ETV Bharat / state

ନବରଙ୍ଗପୁରରେ ପାଳିତ ହେଲା କ୍ରାନ୍ତି ଦିବସ

କ୍ରାନ୍ତି ଦିବସ ଅବସରରେ ପୁରୁଣା କାରାଗାରକୁ ଏକ ଜାତୀୟ ସ୍ମାରକୀ ପୀଠ ଭାବେ ଘୋଷଣା କରିବାକୁ ଦାବି । ଅଧିକ ପଢନ୍ତୁ...

author img

By

Published : Aug 9, 2020, 1:27 PM IST

ନବରଙ୍ଗପୁରରେ ପାଳିତ ହେଲା କ୍ରାନ୍ତି ଦିବସ

ନବରଙ୍ଗପୁର: ଆଜି ଜାତୀୟ କ୍ରାନ୍ତି ଦିବସ ବା ବିପ୍ଲବ ଦିବସ । ଏହି ଅବସରରେ ଜିଲ୍ଲା ଆଦିବାସୀ ସହିଦ ସ୍ମୃତି କମିଟି ଆନୁକୂଲ୍ୟରେ ପୁରୁଣା କାରାଗାର ପ୍ରାଙ୍ଗଣରେ କ୍ରାନ୍ତି ଦିବସ ବା ବିପ୍ଲବ ଦିବସ ପାଳିତ ହେଇଯାଇଛି।

ନବରଙ୍ଗପୁରରେ ପାଳିତ ହେଲା କ୍ରାନ୍ତି ଦିବସ

ନବରଙ୍ଗପୁର ସହିଦ ସ୍ମୃତି କମିଟିର ସଭାପତି ମୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲାପାଳ ଡା. ଅଜିତ କୁମାର ମିଶ୍ର, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ବିଜେପି ନବରଙ୍ଗପୁର ସଭାପତି ଜଗଦୀଶ ବିଷୋୟୀ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫୋଟରେ ପୁଷ୍ପ ମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ।

ଏହି ଅବସରରେ ନବରଙ୍ଗପୁର ସହିଦ କମିଟିର ସଭାପତି ମୁନା ତ୍ରିପାଠୀ ପୁରୁଣା କାରାଗାରକୁ ଏକ ଜାତୀୟ ସ୍ମାରକୀ ପୀଠ ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି । ଏଥିରେ ଜିଲ୍ଲାପାଳ ଓ ବିଧାୟକ ମାନେ ପୂର୍ଣ୍ଣ ସହଯୋଗ କରିବାକୁ ସହମତି ପ୍ରକାଶ କରିଛନ୍ତି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.