ନବରଙ୍ଗପୁର: ମାଓବାଦୀଙ୍କ ଜଙ୍ଗଲ ପ୍ରେମ । ଜଙ୍ଗଲରେ ଗଛ କାଟିବା ଲୋକଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ପାଇଁ ମାଓବାଦୀଙ୍କ ପୋଷ୍ଟର ମାଧ୍ୟମରେ ଧମକ ।
ନବରଙ୍ଗପୁର ରାଇଘର ବ୍ଲକ କୁସୁମପୁର ଠାରୁ 5 କିଲୋମିଟର ଦୂର ହାତୀ ଗାଁ ଯିବା ମୁଖ୍ୟ ରାସ୍ତା ଉପରେ ଗଛରେ ମାଓବାଦୀ ପୋଷ୍ଟର ଟଙ୍ଗା ହେଇଥିବା ଦେଖିବାକୁ ମିଳିଛି । ସେଠାରେ କିଛି ତାର ମଧ୍ୟ ପଡିଥିବାର ଦେଖିବାକୁ ମିଳିଛି ।
ପୋଷ୍ଟରରେ ଜଙ୍ଗଲ କାଟିବା ବନ୍ଦ କର, ଜଙ୍ଗଲ କାଟିବା ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଲେଖା ହୋଇଛି । ଜଳ ଜଙ୍ଗଲ ଜମି ଜନତାଙ୍କ ଅଧିକାର ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି ।
ଘଟଣା ସ୍ଥଳରେ ବର୍ତ୍ତମାନ ସୁଦ୍ଧା କୌଣସି ପୋଲିସ କିମ୍ବା BSF ଅଧିକରୀଙ୍କୁ ପହଞ୍ଚି ନଥିବାର ଦେଖିବାକୁ ମିଳିଛି । ଏପଟେ ଘଟଣା ସ୍ଥଳରେ ଭୟର ବାତାବରଣ ସୃଷ୍ଟି ହେଇଛି ।
ମାଓମବାଦୀଙ୍କ ପୋଷ୍ଟର କାରଣରୁ ମୁଖ୍ୟ ରାସ୍ତାର ଦୁଇପାର୍ଶ୍ବରେ ଗାଡି ମଟର ଅଟକି ରହିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ