ETV Bharat / state

ସେବା ସମର୍ପଣ ଭାବର ଉଦାହରଣ ପାଲଟିଲେ ସ୍ବାସ୍ଥ୍ୟକର୍ମୀ, 9KM ଚାଲି ଚାଲି କଲେ ଚିକିତ୍ସା - ଝରିଗାଁ ସ୍ବାସ୍ଥ୍ୟକର୍ମୀ

ନବରଙ୍ଗପୁର ଝରିଗାଁର ସ୍ବାସ୍ଥ୍ୟକର୍ମୀଙ୍କ ସେବା ଓ ସମର୍ପଣ ଭାବ । ଦୀର୍ଘ 9କିମି ବଣ ଜଙ୍ଗଲ ଘେରା ରାସ୍ତାରେ ଚାଲି ଚାଲି ଯୋଗାଇଲେ ଚିକିତ୍ସା । ଅଧିକ ପଢନ୍ତୁ

Jharigaon Health workers
Jharigaon Health workers
author img

By

Published : Jul 30, 2023, 7:21 PM IST

ନବରଙ୍ଗପୁର: କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ଆମ ଦୈନନ୍ଦିନ ଜୀବନରେ ମାନବ ସେବା କରୁଥିବା ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କୁ ଭଗବାନ ଭାବେ ଗ୍ରହଣ କରାଯାଏ । ଏପରି ସେବା ଓ ସମର୍ପଣ ଭାବ ଦେଖାଇ ରୋଗୀ ଚିକିତ୍ସା କରିଥିବା ଜିଲ୍ଲାର ଝରିଗାଁ ମେଡିକାଲ ଟିମକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ଟିମ ଦୀର୍ଘ 9କିମି ଚାଲି ଚାଲି ଗାଁରେ ପହଞ୍ଚି ରୋଗୀଙ୍କ ଚିକିତ୍ସା କରିବା ସହ ଔଷଧ ଯୋଗାଇଛନ୍ତି ।

Jharigaon medical team
9KM ଚାଲି ଚାଲି କଲେ ଚିକିତ୍ସା

ଝରିଗାଁ ବ୍ଳକରେ ବର୍ଷା ହେବା ପରେ ମ୍ୟାଲେରିଆ ବଢିବାର ଆଶଙ୍କା କରାଯାଇ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଉପାନ୍ତ ଗ୍ରାମଗୁଡିକରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଅଭିଯାନ ଆରମ୍ଭ ହୋଇଛି । ଝରିଗାଁ ଗୋଷ୍ଠୀ ଚିକିତ୍ସା ଅଧିକାରୀ ପ୍ରକାଶ ଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଯେଉଁ ଉପାନ୍ତ ଗ୍ରାମଗୁଡିକରେ ମ୍ୟାଲେରିଆ ବାହାରିଛି ସେହି ଗ୍ରାମଗୁଡିକରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟସେବା, ଔଷଧ ଯୋଗାଇ ଦିଆଯାଉଛି । ଏହାସହ ଲୋକମାନଙ୍କୁ ସଚେତନତା କରିବା ପାଇଁ ନିଷ୍ପତ୍ତି ମଧ୍ୟ ନିଆଯାଇଛି ।

Jharigaon medical team
ସେବା ସମର୍ପଣ ଭାବର ଉଦାହରଣ ପାଲଟିଲେ ଝରିଗାଁ ସ୍ବାସ୍ଥ୍ୟକର୍ମୀ

ଏହା ବି ପଢନ୍ତୁ- ଡାକ୍ତର ହେବ ତ ଏମିତି, ରୋଗୀ ଜୀବନ ବଞ୍ଚାଇବାକୁ କାର ଛାଡି ୩ କିଲୋମିଟର ଦୌଡିଲେ ଡାକ୍ତର

ତେବେ ଏଥିଲାଗି ଗତକାଲି ଝରିଗାଁ ବ୍ଲକ ଉପାନ୍ତ ଚକଲାପଦର ପଞ୍ଚାୟତର ଦୁର୍ଗମ ଗ୍ରାମ ସର୍ଗିପାଣି, ମରାଘାଟ ଏବଂ ନନ୍ଧନଚୁଆ ଗ୍ରାମରେ ଏକ ଡାକ୍ତର ଟିମ୍‌ ପହଞ୍ଚି ସ୍ବାସ୍ଥ୍ୟସେବା ଯୋଗାଇଛନ୍ତି । ତେବେ ଦୁର୍ଗମ ଚକଲାପଦର ପଞ୍ଚାୟତର କେତେକ ଗାଁର କିଛି ଲୋକ ମ୍ୟାଲେରିଆ ଆକ୍ରାନ୍ତ ହୋଇଥିବା ଖବର ଜାଣିବା ପରେ ଡାକ୍ତର ସନ୍ତୋଷ ପ୍ରଧାନଙ୍କ ସହ CHO ବିଶ୍ବଜିତ ମହାନ୍ତି, ଦୀପ୍ତି ରଞ୍ଜନ ସେଠୀ ଏବଂ ମହିଳା ସ୍ବାସ୍ଥ୍ୟକର୍ମୀ ଜାନକୀ ଟାକିରୀ ପ୍ରମୁଖ ମୋବାଇଲ ହେଲ୍‌ଥ ୟୁନିଟ୍‌ (MHU) ଗାଡ଼ି ନେଇ ଯାଇଥିଲେ । କିନ୍ତୁ MHU ଗାଡ଼ିଟି ଫୁଲଝରୀ ଗ୍ରାମ ପର୍ଯ୍ୟନ୍ତ ଯିବା ପରେ ରାସ୍ତା ନଥିବା ଯୋଗୁଁ ଆଗକୁ ଆଉ ଯାଇପାରିନଥିଲା ।

ଫଳରେ ସ୍ବାସ୍ଥ୍ୟ କର୍ମଚାରୀମାନେ ଔଷଧ ବ୍ୟାଗକୁ ବୋହି ପାହାଡ଼ ପର୍ବତ ଘେରା ପଥର ରାସ୍ତାରେ ୩ କିଲୋମିଟର ଦୂର ଚାଲି ଚାଲି ପ୍ରଥମେ ସର୍ଗିପାଣି ଗ୍ରାମ ଯାଇଥିଲେ । ସେଠାରୁ ପୁଣି ୩କିଲୋମିଟର ଦୂର ଚାଲି ଚାଲି ମରାଘାଟ ଗ୍ରାମ ଯାଇଥିଲେ । ଏହାପରେ ପୁଣି ୩ କିଲୋମିଟର ଦୂରରେ ଥିବା ନନ୍ଦନଚୁଆ ଗ୍ରାମ ପହଞ୍ଚିଥିଲେ । ଏହି 3ଟି ଗ୍ରାମରେ ପ୍ରଥମେ ଜ୍ଵର ଲକ୍ଷଣ ଥିବା ଲୋକମାନଙ୍କ ସାମୂହିକ ରକ୍ତ ପରୀକ୍ଷା କରିଥିଲେ । ଏହି 3ଟି ଗ୍ରାମରେ ୧୨୯ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରି ଔଷଧ ପ୍ରଦାନ କରିବା ସହ କିଭଳି ସେମାନେ ଔଷଧ ସେବନ କରିବେ ସେନେଇ ବୁଝାଇଥିଲେ । ପରେ ସ୍ଥାନୀୟ ଲୋକମାନଙ୍କୁ ମ୍ୟାଲେରିଆ ରୋଗଠାରୁ ବର୍ତ୍ତିବା ଲାଗି ସଚେତନ କରିଥିଲେ ।

ପାହାଡ଼, ବଣ ଜଙ୍ଗଲ ଘେରା ରାସ୍ତା ଅତିକ୍ରମ କରି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ପ୍ରକାଶ ନିଜ ଟିମ୍‌ ସହିତ ଯାତ୍ରା ଆରମ୍ଭ କରିଥିଲେ । ଏହି ସମୟରେ ବନ୍ୟ ଜନ୍ତୁ ଆକ୍ରମଣ ବା ସର୍ପ ଦଂଶନର ମଧ୍ୟ ଭୟ ଥିଲା । ହେଲେ ଏହାକୁ ଏଡ଼ାଇ ପ୍ରକାଶ ନିଜ ଟିମ ସହ ଅନେକ ବାଟ ଅତିକ୍ରମ କରି ଠିକଣା ଗାଁରେ ପହଞ୍ଚିଥିଲେ । ଯାହାକୁ ନେଇ ତାଙ୍କୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଇଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.