ETV Bharat / state

ତହସିଲଦାର ଓ ସହକାରୀ କୃଷି ଅଧିକାରୀଙ୍କ ମିଳିତ ଚଢାଉ, ସାର ଗୋଦାମ ସିଲ - assistant agriculture officer

ବେଆଇନ ଭାବେ ସାରକୁ ମହଜୁଦ ରଖିବା ନେଇ ଗୋଦାମ ଉପରେ ଚଢାଉ କରି 150 ବସ୍ତା ପଟାସ ସାର ଜବତ କଲେ ତଦସିଲଦାର । ଅଧିକ ପଢନ୍ତୁ...

ତହସିଲଦାର ଓ ସହକାରୀ କୃଷି ଅଧିକାରୀଙ୍କ ମିଳିତ ଚଢାଉ, ସାର ଗୋଦାମ ସିଲ

author img

By

Published : Jun 28, 2021, 4:59 PM IST

ନବରଙ୍ଗପୁର: ବେଆଇନ ସାର ମହଜୁଦ୍ ରଖିବା ନିମନ୍ତେ ତହସିଲଦାର ଓ ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ନାୟକ, ଗୋଷ୍ଠୀ ବୈଷୟିକ ପରିଚାଳିକା ଦୀପ୍ତିମୟୀ ଚୌଧୁରୀ ପୁଲିସ ଟିମ୍ ସହାୟତାରେ ତେନ୍ତୁଳଖୁଣ୍ଟି ବ୍ଲକ ବିଭିନ୍ନ ଅଞ୍ଚଳର ସାର ଦୋକାନ, ସାର ଗୋଦାମ ଉପରେ ଚଢାଉ କରିଥିବା ଦେଖିବାକୁ ମିଳିଛି ।

ତହସିଲଦାର ଓ ସହକାରୀ କୃଷି ଅଧିକାରୀଙ୍କ ମିଳିତ ଚଢାଉ, ସାର ଗୋଦାମ ସିଲ

ସୁଚନାନୁଯାୟୀ ତେନ୍ତୁଳଖୁଣ୍ଟି ପଞ୍ଚାୟତ ଓ ଦିଗି ପଞ୍ଚାୟତର ବିଭିନ୍ନ ସାର ଦୋକାନରେ ଚଢାଉ କରିଥିଲେ । ସେଥିମଧ୍ୟରୁ ଦିଗି ପଞ୍ଚାୟତ ଅନ୍ତର୍ଗତ ଚରାମୂଳରେ ରୋତାଶ ସେକ୍ ୱାଲ ନାମକ ବ୍ୟବସାୟୀଙ୍କ ଗୋଦାମ ଗୃହରୁ ବେଆଇନ ସାର ପ୍ରାୟ 150 ବସ୍ତା ପଟାସକୁ ଚଢାଉ କରିଛନ୍ତି । କାଳବିଳମ୍ବ ନ କରି ମହଜୁଦ ଥିବା ସାର ଗୋଦାମକୁ ତହସିଲଦାର ସିଲ୍ କରିଥିବା ଦେଖିବାକୁ ମିଳିଛି ।

ସେହିପରି ତେନ୍ତୁଳିଖୁଣ୍ଟି, କୁର୍ମାକୋଟ, ଦିଗିର ବହୁ ବ୍ୟବସାୟୀଙ୍କ ଦୋକାନ ଓ ଗୋଦାମ ଉପରେ ଚଢାଉ କରିଛନ୍ତି । ଏଣୁ ଚାଷୀ କିପରି ଉଚିତ୍ ଦରରେ ସାର ପାଇପାରିବେ ଏଥିପ୍ରତି ଉଭୟ ବିଭାଗ ଦୃଷ୍ଟି ଦେଇ ଉଚିତ୍ ମୂଲ୍ୟରେ ବିକ୍ରି କରିବାକୁ ସାର ବ୍ୟବସାୟୀଙ୍କୁ ପରାମର୍ଶ ଦେଇଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.