ନବରଙ୍ଗପୁର: କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ନାବଳିକା ଗଣ ଧର୍ଷଣ ଓ ହତ୍ୟା ଅଭିଯୋଗ ଘଟଣାରେ କୋଷାଗୁମୁଡ଼ା ଖ୍ରୀଷ୍ଟିଆନ ସମାଜର ସାମ୍ବାଦିକ ସମ୍ମିଳନୀ । ସାମ୍ବାଦିକ ସମ୍ମିଳନୀରେ ଖ୍ରୀଷ୍ଟିଆନ ସମାଜର କର୍ମକର୍ତ୍ତା ମାନେ ଚେତାବନୀ ଦେଇଛନ୍ତି ଯେ ଆସନ୍ତା ଜାନୁଆରୀ ୪ ତାରିଖ ସୁଦ୍ଧା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ନକଲେ କୋଷାଗୁମୁଡ଼ା ବ୍ଲକକୁ ସମ୍ପୂର୍ଣ୍ଣ ଅଚଳ କରିଦିଆଯିବ ।
ଦୀର୍ଘ ୧୮ ଦିନ ବିତି ଯାଇଥିଲେ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରିବାରେ ସରକାର ବିଫଳ । ଅପରପକ୍ଷରେ ନାବାଳିକଙ୍କ ପୋଷ୍ଟ ମୋର୍ଟାମ ରିପୋର୍ଟ ଦେଇନଥିବା ବେଳେ ପୋଲିସ କେବଳ ପରିବାର ଲୋକଙ୍କ ନିକଟରେ ପଢି ଶୁଣାଇଥିବା ପୋଷ୍ଟ ମୋର୍ଟମ ରିପୋର୍ଟକୁ ନେଇ ଅସନ୍ତୋଷ କରିଛନ୍ତି ପରିବାର ଲୋକେ । ରିପୋର୍ଟରେ ନାବାଳିକା ସହ ଧର୍ଷଣ ହୋଇନଥିବା ତଥ୍ୟକୁ ନେଇ ପରିବାରର ଅସ୍ବୀକାର କରିଛନ୍ତି । ସରକାର ଏହି ନାବାଳିକାଙ୍କ ସହ ଗଣ ଧର୍ଷଣକୁ ଚାପିଦେଇ ଏହାଏକ ସାଧାରଣ ହତ୍ୟା ଘଟଣା ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।
ପ୍ରେସମିଟରେ ଉପସ୍ଥିତ ଥିବା ମୃତ ନାବାଳିକାର ପିଉସୀଙ୍କ କହିବା ଅନୁସାରେ ଯେତେବେଳେ ନାବାଳିକାଙ୍କ ମୃତ ଦେହ ଉଦ୍ଧାର ସମୟରେ ସେ ନିଜେ ଉପସ୍ଥିତ ରହିଥିଲେ । ନାବାଳିକା ସହ ଦୁଷ୍କର୍ମ ହୋଇଥିବା ତାହାର ମୃତ ଶରୀରରୁ ଜଣାପଡ଼ୁଥିବା କହିଛନ୍ତି ପିଉସୀ । କିନ୍ତୁ ପୋଲିସ ଓ ସରକାର ଏହାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ପରିବାର ଲୋକ କହିଛନ୍ତି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ