ETV Bharat / state

ଦରମା ଟଙ୍କାରେ ଗରିବ ଖଟିଖିଆଙ୍କୁ ସହାୟତାର ହାତ ବଢାଇଲେ ଶିକ୍ଷକ

author img

By

Published : Apr 14, 2020, 6:21 PM IST

ପେସାରେ ଜଣେ ଶିକ୍ଷକ କିନ୍ତୁ ନିଶା ହେଉଛି ତାଙ୍କର ସମାଜସେବା । ନବରଙ୍ଗପୁର ଜିଲ୍ଲା ସେମଳା ଗ୍ରାମ ନିବାସୀ ଫ୍ରାନ୍ସିସ ନାଗ ମାନବ ସେବା ହିଁ ମାଧବ ସେବା ବୋଲି ଭାବି ତାଙ୍କ ଦରମା ଓ ଏରୀୟର ପଇସାରୁ ଟଙ୍କା ଉଠାଇ ଗରିବ ଖଟିଖିଆଙ୍କ ପାଇଁ ଯୋଗାଇ ଦେଉଛନ୍ତି ନିତିଦିନିଆ ରୋଷେଇ ସାମଗ୍ରୀ । ଅଧିକ ପଢନ୍ତୁ...

lockdown-teacher-helped-the-poor-people-with-a-salary-in-nabarangpur
ନବରଙ୍ଗପୁରରେ ଦରମା ଟଙ୍କାରେ ଗରିବ ଖଟିଖିଆଙ୍କୁ ସହାୟତା କଲେ ଶିକ୍ଷକ

ନବରଙ୍ଗପୁର: ସାରା ଦେଶରେ ଲକଡାଉନ ହେବା ଦ୍ବାରା ନବରଙ୍ଗପୁର ଜିଲ୍ଲାରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି l ଏହା ଫଳରେ ଲୋକଙ୍କ କାମଧନ୍ଦା ବନ୍ଦ ହୋଇ ରହିଛି l ରୋଜଗାର ହରାଇ ଲୋକେ ଅତ୍ୟାବଶ୍ୟକୀୟ ସାମଗ୍ରୀ ମଧ୍ୟ ନପାଇ ହଇରାଣ ହେଉଥିବା କେତେକାଂଶରେ ଦେଖିବାକୁ ମିଳୁଛି l ସରକାରୀ ସ୍ତରରେ ଗରିବଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଥିବା ବେଳେ, କିଛି ବ୍ୟକ୍ତିବିଶେଷ ବି ଗରିବ ଖଟିଖିଆ ଲୋକଙ୍କୁ ଘର ଚଳଣି ପାଇଁ ନିତିଦିନିଆ ସାମଗ୍ରୀ ଯୋଗାଇ ଦେଇଆସୁଛନ୍ତି l

ସମାଜସେବା କରିବା ଦିଗରେ ଆଗକୁ ଆସିଛନ୍ତି ଜଣେ ଶିକ୍ଷକ । ପେସାରେ ଜଣେ ଶିକ୍ଷକ କିନ୍ତୁ ନିଶା ହେଉଛି ତାଙ୍କର ସମାଜସେବା । ନବରଙ୍ଗପୁର ଜିଲ୍ଲା ସେମଳା ଗ୍ରାମ ନିବାସୀ ଫ୍ରାନ୍ସିସ ନାଗ ମାନବ ସେବା ହିଁ ମାଧବ ସେବା ବୋଲି ଭାବି ତାଙ୍କ ଦରମା ଓ ଏରିୟର ପଇସାରୁ ଟଙ୍କା ଉଠାଇ ଗରିବ ଖଟିଖିଆଙ୍କ ପାଇଁ ଯୋଗାଇ ଦେଉଛନ୍ତି ନିତିଦିନିଆ ରୋଷେଇ ସାମଗ୍ରୀ । ଏପରିକି ୧୧୫ ଗରିବ ପରିବାରକୁ ଚାଉଳ, ଡାଲି, ଚିନି, ଆଳୁ, ପିଆଜ, ଚପାତି, ତେଲ, ସାବୁନ, ଲୁଣ ଭଳି ଅତ୍ୟାବଶ୍ୟକୀୟ ଜରୁରୀ ସାମଗ୍ରୀ ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି ଫ୍ରାନ୍ସିସ ସାର୍ । ନିତିଦିନିଆ ଜରୁରୀ ସାମଗ୍ରୀ ଯୋଗାଇ ଦେବା ସହ ଗରିବ ଲୋକଙ୍କୁ କୋରୋନା କବଳରୁ ରକ୍ଷାପାଇବା ପାଇଁ ସଚେତନ କରୁଛନ୍ତି ।

କୋରୋନାକୁ ପ୍ରତିହତ କରିବା ପାଇଁ ଘରେ ରହିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତ୍ବ ରକ୍ଷା କରିବା, ଅତ୍ୟାବଶ୍ୟକ ପଡିଲେ ଘରୁ ବାହାରିଲେ ମାସ୍କ ପିନ୍ଧିବା ଭଳି ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟ ସମ୍ବନ୍ଧରେ ଲୋକଙ୍କୁ ବୁଝାଉଛନ୍ତି ଏବଂ ସରକାରଙ୍କ ଗାଇଡ଼ ଲାଇନକୁ ମାନି ଚାଲିବା ପାଇଁ ଅନୁରୋଧ କରିଛନ୍ତି । ନବରଙ୍ଗପୁର ଏସପି ଏହିକାର୍ଯ୍ୟ ପାଇଁ ଅନୁମତି ଦେଇଥିବାରୁ ଧନ୍ୟବାଦ୍ ଜଣାଇଛନ୍ତି । ଫ୍ରାନ୍ସିଶ୍ ସାରଙ୍କର ଏହି ମହତ କାଯ୍ୟପାଇଁ ଜିଲ୍ଲାରେ ପ୍ରଶଂସାର ପାତ୍ର ପାଲଟିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.