ନବରଙ୍ଗପୁର: ଜିଲ୍ଲାରେ ଥିବା ଏସିଆନ କରାଟେ ଆଣ୍ଡ କିକ ବକ୍ସିଂ ସ୍କୁଲକୁ ବଡ଼ ସଫଳତା । କେରଳରେ ଅନୁଷ୍ଠିତ ହୋଇଥିବା 30 ତମ ଜାତୀୟ କରାଟେ ପ୍ରତିଯୋଗିତାରେ ନବରଙ୍ଗପୁରର 13 ଜଣ ପ୍ରତିଯୋଗୀ ବିଭିନ୍ନ ବର୍ଗରୁ 28 ଟି ମେଡାଲ ଜିତିଛନ୍ତି । ସେଥିପାଇଁ ସୋମବାର ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି l
ଆଜି ପ୍ରତିଯୋଗୀମାନେ ସ୍ଥାନୀୟ ରାମ ମନ୍ଦିର ନିକଟରେ ରୁଣ୍ଢ ହୋଇ ଏକ ରାଲି ମାଧ୍ୟମରେ ସହର ପରିକ୍ରମା କରି ମାଝୀଗୁଡ଼ା ସ୍ଥିତ ରୋକିସାନ ହୋଟେଲ ନିକଟରେ ପହଞ୍ଚିଥିଲେ । ସେଠାରେ ସେମାନଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସାଂସଦ ରମେଶ ମାଝୀ, ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନ, ଡ଼ାବୁଗାଁ ବିଧାୟକ ମୋନହର ରନ୍ଧାରୀ, ନବରଙ୍ଗପୁର ଜିଲ୍ଲା ଆଇନଜିବୀର ସଭାପତି ନରସିଂହ ତ୍ରିପାଠୀ ।
ସୂଚନାନୁଯାୟୀ, କେରଳର କୋନୁରଠାରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ବର୍ଗର କରାଟେ ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲାର ଏସିଆନ କରାଟେ ସ୍କୁଲର 13 ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସେମାନେ ବିଭିନ୍ନ ବର୍ଗରୁ 13 ଟି ସୁନା, 3 ଟି ରୂପା ଓ 12 ଟି ବ୍ରୋଞ୍ଜ ପଦକ ଜିତିଥିଲେ ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ