ETV Bharat / state

ନବରଙ୍ଗପୁରରେ ଖୋଲିଲା ମାଣ୍ଡିଆ ମଣ୍ଡି, ଉପକୃତ ହେବେ ଚାଷୀ - ନବରଙ୍ଗପୁର ମାଣ୍ଡିଆ ଚାଷୀ

ନବରଙ୍ଗପୁରର ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ପରିସରରେ ଖୋଲିଲା ମାଣ୍ଡିଆ ମଣ୍ଡି । ମାଣ୍ଡିଆ ବିକ୍ରି କରି ଲାଭବାନ ହେବେ ମାଣ୍ଡିଆ ଚାଷୀ । ଅଧିକ ପଢନ୍ତୁ

mandi inaugurated at nabarangpur
ନବରଙ୍ଗପୁରରେ ଖୋଲିଲା ମାଣ୍ଡିଆ ମଣ୍ଡି
author img

By

Published : Jan 13, 2023, 1:38 PM IST

ନବରଙ୍ଗପୁରରେ ଖୋଲିଲା ମାଣ୍ଡିଆ ମଣ୍ଡି

ନବରଙ୍ଗପୁର: ଲାଭବାନ ହେବେ ଜିଲ୍ଲାର ମାଣ୍ଡିଆ ଚାଷୀ । ନବରଙ୍ଗପୁରରେ ଆରମ୍ଭ ହୋଇଛି ମାଣ୍ଡିଆ ମଣ୍ଡି । ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ପରିସରରେ ଏହି ମଣ୍ଡି ଉଦଘାଟନ ହୋଇଯାଇଛି । ଫଳରେ ମାଣ୍ଡିଆ ଉତ୍ପାଦନକାରୀ ଏହାର ଲାଭ ଉଠାଇ ପାରିବେ ।

ଜିଲ୍ଲାରେ ପ୍ରତିବର୍ଷ ପ୍ରାୟ ସାତ ହଜାର ହେକ୍ଟର ଜମିରେ ମାଣ୍ଡିଆ ଚାଷ ହେଉଛି, କିନ୍ତୁ ଉଚିତ ବଜାର ନଥିବା ଯୋଗୁଁ ଚାଷୀ ମାଣ୍ଡିଆ ବିକ୍ରି କରିବାରେ ଆସୁବିଧାର ସମ୍ମୁଖୀନ ହେଉଥିଲା । ରାଜ୍ୟ ସରକାରଙ୍କ ତରଫରୁ ମାଣ୍ଡିଆ ମଣ୍ଡିର ବ୍ୟବସ୍ଥା କରାଯିବା ପରେ ଚାଷି ଖୁସି ପ୍ରକାଶ କରିଛନ୍ତି । ମଣ୍ଡି ହେବା ଯୋଗୁଁ ଭର ଦୁଇ ପଇସା ରୋଜଗାର କରି ହେବ ବୋଲି ପ୍ରକାଶ କରିଛନ୍ତି ଚାଷୀ । ଜିଲ୍ଲାରେ ଚଳିତ ବର୍ଷ 30 ଟି ସ୍ଥାନରେ ମାଣ୍ଡିଆ ମଣ୍ଡି ଖୋଲାଯାଇଛି । 3ଟି ଲ୍ୟାମ୍ପ ଓ 7ଟି କୃଷକ ଉତ୍ପାଦକ ସଂଘ ଜରିଆରେ ମଣ୍ଡିରୁ TDCC ଦ୍ବାରା ମାଣ୍ଡିଆ କ୍ରୟ କରାଯିବ ।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାର 8877 ଜଣ ଚାଷୀ ମଣ୍ଡିରେ ମଣ୍ଡିଆ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି । ଚଳିତ ବର୍ଷ 25 ହଜାର କୁଇଣ୍ଟାଲ ମାଣ୍ଡିଆ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । 2022-23 ଖରିଫ ବର୍ଷ ସକାଶେ ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ 3587 ଟଙ୍କା ପ୍ରତି କୁଇଣ୍ଟାଲ ଧାର୍ଯ୍ୟ କରାଯାଇଛି । ମଣ୍ଡିରେ ମାଣ୍ଡିଆ ବିକ୍ରି କରିବାର 3 ଦିନ ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବ ।

ଚଳିତ ବର୍ଷକୁ କେନ୍ଦ୍ର ସରକାର ମିଲେଟ ବର୍ଷ ଭାବରେ ଗ୍ରହଣ କରିଥିବା ବେଳେ ଜିଲ୍ଲାରେ ପୂର୍ବରୁ ମାଣ୍ଡିଆ ଦିବସ ପାଳନ କରାଯିବା ସହ ମାଣ୍ଡିଆ ମଣ୍ଡି ସମ୍ପର୍କିତ ଏକ ସଚେତନତା ରଥ ପରିକ୍ରମା କରିଥିଲା । ଏଥିସହ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ରକମର ସୁସ୍ବାଦୁ ଖାଦ୍ୟ ପ୍ରଦର୍ଶିତ ହୋଇଥିଲା । କେନ୍ଦ୍ର ସରକାରଙ୍କ ପୋଷଣ ଅଭିଯାନରେ ମାଣ୍ଡିଆ ଖାଦ୍ୟକୁ ସାମିଲ କରାଯାଇଥିବା ବେଳେ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ସମୟରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ଶିଶୁଙ୍କଙ୍କ ସୁଷମ ଖାଦ୍ୟ ତାଲିକାରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି ।

ଗୁରୁବାର ମଧ୍ୟ ମଣ୍ଡିରେ ମାଣ୍ଡିଆ ବିକ୍ରି ପାଇଁ ମାଣ୍ଡିଆ ଚାଷୀ ମାନେ କିପରି ଭଲ ମନରେ ମାଣ୍ଡିଆ ଆଣିବେ ସେ ନେଇ ସଚେତନତା ସୃଷ୍ଟି ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କମଳଲୋଚନ ମିଶ୍ର , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜି ଭେଙ୍କେଟ ରେଡ୍ଡୀ, ଟିଡ଼ିସିସିର ଶାଖା ପରିଚାଳକ ଏସ ଏସ ମାଝି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ବର୍ଣ୍ଣଲତା ବିଶ୍ବାସ, ପ୍ରମୁଖ ଉପସ୍ଥିତ ଥିଲେ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.