ETV Bharat / state

10 ଦିନ ପରେ ହୋଇଥାନ୍ତା ବାହାଘର, ପ୍ରେମିକ ସହ ଆତ୍ମହତ୍ୟା କଲା ପ୍ରେମିକା

ବିବାହର 10 ଦିନ ପୂର୍ବରୁ ପ୍ରେମିକ ସହ ମିିଶି ପ୍ରେମିକା କରିଛି ଆତ୍ମହତ୍ୟା । ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ମୁର୍ତ୍ତୁମା ଗ୍ରାମରେ । ଅଧିକ ପଢନ୍ତୁ...

author img

By

Published : Apr 19, 2021, 1:26 PM IST

Updated : Apr 21, 2021, 9:17 AM IST

ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ନବରଙ୍ଗପୁର: ବିବାହକୁ ଆଉ ଦିନ କେଇଟା ବାକି ଥିବାବେଳେ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି ପ୍ରେମୀଯୁଗଳ । ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ମୁର୍ତ୍ତୁମା ଗ୍ରାମରେ ।

ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

10ଦିନ ପରେ ବାଜିଥାନ୍ତା ସାହାନାଇ । ବାଣ ଫୁଟାଇ ବାଜା ବଜାଇ ଆସିଥାନ୍ତା ବର । ହେଲେ ସବୁ କିଛି ଅଟକି ଗଲା । ବିବାହର 10 ଦିନ ପୂର୍ବରୁ ନିଜ ପ୍ରେମିକ ସହିତ ମିଶି ପ୍ରେମିକାର ଆତ୍ମହତ୍ୟା କରିବାର ଚରମ ନିଷ୍ପତ୍ତି ସମସ୍ତଙ୍କୁ ସ୍ତବ୍ଧ କରିଛି । ଘଟଣାର ପ୍ରକୃତ କାରଣ ଜଣାପଡିନାହିଁ ।

ସୂଚନାଅନୁସାରେ, ଉମରକୋଟ ବ୍ଲକ୍ ସୁକିଗାଁ ପଞ୍ଚାୟତର ଡ଼ାବିଡି ଗ୍ରାମର ଜଣେ ଯୁବକ ମୂର୍ତ୍ତୁମା ଗାଁର ସସ୍ମିତାଙ୍କୁ ଭଲ ପାଉଥିଲେ । ହେଲେ ସସ୍ମିତାଙ୍କ ବିବାହ ଅନ୍ୟତ୍ର ଠିକ ହୋଇଥିଲା । ଏନେଇ ସସ୍ମିତା ଓ ତାଙ୍କ ପ୍ରେମିକ ଏକ ଗଛରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣାର ଖବର ପାଇ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣା ଘଟିଥିବା ଗଛ ମୂଳରୁ କିଛି ଖାଦ୍ୟ ଜିନିଷ, 3ଟି କୀଟନାଶକ, ଚପଲ ଓ ସାଇକେଲ ପଡିଥିବା ଦେଖିବାକୁ ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Apr 21, 2021, 9:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.