ନବରଙ୍ଗପୁର : ପଦାରେ ପଡିଲା ଜିଲ୍ଲା କଂଗ୍ରେସର ଗୋଷ୍ଠୀ କନ୍ଦଳ । ନବରଙ୍ଗପୁର ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀଙ୍କୁ ସଭାପତି ପଦରୁ ବିଦା କରିବା ପାଇଁ ଦାବି । ଏନେଇ ଦଳ ପକ୍ଷରୁ ରାଜ୍ୟ ସଭାପତିଙ୍କୁ ଜିଲ୍ଲାର ନେତାମାନେ ଭେଟି ଦାବି କରିଥିଲେ । ପିସିସି ସଭାପତି 15 ଦିନ ସମୟ ମାଗିଥିଲେ, କିନ୍ତୁ ସେହି ସମୟ ବିତି ଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆ ଯାଇନାହିଁ । ଯାହାକୁ ନେଇ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଜିଲ୍ଲା ସଭାପତିଙ୍କ ନେତୃତ୍ବରେ ହେଉଥିବା କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଦଳୀୟ କର୍ମୀ ।
ଏହା ମଧ୍ୟ ପଢନ୍ତୁ -ଜିଲ୍ଲା ବିଜେପିରେ ଗୋଷ୍ଠୀ କନ୍ଦଳ ! ସଭାପତି ପୂର୍ବତନ ସଭାପତି ମୁହାଁମୁହିଁ, ଦ୍ବନ୍ଦ୍ୱରେ କର୍ମ
ନବରଙ୍ଗପୁର କଂଗ୍ରେସ କର୍ମୀ ଅଭିଯୋଗ କରିଛନ୍ତି, "ପିସିସି ସଭାପତି ଆଜି କାଲି କହି ସମୟ ଗଡ଼ାଇ ଚାଲିଛି । କିନ୍ତୁ ଜିଲ୍ଲା ସଭାପତିଙ୍କୁ ପରିବର୍ତ୍ତନ କରାଯାଉ ନାହିଁ । ଏଣୁ ଆଜିଠାରୁ ହେବାକୁ ଥିବା ଘରେଘରେ କଂଗ୍ରେସ ଘରେଘରେ ହାତ କାର୍ଯ୍ୟକ୍ରମରେ ଯୋଗ ନଦେବାକୁ ପାପଡ଼ାହାଣ୍ଡି ବ୍ଲକ ଜଟାବାହାଲ ଠାରେ ସମସ୍ତ 9 ଗୋଟି ବ୍ଲକ ସଭାପତି ସମେତ ଉମରକୋଟ ନଗର ସଭାପତି ଏକାଠି ହୋଇଛନ୍ତି । ଯେତେ ଦିନ ପର୍ଯ୍ୟନ୍ତ ଜିଲ୍ଲା ସଭାପତିଙ୍କୁ ପଦବୀରୁ ହଟାଯିବ ନାହିଁ ସେହି ଦିନ ପର୍ଯ୍ୟନ୍ତ ତାଙ୍କ ନେତୃତ୍ୱରେ ହେଉଥିବା କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ପ୍ରକାଶ କରିଛନ୍ତି ନେତୃମଣ୍ଡଳୀ ।
ଏହା ମଧ୍ୟ ପଢନ୍ତୁ - ପୁରୀରେ ବିଜେଡ଼ିର ଗୋଷ୍ଠୀ କନ୍ଦଳ ! ଠେଲାପେଲା ଓ ଧସ୍ତାଧସ୍ତି ଭିଡିଓ ଭାଇରାଲ
ଜିଲ୍ଲା କଂଗ୍ରେସର କନ୍ଦଳ ଏବେ ପଦାକୁ ଆସିଥିବା ବେଳେ ଜିଲ୍ଲା ସଭାପତିଙ୍କ ବିରୁଦ୍ଧରେ ସମସ୍ତ ବ୍ଲକ ସଭାପତି ଏବଂ କର୍ମକର୍ତ୍ତା ସାମୂହିକ ଇସ୍ତଫା ଦେବାକୁ ପ୍ରସ୍ତୁତ ହୋଇଥିବା କହିଛନ୍ତି ସ୍ଥାନୀୟ ନେତାଏ । ଜିଲ୍ଲା ସଭାପତିଙ୍କ ନେତୃତ୍ବରେ ହେବାକୁ ଥିବା ଘରେଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମକୁ ସମୂହ ବର୍ଜନ କରିଛନ୍ତି ସମସ୍ତ ନେତାଏ । ଜିଲ୍ଲା ସଭାପତିଙ୍କୁ ବାହାର କରିବା ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ରାଜ୍ୟ କଂଗ୍ରେସ ଏଥିପ୍ରତି ଗୁରୁତ୍ୱ ଦେଉନାହିଁ । ଏନେଇ ଆସନ୍ତାକାଲିର କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ନେତା ଏବଂ କର୍ମୀ ବୈଠକ କରି ନିଜର ବିରୋଧ ଜାହିର କରିଛନ୍ତି ।
ଇଟିଭି ଭାରତ, ନବରଙ୍ଗପୁର