ETV Bharat / state

ଗରିବଙ୍କ ଖାଦ୍ୟ ଖାଇଲା କିଏ ? ୭ ମାସ ହେବ ହିତାଧିକାରୀଙ୍କୁ ମିଳିନି ପିଡିଏସ ଚାଉଳ

author img

By

Published : May 12, 2023, 9:34 PM IST

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତର ଅନେକ ହିତାଧିକାରୀଙ୍କୁ ଗତ ୭ ମାସ ହେବ ମିଳୁନି ପିଡିଏସ ଚାଉଳ । ଏନେଇ ରାଜ୍ୟ ସ୍ବତନ୍ତ୍ର ବିକାଶ ପରିଷଦ ଉପାଦେଷ୍ଟା ପ୍ରଦୀପ ମାଝୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ହିତାଧିକାରୀ । ସେପଟେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ

୭ ମାସ ହେବ ହିତାଧିକାରୀଙ୍କୁ ମିଳିନି ପିଡିଏସ ଚାଉଳ

ନବରଙ୍ଗପୁର: ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତର କିଛି ଗ୍ରାମର ହିତାଧିକାରୀ ଗତ ୭ ମାସ ହେବ ପିଡିଏସ ଚାଉଳ ପାଇନଥିବା ଅଭିଯୋଗ ହୋଇଛି । ରାଜ୍ୟ ସ୍ବତନ୍ତ୍ର ବିକାଶ ପରିଷଦ ଉପାଦେଷ୍ଟା ତଥା ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଇଚ୍ଛାପୁର ପଞ୍ଚାୟତ ଗସ୍ତରେ ଯାଇଥିବା ବେଳେ ଚାଉଳ ପାଇବାରୁ ବଞ୍ଚିତ ହିତାଧିକାରୀମାନେ ତାଙ୍କୁ ଘଟଣା ସମ୍ପର୍କରେ ଗୁହାରୀ କରିଥିଲେ । ତେବେ ଚାଉଳ ପାଇବାରୁ ବଞ୍ଚିତ ହିତାଧିକାରୀମାନଙ୍କୁ ତୁରନ୍ତ ଚାଉଳ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଦୀପ ମାଝୀ । ସେପଟେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରକାଶ କରିଛନ୍ତି ।

ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ ନେଇ ଉପୁଜିଥିଲା ବିବାଦ: ସୂଚନା ଅନୁସାରେ ୧୩ ବର୍ଷ ହେବ ନୂତନ ପଞ୍ଚାୟତ ଭାବେ ଘୋଷିତ ଇଚ୍ଛାପୁରରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ ନେଇ ସ୍ଥାନ ନିରୂପଣ ନେଇ ବିବାଦ ଉପୁଜିଥିଲା । ପଞ୍ଚାୟତରବାସୀ ଦୁଇ ଭାଗରେ ବିଭକ୍ତ ହୋଇ ଦୁଇଗୋଟି ଭିନ୍ନଭିନ୍ନ ସ୍ଥାନରେ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ କରାଯିବା ନେଇ ଅଡି ବସିଥିଲେ । ପ୍ରଶାସନ ପକ୍ଷରୁ ମଧ୍ୟ ସମାଧାନ ନେଇ ପ୍ରଚେଷ୍ଟା କରି କୌଣସି ସୁଫଳ ମିଳି ପାରିନଥିଲା । ଇଚ୍ଛାପୁର ସାପ୍ତାହିକ ବଜାର ଠାରେ ଏକ ଅସ୍ଥାୟୀ ଘରେ ପଞ୍ଚାୟତ କାର୍ଯ୍ୟାଳୟ ଚାଲୁ ରହିଥିବା ବେଳେ ନୂତନ କୋଠା ନିର୍ମାଣ ପାଇଁ ଗାଁର କିଛି ବ୍ୟକ୍ତି କରଲାମାଲ ଗାଁରେ ପଞ୍ଚାୟତ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଦେଇଥିଲେ । କୋଠା କାର୍ଯ୍ୟ ଶେଷ ହେବା ପୂର୍ବରୁ କିଛି ଦୁର୍ବୃର୍ତ୍ତ ପାଞ୍ଚାୟତ କୋଠାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ । କିଛିଦିନ ପରେ ଠିକାଦାର ପୁଣିଥରେ କାର୍ଯ୍ୟାଳୟ କୋଠାଟିକୁ ସମ୍ପୂର୍ଣ୍ଣ ନିର୍ମାଣ କରିଥିଲେ । ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଅନେକ ଥର ରକ୍ତାକ୍ତ ସଂଘର୍ଷ ଘଟିଥିଲା ।

ପିଡିଏସ ଚାଉଳ ପାଇଁ ଅନ୍ୟ ପଞ୍ଚାୟତ ଉପରେ ନିର୍ଭରଶୀଳ ହିତାଧିକାରୀ: ଦୀର୍ଘ ୧୩ ବର୍ଷ ହେବ ଏହି ବିବାଦର ସ୍ଥାୟୀ ସମାଧାନ ହୋଇ ପାରିନଥିବା ବେଳେ ତତ୍କାଳୀନ ସରପଞ୍ଚ କାବେରୀ ସାନ୍ତା କରଲାମାଲଠାରେ ପଞ୍ଚାୟତ କାର୍ଯ୍ୟାଳୟ ଆରମ୍ଭ କରିବା ପାଇଁ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନୂତନ ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟ ଖୋଲିବା ପାଇଁ ବ୍ଲକ୍‌ ଏବଂ ପାଞ୍ଚାୟତ ଅଧିକାରୀ ପ୍ରମୁଖ ହସ୍ତକ୍ଷେପ କରିଥିଲେ । ପଞ୍ଚାୟତ ଖୋଲିବା ସମୟରେ ମଧ୍ୟ ଗୋଟିଏ ଗୋଷ୍ଠୀ ବିରୋଧ କରିଥିଲେ । ସେହିପରି ଇଚ୍ଛାପୁର ପଞ୍ଚାୟତର ହିତାଧିକାରୀମାନଙ୍କୁ ଚଚା ପଞ୍ଚାୟତରେ ଚାଉଳ ଦିଆଯାଉଥିଲା । ତେବେ ନୂତନ ପଞ୍ଚାୟତରେ ଚାଉଳ ଯୋଗାଇ ଦେବାପାଇଁ ଗୋଟିଏ ଗୋଷ୍ଠୀ ଦାବି କରି ଆସୁଥିବା ବେଳେ ଗୋଟିଏ ମାସର ଚାଉଳ ପ୍ରଶାସନ ପକ୍ଷରୁ ଇଚ୍ଛାପୁର ପାଞ୍ଚାୟତରେ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଥିଲା । ଏହାପର ମାସଠାରୁ ଇଚ୍ଛାପୁର ପଞ୍ଚାୟତର ହିତାଧିକାରୀମାନଙ୍କ ଚାଉଳ ପୁଣିଥରେ ଚଚା ପଞ୍ଚାୟତରେ ପ୍ରଦାନ କରାଯାଉଛି । ତେବେ ପ୍ରଶାସନର ନିୟମ ଅନୁସାରେ ଇଚ୍ଛାପୁର ପଞ୍ଚାୟତରେ ହିତାଧିକାରୀଙ୍କ ଚାଉଳ ପ୍ରଦାନ କରିବା ପାଇଁ ଗୋଟିଏ ଗୋଷ୍ଠୀ ଦାବି କରି ଆସୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ।

୭ ମାସ ହେବ ମିଳୁନି ପିଡିଏସ ଚାଉଳ: ଇଚ୍ଛାପୁର ପଞ୍ଚାୟତର ଧୂମାମ, ମୁଣ୍ଡିମଲ, ସିନ୍ଧିଭଟ୍ଟା, ଚଚରାପଡା, କରଲାମାଲ, କେବେଡ଼ି, କରାଡଙ୍ଗରି, ଗାଇଚଚରା, ବେନ୍ଦ୍ରାପଣି, କାଳିଆପାଣି, ଡେଫଗୁଡା ଭଳି ଗ୍ରାମର ଲୋକ ଦୀର୍ଘ ୭ ମାସର ଚାଉଳ ପାଇନଥିବା ରାଜ୍ୟ ସ୍ବତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ନିକଟରେ ଅଭିଯୋଗ କରିଥିଲେ । ତୁରନ୍ତ ଚାଉଳ ପାଇବାରୁ ବଞ୍ଚିତ ହିତାଧିକାରୀ ମାନଙ୍କୁ ଚାଉଳ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ପ୍ରଦୀପ । ଘଟଣା ନେଇ ଜିଲ୍ଲା ଯୋଗାଣ ଅଧିକାରୀ ସଞ୍ଜୀବ ସାହୁଙ୍କ ସହ ଯୋଗାଯୋଗ କରିବାରୁ ଚଚା ପଞ୍ଚାୟତ ଠାରୁ ଇଚ୍ଛାପୁର ପଞ୍ଚାୟତକୁ ଚାଉଳ ନେଇ ହିତାଧିକାରୀଙ୍କୁ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି ଓ ଅଳ୍ପଦିନ ମଧ୍ୟରେ ଏହାର ସମାଧାନ ହୋଇଯିବ ବୋଲି ସେ ପ୍ରକାଶ କରିଛନ୍ତି । ସେହିପରି ଇଚ୍ଛାପୁର ପଞ୍ଚାୟତର ୪ଟି ଗ୍ରାମର ୧୮୦ ଜଣ ହିତାଧିକାରୀ ୪ ମାସର ଚାଉଳ ନେଇନଥିବା ବେଳେ ଚଚା ପଞ୍ଚାୟତରେ ଚାଉଳ ମହଜୁଦ ରହିଛି ହିତାଧିକାରୀ ଚାହିଁଲେ ନେଇ ପାରିବେ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.