେ ୯୧୭ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ l ସାଧାରଣତଃ ଘରୋଇ ବିଦ୍ୟାଳୟର ଶତ ପ୍ରତିଶତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିବା ବେଳେ ଯାହା କିଛି ଅନୁପସ୍ଥିତ ରହିଛନ୍ତି ସେଗୁଡିକ ଅଧିକାଂଶ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡିକର ବୋଲି ଜଣା ପଡିଛି । ଜିଲ୍ଲାରେ ମୋଟ ୭୯ଟି ପରୀକ୍ଷା କେନ୍ଦ୍ରରେ ବୋର୍ଡ ପରୀକ୍ଷା ହେଉଥିବା ବେଳେ ପ୍ରାୟ ସମସ୍ତ କେନ୍ଦ୍ରରେ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ । ସେଥିମଧ୍ୟରୁ ପ୍ରଥମ ଦିନରେ ସର୍ବାଧିକ ରାଇଘର ବ୍ଲକରୁ ୧୯୬ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ବେଳେ ସର୍ବନିମ୍ନ ଚନ୍ଦାହାଣ୍ଡି ବ୍ଲକରୁ ୫୪ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ସୂଚନା ମିଳିଛି l ତେବେ ପରୀକ୍ଷା ଦେଉନଥିବା ଛାତ୍ରଛାତ୍ରୀ କେବଳ ପରୀକ୍ଷା ସମୟରେ ନା ବର୍ଷ ତମାମ ସ୍କୁଲ୍ ଆସୁ ନାହାନ୍ତି ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନୁପସ୍ଥିତ ଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅଧିକାଂଶ ଛାତ୍ରୀ ରହିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.