ETV Bharat / state

ଛତିଶଗଡରେ ଧରା ପଡିଲା ନରହନ୍ତା ବାଘ, ନବରଙ୍ଗପୁରର ଶିଶୁକୁ କରିଥିଲା ଶିକାର - tiger trapped in chhatishgarh

ଶେଷରେ ଧରା ପଡିଛି ନରହନ୍ତା କଲରାପତରିଆ ବାଘ । ଗୋଟିଏ ପରେ ଗୋଟିଏ କରି ୩ ଜଣଙ୍କୁ ଶିକାର କରିଥିବା ନରହନ୍ତା ବାଘକୁ ଧରିବାରେ ଶେଷରେ ସଫଳ ହୋଇଛି ଛତିଶଗଡର ସିହାଓ୍ବା ବନ ବିଭାଗ। ଅଧିକ ପଢନ୍ତୁ...

ଛତିଶଗଡରେ ଧରା ପଡିଲା ନରହନ୍ତା ବାଘ, ନବରଙ୍ଗପୁରର ଶିଶୁକୁ କରିଥିଲା ଶିକାର
ଧରା ପଡିଛି ନରହନ୍ତା ଚିତା: ୩ ଜଣଙ୍କୁ କରିଥିଲା ଶିକାର
author img

By

Published : Oct 22, 2021, 8:06 PM IST

ନବରଙ୍ଗପୁର: ଶେଷରେ ଧରା ପଡିଛି ନରହନ୍ତା କଲରାପତରିଆ ବାଘ । ଗୋଟିଏ ପରେ ଗୋଟିଏ ୩ ଜଣଙ୍କୁ ଶିକାର କରିଥିବା ନରହନ୍ତା ବାଘକୁ ଧରିବାରେ ଶେଷରେ ସଫଳ ହୋଇଛି ଛତିଶଗଡର ସିହାୱା ବନ ବିଭାଗ। ଗତ ୧୧ ତାରିଖ ସନ୍ଧ୍ୟାରେ ନବରଙ୍ଗପୁର ରାଇଘର ବ୍ଳକ ତୁରୁଡିହି ଗ୍ରାମର ଅମିତ୍ ମର୍କାମ ନିଜ ପରିବାର ସହ ସିହାଓ୍ବା ସ୍ଥିତ ଶୃଙ୍ଗି ରୁଷି ପାହାଡ଼ ସ୍ଥିତ ଶୀତଳା ମାତା ମନ୍ଦିରରୁ ଦର୍ଶନ ସାରି ତଳକୁ ଓହ୍ଲେଇବା ସମୟରେ ଅଚାନକ ଏକ କଲରାପତରିଆ ବାଘ ଆକ୍ରମଣ କରିଥିଲା ।

ଛତିଶଗଡରେ ଧରା ପଡିଲା ନରହନ୍ତା ବାଘ, ନବରଙ୍ଗପୁରର ଶିଶୁକୁ କରିଥିଲା ଶିକାର

ଯେଉଁଥିରେ ୬ ବର୍ଷର ବାଳକ ଅମିତ ମର୍କାମଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଯାହାଫଳରେ ବନବିଭାଗ ୪ଟି ଭିନ୍ନଭିନ୍ନ ସ୍ଥାନରେ ଯନ୍ତା ବସାଇ ଜଗି ରହିଥିଲା। ତେବେ ଗତକାଲି ରାତି ପ୍ରାୟ ୩ଟା ସମୟରେ ବାଘଟି କାଳି ଗୁମ୍ଫା ନିକଟରେ ବସାଯାଇଥିବା ଯନ୍ତାରେ ଥିବା ଛେଳିକୁ ଖାଇବାକୁ ଆସି ଫସିଯାଇଥିଲା। ସେଠାରେ ଛକି ରହିଥିବା ବନ କର୍ମଚାରୀ ମାନେ ଶେଷରେ ପିଞ୍ଜରାକୁ ବନ୍ଦ କରି ବାଘଟିକୁ କାବୁ କରିବାରେ ସଫଳ ହୋଇଛନ୍ତି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.