ETV Bharat / state

ରକ୍ତ ଭଣ୍ଡାରରେ ରକ୍ତ ଅଭାବ, ରୋଗୀଙ୍କୁ ଡୋନର ନେଇ ଆସିବାକୁ କହୁଛନ୍ତି ଡାକ୍ତର - ରକ୍ତ ଭଣ୍ଡାରରେ ରକ୍ତ ଅଭାବ

ନବରଙ୍ଗପୁରରେ ଡାକ୍ତର ସମସ୍ୟା ଲାଗି ରହୁଥିବା ବେଳେ ଏବେ ରକ୍ତ ଅଭାବ ଦେଖାଦେଇଛି । ରୋଗୀମାନେ ନାହିଁନଥିବା ଅସୁବିଧାର ସମ୍ମିଖୀନ ହେଉଥିବା ବେଳେ ରୋଗୀଙ୍କୁ ଡୋନର ନେଇ ଆସିବାକୁ କହୁଛନ୍ତି ଡାକ୍ତର । ଅଧିକ ପଢନ୍ତୁ

lack of blood in nabarangpur blood bank
lack of blood in nabarangpur blood bank
author img

By

Published : Apr 19, 2023, 4:37 PM IST

ରୋଗୀଙ୍କୁ ଡୋନର ନେଇ ଆସିବାକୁ କହୁଛନ୍ତି ଡାକ୍ତର

ନବରଙ୍ଗପୁର: ରକ୍ତ ହିଁ ଜୀବନ । ଗୋଟିଏ ବିନ୍ଦୁ ରକ୍ତ ଅନ୍ୟର ମୂଲ୍ୟବାନ ଜୀବନକୁ ବଞ୍ଚାଇ ଦେଇଥାଏ, ତେଣୁ ରକ୍ତ ଦାନ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ସଚେତନତା କାର୍ଯ୍ୟକ୍ରମ କରିବା ସହ ରକ୍ତ ଦାନକୁ ମହତ ଦାନର ଆଖ୍ୟା ମଧ୍ୟ ଦିଆ ଯାଇଛି । ହେଲେ ଉପାନ୍ତ ଅଞ୍ଚଳରେ ରୋଗୀଙ୍କ ପାଇଁ ରକ୍ତ ଆବଶ୍ୟକ ଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ l ଦୀର୍ଘ 20 ଦିନ ହେଲା ଖାଲି ପଡିଛି ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାର l

ନବରଙ୍ଗପୁର ହେଉଛି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଜିଲ୍ଲା l ଜିଲ୍ଲାର ଦଶ ଗୋଟି ବ୍ଲକର ଅଧିବାସୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି l ହେଲେ ମୁଖ୍ୟ ଡାକ୍ତରଖାନାର ବ୍ୟବସ୍ଥା ନକହିବା ଭଲ l ଡାକ୍ତର ଅଭାବ ଆଜି ଯାଏଁ ପୂରଣ ହୋଇ ପାରୁନଥିବା ବେଳେ ସର୍ବଦା ରକ୍ତ ସମସ୍ୟା ଲାଗି ରହୁଛି । ଜିଲ୍ଲାର କୋଣ ଅନୁକୋଣରୁ ରୋଗୀ ଏଠାକୁ ଆସି ରକ୍ତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି l ମୁଖ୍ୟ ଡାକ୍ତରଖାନାରେ ରକ୍ତ ଭଣ୍ଡାର ଅଛି ସତ ହେଲେ ବିଗତ 20 ଦିନ ହେଲା ଖାଲି ପଡିଛି l ଅତି ଆବଶ୍ୟକ ସ୍ଥଳେ ରୋଗୀଙ୍କୁ ଡୋନର ଆଣିବା ପାଇଁ କୁହାଯାଉଥିବା ବେଳେ ଉପାନ୍ତ ବ୍ଲକରୁ ଆସିଥିବା ରୋଗୀ କେଉଁଠୁ ଡୋନର ଯୋଗାଡ କରିବୁ ବୋଲି ଅଭିଯୋଗ କରିଛନ୍ତି ।

ବାରମ୍ବାର ରେଡ୍‌କ୍ରସ ତରଫରୁ ରକ୍ତ ଦାନ ପାଇଁ କ୍ୟାମ୍ପ କରା ଯାଉଛି l ହେଲେ ପ୍ରକୃତରେ ରକ୍ତ ଅଭାବ କେଉଁ ଜାଗାରେ ରହୁଛି ଏବଂ ଜିଲ୍ଲାରେ ପ୍ରତିଦିନ କେତେ ରକ୍ତ ଆବଶ୍ୟକ ପଡୁଛି ତାହାର ହିସାବ ମଧ୍ୟ କାହା ପାଖରେ ନାହିଁ l ଜିଲ୍ଲାର ମେରୁଦଣ୍ଡ କୁହା ଯାଉଥିବା ଉମରକୋଟ ସହରରେ ରକ୍ତ ଭଣ୍ଡାର କରିବା ପାଇଁ ଦୀର୍ଘ ଦିନରୁ ଦାବି ହେଉଥିଲେ ମଧ୍ୟ ଆଜି ଯାଏଁ ତାହା ପୂରଣ ହୋଇ ପାରିଲା ନାହିଁ l ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି, "ଖୁବଶୀଘ୍ର ଉମରକୋଟରେ ରକ୍ତ ଭଣ୍ଡାର ସହ ରକ୍ତଦାନ କ୍ୟାମ୍ପ ଖୋଲିବା ପାଇଁ ସ୍ଥାନୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହ ଯୋଗାଯୋଗ କରିଛୁ l"

ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟର ଅବସ୍ଥା ଯଦି ଏମିତି ଶୋଚନୀୟ ଯେଉଁଠାରେ ରକ୍ତ ଟିକିଏ ପାଇଁ କଳାହାଣ୍ଡି ଜିଲ୍ଲାରୁ ଡୋନରଙ୍କୁ ଆସିବାକୁ ପଡୁଛି ତାହେଲେ ବ୍ଲକ ସ୍ତରର କଥା ନକହିବା ଭଲ l ତେଣୁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବା ପାଇଁ ସାଧାରଣରେ ଦାବି ହେଉଛି l

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.