ETV Bharat / state

ଉଦଯାପିତ ହେଲା ଖୁଣ୍ଟିଆ ଐତିହାସିକ ବାଲିଯାତ୍ରା

ଖୁଣ୍ଟିଆ ଓ କଂସାରୀ ଗୁଡାର ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଐତିହାସିକ ବାଲିଯାତ୍ରା ଉଦଯାପିତ ହୋଇଯାଇଛି । ଅଧିକ ପଢନ୍ତୁ

khuntia  historical baliyatra
khuntia historical baliyatra
author img

By

Published : Apr 16, 2023, 10:12 PM IST

ଐତିହାସିକ ବାଲିଯାତ୍ରା

ନବରଙ୍ଗପୁର: ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ସଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟିଆ ଗ୍ରାମରେ ଉଦଯାପିତ ହୋଇଯାଇଛି ଐତିହାସିକ ବାଲିଯାତ୍ରା । ଖୁଣ୍ଟିଆ ଓ କଂସାରୀ ଗୁଡାର ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଥାଏ ଏହି ପାରମ୍ପରିକ ବାଲିଯାତ୍ରା । 12ବର୍ଷକୁ ଥରେ ଏହି ଗ୍ରାମରେ ପାଳନ କରା ଯାଇଥାଏ ଏହି ପର୍ବ । ଫସଲ, ଜନସାଧାରଣ ତଥା ଗୃହପାଳିତ ପଶୁ ପକ୍ଷୀଙ୍କ ସୁସ୍ଥ ଜୀବନ ଓ ନିଜ ଜୀବିକା ପାଇଁ ଏହି ଯାତ୍ରା ପାଳନ କରାଯାଉଛି । ଏହି ବାଲିଯାତ୍ରାକୁ ନେଇ ଲୋକଙ୍କ ମଧ୍ୟରେ ଗଭୀର ଆସ୍ଥା ରହିଛି । ଦୀର୍ଘ 17 ଦିନ ଧରି ଚାଲିଥିବା ଏହି ବାଲିଯାତ୍ରାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ଏହାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ପୁରୀକୁ ଆସୁଥିବା ଭକ୍ତଙ୍କୁ ମିଳିବ ବଡ ଆଶ୍ୱସ୍ତି, ତିଆରି ଚାଲିଛି ବିଶାଳ ପାର୍କିଂ ଜୋନ

ଦୀର୍ଘ ତିନି ମାସ ଧରି ଏହା ବାଲିଯାତ୍ରା ଆରମ୍ଭ ହୋଇ ଆଜି ମହା ସମାରୋହରେ ସମାପ୍ତ ହୋଇଯାଇଛି । ଗତ ମାର୍ଚ୍ଚ ମାସ 31 ତାରିଖରେ ନୂତନ ଚାଙ୍ଗୁଡ଼ିରେ ବାଲି ସଂଗ୍ରହ କରି ବିହନ ବୁଣି ନଅ ଦିନ ଗୁରୁମାଇନି ଦ୍ଵାରା ପ୍ରତିଦିନ ପୂଜା ପାଠ କରାଯାଉଥିଲା । ବିହନ ଗଜାକୁ ନିତି ହଳଦି ପାଣି ସିଞ୍ଚନ କରାଯାଉଥିଲା । ମୁଖ୍ୟ ପୂଜକ ଭାବେ ମାଧବ ପୂଜାରୀ କାର୍ଯ୍ୟ ସମ୍ପାଦନ କରିଥିଲେ । ମନୋରଞ୍ଜନ ପାଇଁ ରାତ୍ରିରେ ତିନୋଟି ନାଟକ ମଞ୍ଚସ୍ଥ ହୋଇଥିଲା ।

ତେବେ ଆଜି(ରବିବାର) ଶୋଭାଯାତ୍ରାରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ପୁର୍ବତନ ସାଂସଦ ତଥା ଆଦିବାସୀ ବିକାଶ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ, ବ୍ଲକ୍ ଅଧ୍ୟକ୍ଷା ରଶ୍ମିତା ମାଝୀ, ଉପାଧ୍ୟକ୍ଷ ସଦନ ଗୌଡ଼, ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟଦାନ ସୁନା ଓ ଅରୁଣ କୁମାର ମିଶ୍ର, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ ପ୍ରମୁଖଙ୍କ ସହ ଅନେକ ଲୋକ ପ୍ରତିନିଧି ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ-ପବିତ୍ର ରମଜାନ ମାସ: ନିଷ୍ଠାର ସହ ରୋଜା ରଖୁଛନ୍ତି ଇସଲାମ ଧର୍ମାବଲମ୍ବୀ, ସନ୍ଧ୍ୟାରେ ଜମୁଛି ଇଫତାର ପାର୍ଟି

ଅନ୍ୟପଟେ ସ୍ଥାନୀୟ ପରିଚାଳନା କମିଟି ସଭାପତି ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ସନ୍ୟାସୀ ସୌରା ତଥା ଅନ୍ୟ ସଦସ୍ୟ ଭାବେ ପଦଲାମ ନାୟକ, ଲକ୍ଷ୍ମଣ ନାୟକ, ଲାବାନ୍ୟ ସୌରା, ଗଣେଶ ପାଇକ, ପତି ହରିଜନ, ଗଙ୍ଗାଧର ଅମନାତ୍ୟ, ରାଜୁ ସୌରା ଓ ବୁଟୁ ପାଇକ ପ୍ରମୁଖ ବାଲି ଯାତ୍ରାକୁ ସୂଚାରୁ ରୂପେ ପରିଚାଳନା କରିଥିଲେ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.