ETV Bharat / state

ଲକଡାଉନ: ନବରଙ୍ଗପୁରରେ ସହାୟତାର ହାତ ବଢାଇଲେ ମହମ୍ମଦ ରଫି

ସାରା ରାଜ୍ୟରେ ଲାଗିରହିଥିବା ଲକଡାଉନ ନବରଙ୍ଗପୁର ଜିଲ୍ଲାରେ ବି ପ୍ରଭାବ ରହିଛି l ରୋଜଗାର ହରାଇ ଲୋକେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରୁ ନାହାନ୍ତି । ଏ ଭଳି ଏକ ଅସମୟରେ ସମାଜର ଗରିବ ତଥା ନିଷ୍ପେସିତ ଶ୍ରେଣୀର ଲୋକଙ୍କୁ ସହଯୋଗର ହାତ ବଢାଇଛନ୍ତି ନବରଙ୍ଗପୁରର ଭାଟିଶାଲଗୁଡାର ମହମ୍ମଦ ରଫି ।

mahammad-rafi-helping-hand-to-labour-and-poor-family-during-the-lockdown-in-nabarangpur
ନବରଙ୍ଗପୁରରେ ଲକଡାଉନ ସମୟରେ ସହାୟତାର ହାତ ବଢାଇଲେ ମହମ୍ମଦ ରଫି
author img

By

Published : Apr 12, 2020, 1:34 PM IST

ନବରଙ୍ଗପୁର: ମହାମାରୀ କୋରୋନାକୁ ନେଇ ଚାରିଆଡେ ଆତଙ୍କ । ସାରା ରାଜ୍ୟରେ ଲାଗିରହିଥିବା ଲକଡାଉନ ନବରଙ୍ଗପୁର ଜିଲ୍ଲାରେ ପ୍ରଭାବ ରହିଛି l ଏହା ଫଳରେ ଲୋକଙ୍କ କାମଧନ୍ଦା ବନ୍ଦ ରହିଛି l ରୋଜଗାର ହରାଇ ଲୋକେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରୁ ନାହାନ୍ତି । ସରକାରୀ ଲୋକଙ୍କୁ ସହାୟତା ଯୋଗାଇ ଦେଇ ଆସୁଥିବା ବେଳେ, କିଛି ବ୍ୟକ୍ତିବିଶେଷ ମଧ୍ୟ ଦିନ ମଜୁରିଆ ଲୋକଙ୍କୁ ଘର ଚଳଣି ପାଇଁ ନିୟମିତ ସାମଗ୍ରୀ ଯୋଗାଇ ଦେଇଆସୁଛନ୍ତି l

ଲକଡାଉନ ସମୟରେ ସହାୟତାର ହାତ ବଢାଇଲେ ମହମ୍ମଦ ରଫି

ଏ ଭଳି ଏକ ଅସମୟରେ ସମାଜର ଗରିବ ତଥା ନିଷ୍ପେସିତ ଶ୍ରେଣୀର ଲୋକଙ୍କୁ ସହଯୋଗର ହାତ ବଢାଇଛନ୍ତି ନବରଙ୍ଗପୁରର ଭାଟିଶାଲଗୁଡାରେ ଥିବା ମୁସଲିମ ପରିବାର । ପେଶାରେ କୁକୁଡ଼ା ବ୍ୟବସାୟୀ ମହମ୍ମଦ ରଫି ଓ ତାଙ୍କ ସହ ଧର୍ମିଣୀ ସକିଲା ବେଗମ ନିଜର ଦୁଇ ପୁଅ ଓ ଝିଅଙ୍କ ସହଯୋଗରେ 9 ଦିନ ହେବ ଗରିବ ଲୋକଙ୍କୁ ସାମଗ୍ରୀ ପ୍ରଦାନ କରୁଛନ୍ତି l ସାଧାରଣତଃ ଗରିବ ଲୋକଙ୍କ ଘର ଚଳିବା ପାଇଁ ଆବଶ୍ୟକ ହେଉଥିବା ଡାଲି ଚାଉଳ,ତେଲ,ସାବୁନ,ଆଳୁ,ପିଆଜ ପ୍ୟାକେଟ କରି ଯୋଗାଉ ଥିବା ଦେଖିବାକୁ ମିଳିଛି । ପ୍ରତିଦିନ ସେ 100 ରୁ 200 ଲୋକଙ୍କୁ ଏହି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରୁଛନ୍ତି ।

ପେଶାରେ କୁକୁଡ଼ା ବ୍ୟବସାୟୀ ହୋଇଥିଲେ ବି ଲକଡାଉନ ହେଲାପରେ ଗରିବ ଲୋକଙ୍କ ପରିସ୍ଥିତି ଦେଖି ବର୍ତମାନ ସମାଜସେବାର ନିଶା ହୋଇଛି l ମହମ୍ମଦ ରଫିଙ୍କ ଭଳି ଯଦି ଜରୁରୀ କାଳିନ ସମୟରେ ସମସ୍ତ ଧନୀ ଶ୍ରେଣୀର ଲୋକେ ଗରିବ ଲୋକଙ୍କ ପାଇଁ ସହଯୋଗର ହାତ ବଢାଇପାରନ୍ତି । ତାହେଲେ କୋରୋନା ପାଇଁ ଯେଉଁ ଲକଡାଉନ ରହିଛି ସେହି ସମୟରେ କେହି ଭୋକିଲା ରହିପାରିବେନାହିଁ । ମହମ୍ମଦ ରଫି ଏଭଳି କାର୍ଯ୍ୟକୁ ନବରଙ୍ଗପୁର ସହରରେ ସାଧାରଣ ଲୋକ ଓ ବୁଦ୍ଧିଜୀବୀ ପ୍ରଶଂସା କରୁଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ,ଇଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.