ନବରଙ୍ଗପୁର: ଦିନକୁ ଦିନ ନବରଙ୍ଗପୁରରେ ବଢିଚାଲିଛି ଗୁଣ୍ଡାରାଜ । ପୋଲିସର ବିନା ଡରରେ ପ୍ରତ୍ୟେକ ଦିନ ଦୁର୍ବୃତ୍ତମାନେ ହତ୍ୟା ଲୁଟପାଟ ବଢାଇ ଚାଲିଛନ୍ତି । ସେହିପରି ଆଜି(ସୋମବାର) ଜଣେ ବ୍ୟବସାୟୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ନବରଙ୍ଗପୁର ଜିଲ୍ଲା ଝରିଘାଁଁ ବ୍ଲକରେ ଧାରୁଆ ଅସ୍ତ୍ର ଜରିଆରେ ପ୍ରହାର କରି ବ୍ୟବସାୟୀଙ୍କ ଠାରୁ ତିନି ଜଣ ଦୁର୍ବୃତ୍ତ ଚାରି ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ।
ସୂଚନା ଅନୁଯାୟୀ, ବ୍ୟବସାୟୀ ରାଜେନ୍ଦ୍ର ଯାଦବ ଝରିଗାଁ ଚଚା ଗାଁରୁ କଙ୍ଗରା ଗାଁ ହାଟକୁ ବାଇକରେ ଯାଉଥିଲେ । ସେହି ସମୟରେ ୩ ଦୁର୍ବୃତ୍ତ ହାଠାତ ଆସି ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ବେଶୀ ଲୋକ ନଥିବାରୁ ଦୁର୍ବୃତ୍ତ ମାନେ ଲୁଟ ଅତି ଲହଜରେ କରିପାରିଥିଲେ । ପରେ ଘଟଣାସ୍ଥଳରୁ ସେମାନେ ଫେରାର ହୋଇଯାଇଥିଲେ । ଗୁରୁତର ବ୍ୟବସାୟୀଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏଥିନେଇ ସ୍ଥାନୀୟ ଥାନାରେ ଏକ ଅଭିଯୋଗ କରାଯାଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।
ନବରଙ୍ଗପୁର ତପନ କୁମାର ବିଷୋୟୀ, ଇଟିଭି ଭାରତ