ETV Bharat / state

ବରିଷ୍ଠ କିରାଣୀଙ୍କୁ CDPOଙ୍କ ମାଡ଼ ମାରିବା ଘଟଣା, ତଦନ୍ତ ଆରମ୍ଭ

author img

By

Published : Jul 2, 2023, 8:34 PM IST

ନବରଙ୍ଗପୁର ବରିଷ୍ଠ କିରାଣୀଙ୍କୁ CDPOଙ୍କ ମାଡ଼ ମାରିବା ଘଟଣା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ କଲେ ତଦନ୍ତକାରୀ ଅଧିକାରୀ ତଥା DSWO କମଳା କୁମାରୀ ପଟ୍ଟନାୟକ । ଅଧିକ ପଢନ୍ତୁ

Etv Bharat
Etv Bharat

ବରିଷ୍ଠ କିରାଣୀଙ୍କୁ CDPOଙ୍କ ମାଡ଼ ମାରିବା ଘଟଣା, ତଦନ୍ତ ଆରମ୍ଭ

ନବରଙ୍ଗପୁର: ଜିଲ୍ଲାର ଡାବୁଗାଁ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ (ICDS)ରେ ବରିଷ୍ଠ କିରାଣୀଙ୍କୁ CDPO ଗୀତାରାଣି ମହାରଣାଙ୍କ ମାଡ଼ ମାରିବା ଘଟଣା । ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ନିଜ ଅଧୀନରେ କାମ କରୁଥିବା ଜଣେ ବରିଷ୍ଠ ମହିଳା କିରାଣୀଙ୍କୁ ମାଡ଼ ମାରିବା ସହ ତାଙ୍କୁ ବସିଥିବା ଚୌକିରୁ ଠେଲି ଦେଇଥିଲେ ଡାବୁଗାଁ CDPO । ଫଳରେ ମହିଳା କିରାଣୀଙ୍କ ମୁଣ୍ଡ କାନ୍ଥରେ ପିଟି ହୋଇ ତାଙ୍କୁ ଆଘାତ ଲାଗିଥିବା ଜଣାପଡ଼ିଛି ।

ବାକିଥିବା ଦରମା ନେଇ ଅଭିଯୋଗ କରିବାରୁ କିରାଣୀଙ୍କୁ ଏଭଳି ଆକ୍ରୋଶର ଶିକାର ହେବାକୁ ପଡ଼ିଛି । ନିର୍ଦ୍ଦେଶ ପରେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଆଜି ନବରଙ୍ଗପୁର DSWO କମଳା କୁମାରୀ ପଟ୍ଟନାୟକ ଓ ପ୍ରୋଟେକ୍ସନ ଅଫିସର ସସ୍ମିତା ମହାନ୍ତି ଡାବୁଗାଁ CDS କାର୍ଯ୍ୟାଳୟରେ ତଦନ୍ତ କରି ଫେରିଯାଇଛନ୍ତି । ତଦନ୍ତ ବେଳେ CDPO ଗୀତାରାଣି ମହାରଣା ଉପସ୍ଥିତ ଥିବା ବେଳେ ବରିଷ୍ଠ କିରାଣୀ ସନ୍ତୋଷ କୁମାରୀ ମିଶ୍ର ଅନୁପସ୍ଥିତ ଥିଲେ ।

ଏହା ବି ପଢନ୍ତୁ- ମରିଗଲା ମାନବିକତା, ବରିଷ୍ଠ କିରାଣୀଙ୍କୁ ମାଡ଼ ମାରିଲେ CDPO

ଅଙ୍ଗନୱାଡି କର୍ମଚାରୀମାନଙ୍କ ସହ ସେକ୍ଟର ମିଟିଂ ଓ ପୋଷଣ କାର୍ଯ୍ୟକ୍ରମର ତାଲିମ ଚାଲିଥିବା ବେଳେ ଅଫିସରେ CDPO ଗୀତାଞ୍ଜଳି ମହାରଣା ଓ କିରାଣୀ ସନ୍ତୋଷିନୀ ମିଶ୍ର ପରସ୍ପର ସହ ପାଟିତୁଣ୍ଡ କରୁଥିଲେ । ଅଫିସରୁ ବହାରି ଯିବାକୁ କହିବା ସହ ଉକ୍ତ କିରାଣୀ ଜଣକୁ ଚେୟାରରୁ ଠେଲି ଦେଇଥିଲେ ସିଡିପିଓ ଗୀତାରାଣି । ମାଡ଼ ମାରିଥିବା ଅଭିଯୋଗକୁ ସେ ଖଣ୍ଡନ ମଧ୍ୟ କରିନାହାନ୍ତି । ତଦନ୍ତ ପ୍ରକ୍ରିୟାକୁ ସହଯୋଗ କରିବା ସହ ଗତକାଲି ଘଟଣାକୁ ସମ୍ପର୍କରେ ତଦନ୍ତକାରୀ ଅଧିକାରୀଙ୍କୁ ସବୁ କହିଥିବା ପ୍ରକାଶ କରିଛନ୍ତି CDPO ଗୀତାରାଣି ମହାରଣା ।

ଡାବୁଗାଁ ଜନସାଧାରଣ CDPOଙ୍କ ଦବଙ୍ଗଗିରିକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ସେ ଜଣେ ଉଚ୍ଚ ଶିକ୍ଷିତ ସରକାରୀ ଅଧିକାରୀ ହେବା ସତ୍ତ୍ବେ ଏପରି ଅଶୋଭନୀୟ ଆଚରଣକୁ ଲୋକେ ନାପସନ୍ଦ କରିଛନ୍ତି । ଅଫିସର ବିଶୃଙ୍ଖଳାକୁ ଅଫିସ ମଧ୍ୟରେ ସୀମିତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେବାକୁ ଲୋକେ ପସନ୍ଦ କରିଛନ୍ତି । ତଦନ୍ତକାରୀ ଅଧିକାରୀ DSWO କମଳା କୁମାରୀ ପଟ୍ଟନାୟକ CDPO ଗୀତାଞ୍ଜଳି ମହାରଣା, 2ଜଣ ସୁପର ଭାଇଜର, ୧୨ଜଣ ଅଙ୍ଗନୱାଡି କର୍ମୀ, କିରାଣୀ ଓ ଅନ୍ୟାନ୍ୟ କର୍ମଚାରୀ ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ସେପଟେ ଆଘାତ ଲାଗିଥିବା ଯୋଗୁଁ କିରାଣୀ ଜଣ ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି । ସମସ୍ତଙ୍କ ବୟାନ ପରେ ରିପୋର୍ଟ ଦାଖଲ କରାଯିବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.