ETV Bharat / state

କୋରୋନା କଟକଣା: ନବରଙ୍ଗପୁରରେ ରାସନ ସାମଗ୍ରୀ ସମୟ ନିର୍ଘଣ୍ଟ ଜାରି - coronavirus Khaber

ସାରା ଭାରତରେ ମହାମାରୀ କୋରୋନା ପାଇଁ ଲକଡାଉନ ଘୋଷଣା କରାଯାଇଛି । ନବରଙ୍ଗପୁର ଜିଲ୍ଲାରେ ଜନସାଧାରଣଙ୍କ ପାଇଁ ରାସନ ସାମଗ୍ରୀ ପାଇଁ ନିର୍ଦ୍ଧିଷ୍ଟ ସମୟ ନିର୍ଘଣ୍ଟ ଜାରି କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

market-order-by-nabarangpur-district-administration-over-coronavirus
କୋରୋନା କଟକଣା: ନବରଙ୍ଗପୁର ରାସନ ସାମଗ୍ରୀ ସମୟ ନିର୍ଘଣ୍ଟ ଜାରୀ
author img

By

Published : Mar 25, 2020, 10:50 AM IST

ନବରଙ୍ଗପୁର: ସାରା ଭାରତ ଲକ୍ ଡାଉନ । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସମୟ ଜାରି କରିଛି । କେବଳ ଜରୁରୀକାଳୀନ ସେବାକୁ ବାଦଦେଇ ସମସ୍ତ ସେବାକୁ ନିଷେଧ କରାଯାଇଛି । ଭୟାନକ ମହାମାରୀ କୋରୋନକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତ୍ବ ବ୍ୟତୀତ କୌଣସି ବ୍ୟବସ୍ଥା ନାହିଁ ।

market-order-by-nabarangpur-district-administration-over-coronavirus
କୋରୋନା କଟକଣା: ନବରଙ୍ଗପୁର ରାସନ ସାମଗ୍ରୀ ସମୟ ନିର୍ଘଣ୍ଟ ଜାରୀ

ସାରା ଭାରତରେ ତାଲା ବନ୍ଦ ନିଷ୍ପତ୍ତି ସହ ଏହାକୁ ପାଳନ କରିବା ପାଇଁ କଡାକଡି ନିୟମ ପାଳନ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେବାପରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ ପାଳନ ପାଇଁ ଅଣ୍ଟା ଭିଡ଼ିଛି । ଲୋକଙ୍କ ସାଧାରଣ ଜୀବନରେ ଖାଦ୍ୟ ସାମଗ୍ରୀ, ରାସନ ଜିନିଷ, କ୍ଷୀର, ବ୍ରେଡ଼, ଫଳ, ପନିପରିବା, ମାଛ ମାଂସ, ଦୋକାନ ପାଇଁ ଜାରି ହୋଇଥିବା ନିୟମ ଅନୁସାରେ ଏହି ଦୋକାନ ଗୁଡିକ ସକାଳ ୬ ଟାରୁ ସକାଳ ୧୦ ଟା ଏବଂ ଅପରାହ୍ନ ୩ ଟା ରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି ।

ସାରା ଭାରତକୁ ଲକଡାଉନ ପରେ ଲାଗୁ ହୋଇଥିବା ଏହି ନିୟମକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ନିୟମ ଖିଲାପ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମହାମାରୀ କୋରୋନାରୁ ଦେଶକୁ ରକ୍ଷା କରିବା ପାଇଁ ଏକ ଦୃଢ ପଦକ୍ଷେପ ନିଆଯାଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.