ETV Bharat / state

ଚାଷ ଜମିରୁ ମିଳିଲା ଶ୍ରମିକଙ୍କ ମୃତଦେହ, ହତ୍ୟା ସନ୍ଦେହ - ହତ୍ୟା ସନ୍ଦେହ

ବେତନଟୀ ଥାନା ଅନ୍ତର୍ଗତ କୈଳାସଚନ୍ଦ୍ର ପୁରରେ ଚାଷ ଜମିରୁ ରକ୍ତାକ୍ତ ଅବସ୍ଥାରେ ଶ୍ରମିକଙ୍କ ମୃତଦେହ ଉଦ୍ଧାର । ଘଟଣାସ୍ଥଳରେ ବେତନଟୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

labour murder in agriculture field  mayurbhanj district
ଫଟୋ ସୌଜନ୍ୟ : ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Nov 28, 2019, 3:15 AM IST

ବାରିପଦା: ଚାଷ ଜମିରୁ ରକ୍ତାକ୍ତ ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଞ୍ଚଳରେ ଶ୍ରମିକଙ୍କୁ ହତ୍ୟା ସନ୍ଦେହ ।

ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ କୈଳାସଚନ୍ଦ୍ରପୁରରେ ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ । ଉଦ୍ୟାନ ବିଭାଗ ଦ୍ବାରା ଲେମନ ଗ୍ରାସ ଚାଷ କରିବା ପାଇଁ କେତେକ ହିତାଧିକାରୀଙ୍କ ଜମିରେ ଶ୍ରମିକ ନିଯୁକ୍ତ କରାଯାଇଥିଲା। ଗାଁସାଥିଙ୍କ ଦ୍ବାରା ନିୟୋଜିତ ଶ୍ରମିକ ମଧ୍ୟରୁ ମନୋରଞ୍ଜନ ମହାନ୍ତଙ୍କ ରକ୍ତାକ୍ତ ମୃତଦେହ ଚାଷ ଜମିରେ ପଡିଥିବା ଦେଖିବାକୁ ମିଳିଥିଲା। କୈଳାସଚନ୍ଦ୍ରପୁ୍ରର ମନୋରଞ୍ଜନକୁ କେହି ମୁଣ୍ତରେ ଭୀଷଣ ଆଘାତ ଦେଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ମୟୂରଭଞ୍ଜ

ଘଟଣାସ୍ଥଳରେ ବେତନଟୀ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି । ତେବେ ମୋଟ ୨୭ ଜଣ ଶ୍ରମିକ କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଚାଷ ଜମିରୁ କିଛି ଦୂରରେ ଜଣେ ଶ୍ରମିକର ରକ୍ତାକ୍ତ ମୃତ ଦେହ ମିଳିବା ଅତ୍ୟନ୍ତ ରହସ୍ୟମୟ ରହିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା କୈଳାସଚନ୍ଦ୍ରପୁର ରେ ଶ୍ରମିକ ଙ୍କୁ ହତ୍ୟା ସନ୍ଦେହ। ଉଦ୍ୟାନ ବିଭାଗ ଦ୍ବାରା କୌଳାଶ ଚନ୍ଦ୍ରପୁ୍ର ରେ ନିମନ ଗ୍ରାସ ଚାଷ କରିବା ପାଇଁ କେତେକ ହିତାଧିକାରୀଙ୍କ ଜମିରେ ଶ୍ରମିକ ନିଯୁକ୍ତ ହୋଇ କାମ କରୁଥିଲେ। ଉଦ୍ୟାନ ବିଭାଗର ଗାଁସାଥି ଙ୍କ ଦ୍ବାରା ନିୟୋଜିତ ଶ୍ରମିକ ମଧ୍ୟରୁ କୌଳାସଚନ୍ଦ୍ରପୁର ଗାଁର ମନୋରଂଜନ ମହାନ୍ତଙ୍କ ରକ୍ତାକ୍ତ ମୃତ ଦେହ ଜମିରେ ପଡିଥିବା ଦେଖିବାକୁ ମିଳିଥିଲା। ତେବେ ଆଜି ୨୭ ଜଣ ଶ୍ରମିକ କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଚାଷ ଜମିରୁ କିଛି ଦୂରରେ ଜଣେ ଶ୍ରମିକର ରକ୍ତାକ୍ତ ମୃତ ଦେହ ମିଳିବା ଅତ୍ୟନ୍ତ ରହସ୍ୟାବୃତ । ମନୋରଂଜନକୁ କେହି ମୁଣ୍ତରେ ଭିଷଣ ଆଘାତ ଦେଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବେତନଟୀ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.