ETV Bharat / state

ଲକଡାଉନ ପ୍ରଭାବ: ବେଉସା ହରାଇ ସ୍କୁଲ ବାରଣ୍ଡାରେ ମଧ୍ୟପ୍ରଦେଶର ଦୁଇ ପରିବାର

author img

By

Published : Mar 28, 2020, 4:16 PM IST

ମଧ୍ୟପ୍ରଦେଶରୁ ଓଡିଶା ଆସିଥିବା ଦୁଇ ପରିବାରର ଜୀବିକା ହରାଇ ଭୋକ ଉପାସରେ ଏକ ପରିତ୍ୟକ୍ତ ସ୍କୁଲ ବାରଣ୍ଡାରେ କାଳାତିପାତ କରୁଛନ୍ତି ।

2 mp family staying in nabarangpur for luckdown
ବେଉସା ହରାଇ ସ୍କୁଲ ବାରଣ୍ଡାରେ ଦୁଇ ମଧ୍ୟପ୍ରଦେଶ ପରିବାର

ନବରଙ୍ଗପୁର: ବିଶ୍ବବ୍ୟାପୀ କୋରୋନା ଭୂତାଣୁ ଆତଙ୍କ ଖେଳାଇ ଦେଇଥିବା ବେଳେ ପ୍ରଶାସନିକ ତତ୍ପରତା, ପୋଲିସର କଡ଼ା ଆଭିମୁଖ୍ୟ ଫଳରେ ଏବେ ଗ୍ରାମାଞ୍ଚଳରୁ ସହରାଞ୍ଚଳ, ଆବାଳ ବୃଦ୍ଧ ବନିତା ସଚେତନ ହୋଇଛନ୍ତି। ସରକାରଙ୍କ ୨୧ ଦିନର ତାଲାବନ୍ଦ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରାଯାଉ ଥିବାବେଳେ ଝରିଗାଁରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଅପରପକ୍ଷେ ମଧ୍ୟପ୍ରଦେଶରୁ ଓଡିଶା ଆସିଥିବା ଦୁଇ ପରିବାରର ଜୀବିକା ହରାଇ ଭୋକ ଉପାସରେ ଏକ ପରିତ୍ୟକ୍ତ ସ୍କୁଲ ବାରଣ୍ଡାରେ କାଳାତିପାତ କରୁଛନ୍ତି ।

ସୂଚନା ଅନୁଯାୟୀ, ଗତ 15 ଦିନ ପୂର୍ବେ ଜୁନାଗଡ଼ ଠାରୁ ପପୁ ଲୋହାର ଓ ଧାରୁ ଲୋହାର ନବରଙ୍ଗପୁର ଜିଲ୍ଲା ଝରିଗାଁରେ ଆସି ଟାଙ୍ଗିଆ, ଦାଆ, କୋଦାଳ, ପନିକି, ଶାବଳ ଇତ୍ୟାଦି ବିକ୍ରି କରିବା ସହ ସପରିବାର ବସଷ୍ଟାଣ୍ଡରେ ରହି ଆସୁଥିଲେ। ହେଲେ ଗତ ଏକ ସପ୍ତାହ ହେବ ଭଲ ବ୍ୟବସାୟ ହୋଇଥିବା ବେଳେ ଦ୍ବିତୀୟ ସପ୍ତାହରେ ତାଲାବନ୍ଦ ହୋଇଯାଇଥିଲା। ଫଳରେ ପୋଲିସ ସେମାନଙ୍କୁ ରାସ୍ତାକଡ଼ରେ ତମ୍ବୁ ବାନ୍ଧି ରହୁଥିବା ସ୍ଥାନରୁ ଉଠାଇ ଦେଇଥିଲେ । ପରେ ସମସ୍ତେ ଝରିଗାଁ ହାଇସ୍କୁଲ ପଡ଼ିଆରେ ରହିଥିଲେ। ତେବେ ଲକ୍ ଡାଉନ୍ ଫଳରେ କାମଧନ୍ଦା ସଂପୂର୍ଣ୍ଣ ଠପ୍ ହୋଇପଡ଼ିଥିବା ବେଳେ ସଞ୍ଚିତ ଅର୍ଥ ମଧ୍ୟ ଶେଷ ହୋଇଯାଇଛି।

ଗତ ତିନିଦିନ ପୂର୍ବେ ଜଣେ ସହୃଦୟ ବ୍ୟକ୍ତି ସେମାନଙ୍କୁ ଅଟା ଓ ତେଲ ସାହାଯ୍ୟ କରିବାରୁ ଏଯାବତ୍ ଚଳିଯାଇଥିଲେ। ତେବେ ଆଗକୁ କଣ ଖାଇବେ ସେନେଇ ଚିନ୍ତାରେ ଏହି ଦୁଇ ପରିବାର । ତେବେ ଏହି ଦୁଇ ପରିବାର ସୁଦୂର ମଧ୍ୟପ୍ରଦେଶ ସାଗର ଜିଲ୍ଲା କାଟାଙ୍ଗା ଗ୍ରାମର ହୋଇଥିବା ବେଳେ କୌଳିକ ବୃଦ୍ଧିକୁ ଆପଣେଇ ଗୋଟିଏ ପରେ ଗୋଟିଏ ସ୍ଥାନ ଯାଇ ବେପାର କରି ରୋଜଗାର କରି ଆସୁଛନ୍ତି । ତେବେ ପ୍ରଶାସନ ଏହି 2 ଗରିବ ପରିବାରଙ୍କୁ ଆର୍ଥିକ ସହାୟତା ସହ ଖାଦ୍ୟ ସାମଗ୍ରୀ ପ୍ରଦାନ ପାଇଁ ସାଧାରଣରେ ଦାବି ହୋଇଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.