ETV Bharat / state

ଜେଡି-ଇଣ୍ଡିଆର ପରାମର୍ଶଦାତା ବୋର୍ଡ଼ରେ ନବରଙ୍ଗପୁରର ମହେନ୍ଦ୍ର - Mahendra kumar nayak

ସବୁଥିରେ ପାରଙ୍ଗମ ନବରଙ୍ଗପୁରର ମହେନ୍ଦ୍ର କୁମାର ନାୟକ ହେଲେ ଜେଡି-ଇଣ୍ଡିଆର ପରାମର୍ଶଦାତା ବୋର୍ଡ଼ ସଦସ୍ୟ । ସର୍ବକନିଷ୍ଠ ସଦସ୍ୟ ରୂପେ ଏଥିରେ ମନୋନୀତ ହୋଇ ସେ ସମଗ୍ର ରାଜ୍ୟ ପାଇଁ ଗର୍ବ ଅର୍ଜନ କରିଛନ୍ତି ।

ଜେଡି-ଇଣ୍ଡିଆର ପରାମର୍ଶଦାତା ବୋର୍ଡ଼ରେ ନବରଙ୍ଗପୁରର ମହେନ୍ଦ୍ର
author img

By

Published : Nov 13, 2019, 1:45 AM IST

ନବରଙ୍ଗପୁର: ଗ୍ରାସରୁଟ ଏମପାୱାରମେଣ୍ଟ ଏଣ୍ଡ ଡେଭେଲପମେଣ୍ଟ ବାଇ ୟୁଥ (ଜେଡି-ଇଣ୍ଡିଆ) ପରାମର୍ଶଦାତା ବୋର୍ଡ଼ର ସଦସ୍ୟ ହେଲେ ନବରଙ୍ଗପୁରର ମହେନ୍ଦ୍ର କୁମାର ନାୟକ । ନୂଆଦିଲ୍ଲୀରେ ଅବସ୍ଥିତ ଏହି ବୋର୍ଡ ସମଗ୍ର ଭାରତରେ ଯୁବ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ।

ମହେନ୍ଦ୍ର ଆଗାମୀ ୧୦ ବର୍ଷ ପାଇଁ ଏହି ବୋର୍ଡ଼ରେ ସ୍ବେଚ୍ଛାସେବୀ ଭାବେ ରହିବେ I ଏଥିରେ ଆର୍ଯ୍ୟଭଟ୍ଟ ବିଶ୍ବବିଦ୍ୟାଳୟର ଡିନ ଡ଼. ଜ୍ଞାନଦେଓ ତ୍ରିପାଠୀ, ଜିଓଲୋଜିଷ୍ଟ ବିଜୟ କୁମାର ଯୋଶୀ, ବରିଷ୍ଠ ସାମ୍ବାଦିକ ଡଃ. ସୁମିତ କୁମାର, ପ୍ରବୀଣ ତଥା ଜଣାଶୁଣା ଯୁବ ଅଧିକାରୀ ନରେଶ ଶର୍ମା ରହିଛନ୍ତି ।

ମହେନ୍ଦ୍ର ଦେଶର ସର୍ବକନିଷ୍ଠ ସଦସ୍ୟ ରୂପେ ଏଥିରେ ମନୋନୀତ ହୋଇ ଓଡିଶା ପାଇଁ ଗୌରବ ଆଣିଛନ୍ତି I ଜେଡି-ଇଣ୍ଡିଆ ଚେୟାରମ୍ୟାନ ଆଶିଷ ଝା, ସହକାରୀ ନିର୍ଦ୍ଦେଶକ ଅନିଲ ଡୋଗ୍ରାଙ୍କ କାର୍ଯ୍ୟକାରୀ କମିଟି ଦେଶର ବିଭିନ୍ନ ରାଜ୍ୟର ସାମାଜିକ କର୍ମୀଙ୍କଠୁ ମତ ନେଇ ମହେନ୍ଦ୍ରଙ୍କୁ ସଦସ୍ୟ ରୂପେ ମନୋନୀତ କରିଛନ୍ତି । ଏଥିସହ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ତାଙ୍କ ଦ୍ବାରା ପରିଚାଳିତ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି I ସେ ଆଗାମୀ ୧୦ ବର୍ଷ ପାଇଁ ଜେଡି-ଇଣ୍ଡିଆର ସଂଯୁକ୍ତ ରାଷ୍ଟ୍ର ସଂଘ ଏବଂ ନୀତି ଆୟୋଗ ଦ୍ବାରା ନିର୍ଦ୍ଧାରିତ ଶତତ ବିକାଶ ଲକ୍ଷ୍ୟ, ଗ୍ରାମୀଣ ବିକାଶ, ସୁଶାସନ ଏବଂ ଲୋକନୀତି ପ୍ରଣୟନ ଏବଂ ତୃଣମୂଳ ସ୍ତରରେ ପହଞ୍ଚିବାବା ପାଇଁ ପରାମର୍ଶ ଦେବେ I

ମହେନ୍ଦ୍ରଙ୍କ ନିରନ୍ତର ଉଦ୍ୟମରେ ହରିୟାଣାର ମହେନ୍ଦ୍ରଗଡ ଜିଲ୍ଲାକୁ ଯୁବ ଆଦର୍ଶ ଜିଲ୍ଲା ରୂପେ ପରିଚାଳନା କରି ୟୁଏନବି ଓ ୟୁଏନଡ଼ିପି ଦ୍ବାରା "ଯୁବ ସଂଶାଧନ କେନ୍ଦ୍ର" ପ୍ରତିଷ୍ଠିତ କରାଯାଇଥିଲା । ଏଥିସହ ସେ ପଛୁଆ ଗାଁରେ "ଯୁବ ପଞ୍ଚାୟତ" କାର୍ଯ୍ୟକ୍ରମ ମାଧ୍ୟମରେ ମହେନ୍ଦ୍ର ଜଳ ସ୍ତରର ଉନ୍ନତି ନିମନ୍ତେ ବୃକ୍ଷରୋପଣ, ରକ୍ତଦାନ, କନ୍ୟାଭୃଣ ହତ୍ୟା ରୋକିବା ନିମନ୍ତେ "କ୍ୟାମ୍ପେନ କଳ୍ପନା" ର ପରିକଳ୍ପନା କରି କୁଆଁ ପୂଜନ, କୁପୋଷଣ ଓ ଏନମିଆ ରୋକିବା ନିମନ୍ତେ ବ୍ୟାପକ ଅଭିଯାନ କରିଛନ୍ତି । ଏହା ବାଦ ଏସଡିଜି (ସ୍ଥାୟୀ ବିକାଶ ଲକ୍ଷ୍ୟ) ମାଧ୍ୟମରେ ଜିଲ୍ଲାରେ ୧୭ ପଞ୍ଚାୟତ, ୧୭ ଗାଁ, ୧୭ ସ୍କୁଲ, ୧୭ କଲେଜ, ୧୭ ଅଙ୍ଗନବାଡିକୁ ନେହରୁ ଯୁବ କେନ୍ଦ୍ରରେ ପରିଣତ କରି ପ୍ରଚାର ପ୍ରସାର, ମହିଳା କ୍ରୀଡାକୁ ପ୍ରାଧାନ୍ୟ ଦେଇ କବାଡି, କୁସ୍ତି, ଭଲିବଲ ଖେଳକୁ "ଯୁବା ସାକ୍ଷୀ" କାର୍ଯ୍ୟକ୍ରମ ଜରିଆରେ ଆଗକୁ ଆଣିଛନ୍ତି । ସେହିପରି ଦେଶର ୫ଟି ରାଜ୍ୟରେ ପ୍ରତିଷ୍ଠିତ ଯୁବ ସଂଶାଧନ କେନ୍ଦ୍ରରେ ସର୍ବଶ୍ରେଷ୍ଠ କାର୍ଯ୍ୟ କରି ସଫଳତା ପାଇଥିବାରୁ ତାଙ୍କୁ ଏହି ବୋର୍ଡ ପାଇଁ ମନୋନୀତ କରାଯାଇଛି ।

ମହେନ୍ଦ୍ର ଜୟପୁର କେନ୍ଦ୍ରୀୟ ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିବା ବେଳେ ବିକ୍ରମ ଦେବ କଲେଜରୁ +୨ ବାଣିଜ୍ୟ, ନବରଙ୍ଗପୁର କଲେଜରେ ବାଣିଜ୍ୟରେ ସ୍ନାତକ ହାସଲ କରିଛନ୍ତି । କେବଳ ଏତିକି ନୁହେଁ ଏହା ପରେ ବିଭିନ୍ନ ବିଶ୍ବବିଦ୍ୟାଳୟରୁ ବାଣିଜ୍ୟ, ଗ୍ରାମୀଣ ବିକାଶ, ସାମ୍ବାଦିକତା, ମାନବିକ ଅଧିକାର ଏବଂ ଲୋକ ପ୍ରଶାସନ ପାଠ୍ୟକ୍ରମରେ ସେ ସ୍ନାତ୍ତକତ୍ତୋର ଡିଗ୍ରୀ ହାତେଇଛନ୍ତି ।

ପରେ ସେ କୋରାପୁଟ କୋଟସରେ ଏମଫିଲ ଟପ କରିଥିଲେ । ଏବେ ଗ୍ରାମୀଣ ବିକାଶ, ପରିବେଶ ସଂରକ୍ଷଣରେ ଯୁବଶକ୍ତି, ସୁଶାସନ ଏବଂ ଲୋକନୀତି କ୍ଷେତ୍ରରେ ମହେନ୍ଦ୍ର ଗବେଷଣାରତ I ଖୁବ କମ ବୟସରୁ ଭାରତ ସରକାରଙ୍କ ଦ୍ବାରା ମନୋନୀତ ହୋଇ ଦକ୍ଷିଣ କୋରିଆ ତଥା ରାଜ୍ୟ ବାହାରେ ଯୁବ ସଶକ୍ତିକରଣ, ସାମାଜିକ ଏବଂ ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କ ନାମ ଚୟନ ହୋଇଥିଲା । ସେ ବହୁତଥର ଭାରତ ଏବଂ ଓଡିଶା ସରକାରଙ୍କ ଠାରୁ ପୁରସ୍କାର ହାସଲ କରି ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଗୌରବାନ୍ବିତ କରିଛନ୍ତି I ନବରଙ୍ଗପୁର ଜିଲ୍ଲାର ପ୍ରଥମ ଜାତୀୟ ଯୁବ ପୁରସ୍କାର ବିଜେତା ମହେନ୍ଦ୍ର ଏବେ ମହେନ୍ଦ୍ରଗଡର ନେହରୁ ଯୁବ କେନ୍ଦ୍ରରେ ଜିଲ୍ଲା ଯୁବ ସଂଯୋଜକ ଭାବେ ମହେନ୍ଦ୍ର କାର୍ଯ୍ୟରତ I

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ଜେଡି-ଇଣ୍ଡିଆର ପରାମର୍ଶଦାତା ବୋର୍ଡ଼ରେ ନବରଙ୍ଗପୁରର ମହେନ୍ଦ୍ର

ନବରଙ୍ଗପୁର: ନୂଆଦିଲ୍ଲୀଠାରେ ଅବସ୍ଥିତ ସମଗ୍ର ଭାରତରେ ଯୁବ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ଗ୍ରାସରୁଟ ଏମପାୱାରମେଣ୍ଟ ଏଣ୍ଡ ଡେଭେଲପମେଣ୍ଟ ବାଇ ୟୁଥ (ଜେଡି-ଇଣ୍ଡିଆ) ପରାମର୍ଶଦାତା ବୋର୍ଡ଼ରେ ନବରଙ୍ଗପୁର ଜିଲ୍ଲାର ମହେନ୍ଦ୍ର କୁମାର ନାୟକ ସମ୍ମାନଜନକ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି I ସେ ଆଗାମୀ ୧୦ ବର୍ଷ ପାଇଁ ଏହି ବୋର୍ଡ଼ରେ ସ୍ବେଚ୍ଛାସେବୀ ଭାବେ ରହିବେ I ଏହି ବୋର୍ଡ଼ରେ ଆର୍ଯ୍ୟଭଟ୍ଟ ବିଶ୍ୱବିଦ୍ୟାଳୟର ଡିନ ଡ଼. ଜ୍ଞାନଦେଓ ତ୍ରିପାଠୀ, ଜିଓଲୋଜିଷ୍ଟ ବିଜୟ କୁମାର ଯୋଶୀ, ବରିଷ୍ଠ ସାମ୍ବାଦିକ ଡଃ. ସୁମିତ କୁମାର, ପ୍ରବୀଣ ତଥା ଜଣାଶୁଣା ଯୁବ ଅଧିକାରୀ ନରେଶ ଶର୍ମା ଥିବା ବେଳେ ମହେନ୍ଦ୍ର ଦେଶର ସର୍ବକନିଷ୍ଠ ସଦସ୍ୟ ରୂପେ ମନୋନୀତ ହୋଇ ଓଡିଶା ପାଇଁ ଗୌରବ ଆଣି ଦେଇଛନ୍ତି I ଜେଡି-ଇଣ୍ଡିଆ ଚେୟାରମ୍ୟାନ ଆଶିଷ ଝା, ସହକାରୀ ନିର୍ଦେଶକ ଅନିଲ ଡୋଗ୍ରାଙ୍କ କାର୍ଯ୍ୟକାରୀ କମିଟି ଦେଶର ବିଭିନ୍ନ ରାଜ୍ୟର ସାମାଜିକ କର୍ମୀଙ୍କ ଠୁ ମତ ନେଇ ସଦସ୍ୟ ରୂପେ ମନୋନୀତ କରି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ତାଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକୁ ପ୍ରଶଂସା କରିଥିଲେ I ସେ ଆଗାମୀ ୧୦ ବର୍ଷ ପାଇଁ ଜେଡି-ଇଣ୍ଡିଆର ସଂଯୁକ୍ତ ରାଷ୍ଟ୍ର ସଂଘ ଏବଂ ନୀତି ଆୟୋଗ ଦ୍ୱାରା ନିର୍ଧାରିତ ଶତତ ବିକାଶ ଲକ୍ଷ୍ୟ, ଗ୍ରାମୀଣ ବିକାଶ, ସୁଶାସନ ଏବଂ ଲୋକନିତୀ ପ୍ରଣୟନ ଏବଂ ତୃଣମୂଳ ସ୍ତରରେ ପହଂଚାଇବା ନିମନ୍ତେ ପରାମର୍ଶ ଦେବେ I

ମହେନ୍ଦ୍ରଙ୍କ ନିରନ୍ତର ଉଦ୍ୟମରେ ହରିୟାଣାର ମହେନ୍ଦ୍ରଗଡ ଜିଲ୍ଲାକୁ ଯୁବ ଆଦର୍ଶ ଜିଲ୍ଲା ରୂପେ ପରିଚାଳନା କରି ୟୁଏନବି ଓ ୟୁଏନଡ଼ିପି ଦ୍ୱାରା "ଯୁବ ସଂସାଧନ କେନ୍ଦ୍ର" ପ୍ରତିଷ୍ଠିତ କରାଯାଇଥିବା ଏବଂ ନିଜ ଉଦ୍ୟମରେ ପଛୁଆ ଗାଁରେ "ଯୁବ ପଂଚାୟତ" କାର୍ଯ୍ୟକ୍ରମ ମାଧ୍ୟମରେ ମହେନ୍ଦ୍ର ଜଳ ସ୍ତରର ଉନ୍ନତି ନିମନ୍ତେ ବୃକ୍ଷରୋପଣ, ରକ୍ତଦାନ, କନ୍ୟାଭୃଣ ହତ୍ୟା ରୋକିବା ନିମନ୍ତେ "କ୍ୟାମ୍ପେନ କଳ୍ପନା" ର ପରିକଳ୍ପନା କରି କୁଆଁ ପୂଜନ, କୁପୋଷଣ ଓ ଏନିମିଆ ରୋକିବା ନିମନ୍ତେ ବ୍ୟାପକ ଅଭିଯାନ, ଏସଡିଜି (ସ୍ଥାୟୀ ବିକାଶ ଲକ୍ଷ୍ୟ) ମାଧ୍ୟମରେ ଜିଲ୍ଲାରେ ୧୭ ପଂଚାୟତ, ୧୭ ଗାଁ, ୧୭ ସ୍କୁଲ, ୧୭ କଲେଜ, ୧୭ ଅଙ୍ଗନବାଡିକୁ ନେହରୁ ଯୁବ କେନ୍ଦ୍ର ମାଧ୍ୟମରେ ଆପଣେଇ ପ୍ରଚାର ପ୍ରସାର, ମହିଳା କ୍ରୀଡାକୁ ପ୍ରାଧାନ୍ୟଦେଇ କବାଡି, କୁସ୍ତି, ଭଲିବଲ ଖେଳକୁ "ଯୁବା ସାକ୍ଷୀ" କାର୍ଯ୍ୟକ୍ରମ କରି ଦେଶର ୫ ଟି ରାଜ୍ୟରେ ପ୍ରତିଷ୍ଠିତ ଯୁବ ସଂସାଧନ କେନ୍ଦ୍ର ମଧ୍ୟରୁ ସର୍ବଶ୍ରେଷ୍ଠ କାର୍ଯ୍ୟ କରି ଥିବାରୁ ତାଙ୍କୁ ମନୋନୀତ କରାଯାଇଥିବା କହିଛନ୍ତି I

ଜୟପୁର କେନ୍ଦ୍ରୀୟ ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା, ସରକାରୀ ଉଚ୍ଚ ବିଦ୍ୟାଳୟରେ ହାଇସ୍କୁଲ ଶିକ୍ଷା ଗ୍ରହଣ କରିଥିବା ବେଳେ ବିକ୍ରମ ଦେବ କଲେଜରୁ +୨ ବାଣିଜ୍ୟ, ନବରଙ୍ଗପୁର କଲେଜରେ ବାଣିଜ୍ୟରେ ସ୍ନାତକ, ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟ, ଗ୍ରାମୀଣ ବିକାଶ, ସାମ୍ବାଦିକତା, ମାନବିକ ଅଧିକାର ଏବଂ ଲୋକ ପ୍ରଶାସନ ପାଠ୍ୟକ୍ରମରେ ସ୍ନାତ୍ତକତ୍ତୋର ଡିଗ୍ରୀ ଏବଂ କୋରାପୁଟ କୋଟସରେ ଏମଫିଲ ଟପ ମହେନ୍ଦ୍ର ବର୍ତ୍ତମାନ ଗ୍ରାମୀଣ ବିକାଶ, ପରିବେଶ ସଂରକ୍ଷଣରେ ଯୁବଶକ୍ତି, ସୁଶାସନ ଏବଂ ଲୋକନିତୀ କ୍ଷେତ୍ରରେ ଗବେଷଣାରତ I ଖୁବ କମ ବୟସରୁ ଭାରତ ସରକାରଙ୍କ ଦ୍ୱାରା ମନୋନୀତ ହୋଇ ଦକ୍ଷିଣ କୋରିଆ ତଥା ରାଜ୍ୟ ବାହାରେ ଯୁବ ସଶକ୍ତିକରଣ, ସାମାଜିକ ଏବଂ ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କ ନାମ ଚୟନ ହୋଇଥିଲା, ସେ ବହୁବାର ଭାରତ ଏବଂ ଓଡିଶା ସରକାରଙ୍କ ଠାରୁ ପୁରସ୍କାର ହାସଲ କରି ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି I ନବରଙ୍ଗପୁର ଜିଲ୍ଲାର ପ୍ରଥମ ଜାତୀୟ ଯୁବ ପୁରସ୍କାର ବିଜେତା ତଥା ବର୍ତମାନ ହରିୟାଣା ମହେନ୍ଦ୍ରଗଡ ଜିଲ୍ଲା ନେହରୁ ଯୁବ କେନ୍ଦ୍ରରେ ଜିଲ୍ଲା ଯୁବ ସଂଯୋଜକ ଭାବେ ମହେନ୍ଦ୍ର କାର୍ଯ୍ୟରତ IBody:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.