ETV Bharat / state

ନବରଙ୍ଗପୁର ଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ଘଟଣା, ୨ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଜାମିନ - Nabarangpur News

ଦୀର୍ଘ ତିନି ବର୍ଷ ତଳର ବହୁ ଚର୍ଚ୍ଚିତ ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ...

ନାବାଳିକାଙ୍କୁ ଗଣ ବଳାତ୍କାର ଓ ହତ୍ୟା ମାମଲା, ୨ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଜାମିନ

author img

By

Published : Jul 24, 2021, 7:39 AM IST

ନବରଙ୍ଗପୁର: ଜିଲ୍ଲାର ବହୁଚର୍ଚ୍ଚିତ ନବରଙ୍ଗପୁର ଜିଲାର କୋଷାଗୁମୁଡାଥାନା ଅନ୍ତର୍ଗତ ବି.ଗୁମଣ୍ଡଳିରେ ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାରେ ଗିରଫ ହୋଇଥିବା ତିନିଜଣଙ୍କର ମଧ୍ୟରୁ ଜଣେ ନାବାଳକ, ଜଣେ ଯୁବକଙ୍କ ସମେତ ଜଣେ ନାବାଳିକା ରହିଛନ୍ତି । ତେବେ ଦୁଇଜଣ ଅଭିଯୁକ୍ତଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଜାମିନ ପାଇଥିବା ଅଭିଯୁକ୍ତ ହେଲେ ବି. ଗୁମଣ୍ଡଳି ଗ୍ରାମର ଜଣେ ନାବାଳିକା (୧୬ ବର୍ଷ) ଓ ଜଣେ ନାବାଳକ (୧୭ ବର୍ଷ)।

ନାବାଳିକାଙ୍କୁ ଗଣ ବଳାତ୍କାର ଓ ହତ୍ୟା ମାମଲା, ୨ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଜାମିନ

ଗିରଫ ନାବାଳିକା ଏହି ଘଟଣାରେ ସହଯୋଗ କରିଥିବା ଅଭିଯୋଗ ହୋଇଥିଲା । ଏହି ଦୁଇଜଣ ଗିରଫ ହେବାପରେ ବ୍ରହ୍ମପୁର ସୁଧାରଗୃହରେ ବନ୍ଦୀ ରହିଥିଲେ । ଅନ୍ୟତମ ଅଭିଯୁକ୍ତ କୋରାପୁଟ ଜିଲା ଅନ୍ତର୍ଗତ କୋଟପାଡର ଖାଡି ଭତରା (୨୧)ଗିରଫ ହୋଇ ନବରଙ୍ଗପୁର ସବଜେଲରେ ବନ୍ଦୀ ରହିଛି । ତେବେ ଖାଡିକୁ ହାଇକୋର୍ଟରୁ ଜାମିନ ମିଳିନି ସୂଚନାନୁଯାୟୀ ୨୦୧୯ ମସିହା ଡିସେମ୍ବର ମାସରେ ବି.ଗୁମଣ୍ଡଳି ଗ୍ରାମର ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

ଆଉ ଏହାକୁ ନେଇ ବିରୋଧୀ ଦଳ ଜିଲ୍ଲାରେ ବନ୍ଦ ଡାକରା ଦେବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ରାଜ୍ୟ ପ୍ରତିନିଧିଦଳ ଗାଁକୁ ଯାଇଥିଲେ । ରାଜ୍ୟ ବିଜେଡି ସରକାରକୁ ତୀବ୍ର ସମାଲୋଚନା କରିଥିଲେ । ଫଳରେ ରାଜ୍ୟ ରାଜନୀତି ସରଗରମ ହୋଇଥିଲା । ତେବେ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ମୃତ୍ୟୁଞ୍ଜୟ ମହାରଣା ମାମଲା ପରିଚାଳନା କରୁଥିବା ବେଳେ ସେ ଏହି ଜାମିନ ସଂପର୍କୀତ ସମସ୍ତ ସୂଚନା ପ୍ରଦାନ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.